କୋଇଲା ଲୋଡିଂ ଜାଲିଆତିରେ ୭ ଗିରଫ

ପାରାଦୀପ, ୨୧।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ପୁଣି ଏକ ବଡ ଧରଣର ଜାଲିଆତି ଘଟଣା ଚଳିତ ମାସରେ ଘଟିଛି। ଏହି ଘଟଣା ପ୍ରଥମେ କୋର୍ଟ ଓ ପରେ ପାରାଦୀପ ଆଦର୍ଶ ଥାନାକୁ ଆସିଛି। ଉକ୍ତ ଘଟଣାରେ ବୁଧବାର ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲୋଡିଂରେ ନିୟୋଜିତ ୨୫ ଟ୍ରକକୁ ଜବତ କରାଯାଇଛି। ଏ ନେଇ ଥାନାରେ ନଂ. ୨୧୭/୨୧ ମାମଲା (ଦଫା ୩୭୯, ୪୬୫, ୪୬୭, ୪୬୮, ୪୬୯, ୪୭୧, ୧୨୦/ବି) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ସୌମ୍ୟରଞ୍ଜନ ଶତପଥୀ, ସଞ୍ଜୀବ କୁମାର ମିଶ୍ର, ଚିନ୍ମୟ ଭୂୟଁା, ସୁଶାନ୍ତ କୁମାର ସାମଲ, ଶାରଦା ପ୍ରସନ୍ନ ଓଝା, ପ୍ରକାଶ ମଲ୍ଲିକ ଓ ଭାଗୀରଥି ପ୍ରଧାନ। ଏମାନେ ଇନମେଶିନାରୀ ନାମକ ଷ୍ଟିଭେଡର୍ସ ସଂସ୍ଥାର କର୍ମଚାରୀ, ମେଶିନ ଲୋଡର, ଅପରେଟର ବୋଲି ପୋଲିସ ସୂଚନା ଦେଇଛି। ଉକ୍ତ ଟ୍ରକ୍‌ ଗୁଡିକରେ ଗତ ୫ ତାରିଖରେ କୋକିଂ କୋଲ ଲୋଡିଂ ହୋଇଥିଲା। ଉକ୍ତ କୋଇଲା ଟ୍ରାନ୍ସପୋର୍ଟ ପାଇଁ କାଗଜପତ୍ର ଜାଲିଆତି କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ସମଗ୍ର ଘଟଣାରେ ଏକାଧିକ ବଡ ସଂସ୍ଥାନ ଜଡ଼ିତ ଥିବା ଜଣାପଡିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଝାଡଖଣ୍ଡର ଅତାବିରା ନାମକ ଆମଦାନୀକାରୀ ସଂସ୍ଥା ୭୦୦ ମେଟ୍ରିକ ଟନ କୋଇଲା ନେବା ପାଇଁ ପାରାଦୀପର କୋଷ୍ଟାଲ ଟ୍ରାନ୍ସପୋର୍ଟ ନାମକ ସଂସ୍ଥାକୁ ଅଗ୍ରାଧିକାର ଦେଇଥିଲା। କିନ୍ତୁ ଉକ୍ତ ଅର୍ଡରରେ କୋକିଂ କୋଲ ବୋଲି ପ୍ରଥମେ ଉଲ୍ଲେଖ ଥିଲା। ସେହି ଅର୍ଡର ମୁତାବକ କୋଷ୍ଟାଲ ଟ୍ରାନ୍ସପୋର୍ଟ ପାରାଦୀପର ଜେସିସି(ଜଏଣ୍ଟ କୋଅର୍ଡିନେଶନ କମିଟି) କୁ ୨୫ ଟି ଟ୍ରକ ଦେବା ପାଇଁ ମେଲ ଦେଇଥିଲା। ୫ ତାରିଖ ଦିନ ଟ୍ରକଗୁଡିକ ଆବଶ୍ୟକ ପରମିଟ, ଗେଟ୍‌ ପାଶ ଆଦି ନେଇ ପୋର୍ଟ ଭିତରେ ଲୋଡିଂ ପାଇଁ ଯାଇଥିଲେ। ୭ ଟି ଟ୍ରକ ଲୋଡିଂ ପରେ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌ ପାଖରେ ଅଭିଯୋଗ ହୋଇଥିଲା ଯେ ଉକ୍ତ ଗାଡିରେ ଫେକ୍‌ ଡକ୍ୟୁମେଣ୍ଟ ଜରିଆରେ କୋକିଂ କୋଲ ଲୋଡ କରାଯାଉଛି। ସିଆଇଏସ୍‌ଏଫ୍‌ ଓ ବନ୍ଦର ଟ୍ରାଫିକ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚତ୍ ଯାଞ୍ଚ କରାଯାଇଥିଲା। ସେଥିରେ ଜଣାପଡିଲା ତ୍ରିଶକ୍ତି ନାମକ ସଂସ୍ଥାର କାଗଜପତ୍ରରେ ଏହା ଚାଲିଛି। ଏମିତି ପ୍ରାୟ ୫ ଦିନ ଧରି ଯାଞ୍ଚ ଭିତରେ ତ୍ରିଶକ୍ତି ସଂସ୍ଥା ପକ୍ଷରୁ କୁଜଙ୍ଗ କୋର୍ଟରେ ଏହି ଘଟଣା ସମ୍ପର୍କରେ ଏକ ମାମଲା (ଆଇସିସି ନଂ. ୨୯୨/୨୧) କରାଯାଇଥିଲା। ଉକ୍ତ ମାମଲାର ତଦନ୍ତ ପାଇଁ ପାରାଦୀପ ଆଦର୍ଶ ଥାନା ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୫ ଦିନ ତଦନ୍ତ ପରେ ବୁଧବାର ୭ ଜଣ ଗିରଫ ହୋଇଛନ୍ତି। ଆଗକୁ ତଦନ୍ତ ଆଧାରରେ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri