ରାଜ୍ୟର ୭ ସହର ଅତି ପ୍ରଦୂଷିତ

ଯାଜପୁର ଅଫିସ,୧୨ା୪:ବାୟୁରେ ପ୍ରଦୂଷଣର ମାତ୍ର ଜାଣିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦ୍ୱାରା ରାଜ୍ୟର ୧୭ ସହରରେ ନିୟମିତ ବାୟୁ ପରୀକ୍ଷଣ କରାଯାଉଛି। ଏହି କ୍ରମରେ ଯାଜପୁରରୋଡ-କଳିଙ୍ଗନଗର, କଟକ, ଭୁବନେଶ୍ୱର, ଅନୁଗୋଳ, ତାଳଚେର, ରାଉରକେଲା ଓ ବାଲେଶ୍ୱରକୁ ଅତି ପ୍ରଦୂଷିତ ସହର ଭାବେ ଚିହ୍ନଟ କରାଯାଇଛି। ନିକଟରେ ଶେଷ ହୋଇଥିବା ବିଧାନସଭା ବଜେଟ୍‌ ଅଧିବେଶନରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏସ୍‌ପିସିବିର ରିପୋର୍ଟ ଆଧାରରେ ଏହା ଦର୍ଶାଇଛନ୍ତି। କିନ୍ତୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରଠାରେ ଥିବା ରାମ୍‌କୋ ସିମେଣ୍ଟ କାରଖାନା ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ଏଥିରେ ବାଦ୍‌ ଦିଆଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗକୁ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ସ୍ବୀକାର କରି ରାମ୍‌କୋର ଦୁଇ ଅଧିକାରୀଙ୍କୁ ଜବାବ ତଲବ୍‌ କରିଛନ୍ତି। ରାମ୍‌କୋ ସିମେଣ୍ଟ କାରଖାନାର ଉତ୍କଟ ପ୍ରଦୂଷଣକୁ ଲୁଚାଇ ଏସ୍‌ପିସିବି କର୍ତ୍ତୃପକ୍ଷ କେବଳ ସହଯୋଗୀ ହୋଇନାହାନ୍ତି ବରଂ ସାଧାରଣ ଲୋକଙ୍କ ଜୀବନ ପ୍ରତି ଖେଳ ଖେଳୁଛନ୍ତି ବୋଲି ମତପ୍ରକାଶ ପାଇଛି।
ମନ୍ତ୍ରୀ ଆରୁଖ ତାଙ୍କ ରିପୋର୍ଟରେ ଆହୁରି ଦର୍ଶାଇଛନ୍ତି, ଉପରୋକ୍ତ ସହରଗୁଡ଼ିକରେ ବାୟୁ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ଏକ ବିସ୍ତୃତ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ଏହି ଆକ୍ସନ ପ୍ଲାନ୍‌ ଅନୁଯାୟୀ ପ୍ରଦୂଷିତ ସହରଗୁଡ଼ିକରେ ପ୍ରଦୂଷଣର ଉତ୍ସ ଓ କାରଣ ଠିକ୍‌ ଜାଣିବା ପାଇଁ ଅନୁଧ୍ୟାନ କରାଯାଉଛି। ଏହାଦ୍ୱାରା ବିଭିନ୍ନ ପ୍ରଦୂଷଣ ଉତ୍ସ ଯଥା କଳକାରଖାନା, ଯାନବାହନ, ନିର୍ମାଣ ଜନିତ କାର୍ଯ୍ୟ ଆଦିରୁ ପ୍ରଦୂଷଣ ମାତ୍ରାର ଆନୁପାତିକ ପରିସଂଖ୍ୟାନ ମିଳିପାରିବ। ଏହାପରେ ରିପୋର୍ଟଗୁଡ଼ିକର ନିଷ୍କର୍ଷ ଓ ସୁପାରିସ ଅନୁଯାୟୀ ପଦକ୍ଷେପ ନିଆଯାଇ ପାରିବ ବୋଲି ମନ୍ତ୍ରୀ ଆରୁଖ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ରାଜ୍ୟରେ ପ୍ରଦୂଷଣ ରିପୋର୍ଟ ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଛି। ଏହାର ଜ୍ୱଳନ୍ତ ଉଦାହରଣ ଯାଜପୁରରେ ଜଳଜଳ ହୋଇ ଦିଶୁଛି। ପ୍ରଥମରେ ରାମ୍‌କୋ ସିମେଣ୍ଟ କାରଖାନାରୁ ନିର୍ଗତ ସିମେଣ୍ଟ ଗୁଣ୍ଡ ଓ ବିଷାକ୍ତ ବାୟୁ ପ୍ରଦୂଷଣ ଅଣାୟତ୍ତ ହୋଇଛି। ଏନେଇ ସ୍ଥାନୀୟ ପ୍ରଭାବିତ ଲୋକେ ଅତିଷ୍ଠ ହୋଇ ମାର୍ଚ୍ଚ ୨୪ରେ ଆବଶ୍ୟକ କାଗଜପତ୍ର ସହ ରାମ୍‌କୋର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଓ ପବ୍ଲିକ ରିଲେଶନ ଅଫିସର(ପିଆର୍‌ଓ)ଙ୍କ ବିରୋଧରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ୨୮ା୩ା୨୦୨୨ରେ ଏହାର ଶୁଣାଣି କରି ଉପରୋକ୍ତ ଅଧିକାରୀଦ୍ୱୟଙ୍କୁ ଜବାବ ତଲବ୍‌ ନୋଟିସ ଜାରି କରିଥିଲେ। ଏହି ନୋଟିସ ଉପରେ ଯଦି କିଛି ଆପତ୍ତି ଥାଏ ତେବେ ୧୨ା୪ା୨୦୨୨ ପୂର୍ବାହ୍ନ ୧୦ଟାରେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ରାମ୍‌କୋ ସିମେଣ୍ଟ କାରଖାନାର ବିଷାକ୍ତ ଗୁଣ୍ଡ ଦୈନନ୍ଦିନ ପରିଚର୍ଯ୍ୟାକୁ ବାଧା ଦେଉଛି। ଆଖପାଖ ଜଳଉତ୍ସଗୁଡ଼ିକ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଖାଦ୍ୟ, ବସ୍ତ୍ରରେ ଗୁଣ୍ଡ ପଡି ଲୋକଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ଏହାବାଦ୍‌ ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପଥର ଖାଦାନ ଚାଲିଥିବାରୁ ସଂପୃକ୍ତ ଅଞ୍ଚଳବାସୀ ବାୟୁ ପ୍ରଦୂଷଣରେ ଅତିଷ୍ଠ ହୋଇ ପଡିଛନ୍ତି। ତଥାପି ପ୍ରଶାସନ ଓ ଲୋକ ପ୍ରତିନିଧି କୁମ୍ଭକର୍ଣ୍ଣ ନିଦ୍ରାରେ ରହି ମୁହଁ ଖୋଲୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।
ମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ଅନୁଗୋଳରେ ୯୫ ପିଏମ୍‌(୧୦) ବା ପାର୍ଟିକୁଲେଟ ମେଟର, ବାଲେଶ୍ୱରରେ ୭୬ ପିଏମ୍‌ ୧୦, ବ୍ରହ୍ମପୁରରେ ୬୩ ପିଏମ୍‌୧୦, ଭୁବନେଶ୍ୱରରେ ୧୦୩ ପିଏମ୍‌୧୦, ବଣେଇଗଡ଼ରେ ୯୪ ପିଏମ୧୦, କଟକରେ ୯୦ ପିଏମ୍‌୧୦, ଝାରସୁଗୁଡ଼ାରେ ୧୦୩ ପିଏମ୍‌୧୦, କଳିଙ୍ଗନଗରରେ ୧୧୬ ପିଏମ୍‌୧୦, କେନ୍ଦୁଝରରେ ୭୭ ପିଏମ୍‌୧୦, କୋଣାର୍କରେ ୫୪ ପିଏମ୍‌୧୦, ପାରାଦୀପରେ ୧୦୯ ପିଏମ୍‌୧୦, ପୁରୀରେ ୯୮ ପିଏମ୧୦, ରାଜଗାଙ୍ଗପୁରରେ ୧୧୯ ପିଏମ୧୦, ରାୟଗଡାରେ ୬୯ ପିଏମ୍‌୧୦, ରାଉରକେଲାରେ ୧୧୭ ପିଏମ୍‌୧୦, ସମ୍ବଲପୁରରେ ୧୦୨ ପିଏମ୍‌୧୦ ଓ ତାଲଚେରରେ ୧୦୫ ପିଏମ୍‌୧୦ ରହିଛି। ଏସ୍‌ପିସିବିର ରିପୋର୍ଟ ଅନୁସାରେ ୦ ରୁ ୫୦ ପିଏମ୍‌୧୦ ହେଉଛି ଅତି ଭଲ ପରିବେଶ। ୫୧ରୁ ୧୦୦ ସନ୍ତୋଷଜନକ ସ୍ଥିତି। ଏହିକ୍ରମରେ ସରକାରଙ୍କ ଦ୍ୱାରା ପରିକଳ୍ପିତ ଆକ୍ସନ ପ୍ଲାନ କେବେ କାର୍ଯ୍ୟକାରୀ ହେବ ଏବଂ ଲୋକେ ବିଭିନ୍ନ କାରଖାନାର ପ୍ରଦୂଷଣରୁ ମୁକ୍ତି ପାଇବେ ତାହାକୁ ପ୍ରଭାବିତ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri