ରାଜ୍ୟର ୭ ସହର ଅତି ପ୍ରଦୂଷିତ

ଯାଜପୁର ଅଫିସ,୧୨ା୪:ବାୟୁରେ ପ୍ରଦୂଷଣର ମାତ୍ର ଜାଣିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦ୍ୱାରା ରାଜ୍ୟର ୧୭ ସହରରେ ନିୟମିତ ବାୟୁ ପରୀକ୍ଷଣ କରାଯାଉଛି। ଏହି କ୍ରମରେ ଯାଜପୁରରୋଡ-କଳିଙ୍ଗନଗର, କଟକ, ଭୁବନେଶ୍ୱର, ଅନୁଗୋଳ, ତାଳଚେର, ରାଉରକେଲା ଓ ବାଲେଶ୍ୱରକୁ ଅତି ପ୍ରଦୂଷିତ ସହର ଭାବେ ଚିହ୍ନଟ କରାଯାଇଛି। ନିକଟରେ ଶେଷ ହୋଇଥିବା ବିଧାନସଭା ବଜେଟ୍‌ ଅଧିବେଶନରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏସ୍‌ପିସିବିର ରିପୋର୍ଟ ଆଧାରରେ ଏହା ଦର୍ଶାଇଛନ୍ତି। କିନ୍ତୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରଠାରେ ଥିବା ରାମ୍‌କୋ ସିମେଣ୍ଟ କାରଖାନା ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ଏଥିରେ ବାଦ୍‌ ଦିଆଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗକୁ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ସ୍ବୀକାର କରି ରାମ୍‌କୋର ଦୁଇ ଅଧିକାରୀଙ୍କୁ ଜବାବ ତଲବ୍‌ କରିଛନ୍ତି। ରାମ୍‌କୋ ସିମେଣ୍ଟ କାରଖାନାର ଉତ୍କଟ ପ୍ରଦୂଷଣକୁ ଲୁଚାଇ ଏସ୍‌ପିସିବି କର୍ତ୍ତୃପକ୍ଷ କେବଳ ସହଯୋଗୀ ହୋଇନାହାନ୍ତି ବରଂ ସାଧାରଣ ଲୋକଙ୍କ ଜୀବନ ପ୍ରତି ଖେଳ ଖେଳୁଛନ୍ତି ବୋଲି ମତପ୍ରକାଶ ପାଇଛି।
ମନ୍ତ୍ରୀ ଆରୁଖ ତାଙ୍କ ରିପୋର୍ଟରେ ଆହୁରି ଦର୍ଶାଇଛନ୍ତି, ଉପରୋକ୍ତ ସହରଗୁଡ଼ିକରେ ବାୟୁ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ଏକ ବିସ୍ତୃତ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ଏହି ଆକ୍ସନ ପ୍ଲାନ୍‌ ଅନୁଯାୟୀ ପ୍ରଦୂଷିତ ସହରଗୁଡ଼ିକରେ ପ୍ରଦୂଷଣର ଉତ୍ସ ଓ କାରଣ ଠିକ୍‌ ଜାଣିବା ପାଇଁ ଅନୁଧ୍ୟାନ କରାଯାଉଛି। ଏହାଦ୍ୱାରା ବିଭିନ୍ନ ପ୍ରଦୂଷଣ ଉତ୍ସ ଯଥା କଳକାରଖାନା, ଯାନବାହନ, ନିର୍ମାଣ ଜନିତ କାର୍ଯ୍ୟ ଆଦିରୁ ପ୍ରଦୂଷଣ ମାତ୍ରାର ଆନୁପାତିକ ପରିସଂଖ୍ୟାନ ମିଳିପାରିବ। ଏହାପରେ ରିପୋର୍ଟଗୁଡ଼ିକର ନିଷ୍କର୍ଷ ଓ ସୁପାରିସ ଅନୁଯାୟୀ ପଦକ୍ଷେପ ନିଆଯାଇ ପାରିବ ବୋଲି ମନ୍ତ୍ରୀ ଆରୁଖ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ରାଜ୍ୟରେ ପ୍ରଦୂଷଣ ରିପୋର୍ଟ ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଛି। ଏହାର ଜ୍ୱଳନ୍ତ ଉଦାହରଣ ଯାଜପୁରରେ ଜଳଜଳ ହୋଇ ଦିଶୁଛି। ପ୍ରଥମରେ ରାମ୍‌କୋ ସିମେଣ୍ଟ କାରଖାନାରୁ ନିର୍ଗତ ସିମେଣ୍ଟ ଗୁଣ୍ଡ ଓ ବିଷାକ୍ତ ବାୟୁ ପ୍ରଦୂଷଣ ଅଣାୟତ୍ତ ହୋଇଛି। ଏନେଇ ସ୍ଥାନୀୟ ପ୍ରଭାବିତ ଲୋକେ ଅତିଷ୍ଠ ହୋଇ ମାର୍ଚ୍ଚ ୨୪ରେ ଆବଶ୍ୟକ କାଗଜପତ୍ର ସହ ରାମ୍‌କୋର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଓ ପବ୍ଲିକ ରିଲେଶନ ଅଫିସର(ପିଆର୍‌ଓ)ଙ୍କ ବିରୋଧରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ୨୮ା୩ା୨୦୨୨ରେ ଏହାର ଶୁଣାଣି କରି ଉପରୋକ୍ତ ଅଧିକାରୀଦ୍ୱୟଙ୍କୁ ଜବାବ ତଲବ୍‌ ନୋଟିସ ଜାରି କରିଥିଲେ। ଏହି ନୋଟିସ ଉପରେ ଯଦି କିଛି ଆପତ୍ତି ଥାଏ ତେବେ ୧୨ା୪ା୨୦୨୨ ପୂର୍ବାହ୍ନ ୧୦ଟାରେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ରାମ୍‌କୋ ସିମେଣ୍ଟ କାରଖାନାର ବିଷାକ୍ତ ଗୁଣ୍ଡ ଦୈନନ୍ଦିନ ପରିଚର୍ଯ୍ୟାକୁ ବାଧା ଦେଉଛି। ଆଖପାଖ ଜଳଉତ୍ସଗୁଡ଼ିକ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଖାଦ୍ୟ, ବସ୍ତ୍ରରେ ଗୁଣ୍ଡ ପଡି ଲୋକଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି। ଏହାବାଦ୍‌ ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପଥର ଖାଦାନ ଚାଲିଥିବାରୁ ସଂପୃକ୍ତ ଅଞ୍ଚଳବାସୀ ବାୟୁ ପ୍ରଦୂଷଣରେ ଅତିଷ୍ଠ ହୋଇ ପଡିଛନ୍ତି। ତଥାପି ପ୍ରଶାସନ ଓ ଲୋକ ପ୍ରତିନିଧି କୁମ୍ଭକର୍ଣ୍ଣ ନିଦ୍ରାରେ ରହି ମୁହଁ ଖୋଲୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।
ମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ଅନୁଗୋଳରେ ୯୫ ପିଏମ୍‌(୧୦) ବା ପାର୍ଟିକୁଲେଟ ମେଟର, ବାଲେଶ୍ୱରରେ ୭୬ ପିଏମ୍‌ ୧୦, ବ୍ରହ୍ମପୁରରେ ୬୩ ପିଏମ୍‌୧୦, ଭୁବନେଶ୍ୱରରେ ୧୦୩ ପିଏମ୍‌୧୦, ବଣେଇଗଡ଼ରେ ୯୪ ପିଏମ୧୦, କଟକରେ ୯୦ ପିଏମ୍‌୧୦, ଝାରସୁଗୁଡ଼ାରେ ୧୦୩ ପିଏମ୍‌୧୦, କଳିଙ୍ଗନଗରରେ ୧୧୬ ପିଏମ୍‌୧୦, କେନ୍ଦୁଝରରେ ୭୭ ପିଏମ୍‌୧୦, କୋଣାର୍କରେ ୫୪ ପିଏମ୍‌୧୦, ପାରାଦୀପରେ ୧୦୯ ପିଏମ୍‌୧୦, ପୁରୀରେ ୯୮ ପିଏମ୧୦, ରାଜଗାଙ୍ଗପୁରରେ ୧୧୯ ପିଏମ୧୦, ରାୟଗଡାରେ ୬୯ ପିଏମ୍‌୧୦, ରାଉରକେଲାରେ ୧୧୭ ପିଏମ୍‌୧୦, ସମ୍ବଲପୁରରେ ୧୦୨ ପିଏମ୍‌୧୦ ଓ ତାଲଚେରରେ ୧୦୫ ପିଏମ୍‌୧୦ ରହିଛି। ଏସ୍‌ପିସିବିର ରିପୋର୍ଟ ଅନୁସାରେ ୦ ରୁ ୫୦ ପିଏମ୍‌୧୦ ହେଉଛି ଅତି ଭଲ ପରିବେଶ। ୫୧ରୁ ୧୦୦ ସନ୍ତୋଷଜନକ ସ୍ଥିତି। ଏହିକ୍ରମରେ ସରକାରଙ୍କ ଦ୍ୱାରା ପରିକଳ୍ପିତ ଆକ୍ସନ ପ୍ଲାନ କେବେ କାର୍ଯ୍ୟକାରୀ ହେବ ଏବଂ ଲୋକେ ବିଭିନ୍ନ କାରଖାନାର ପ୍ରଦୂଷଣରୁ ମୁକ୍ତି ପାଇବେ ତାହାକୁ ପ୍ରଭାବିତ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?