ଲୋକ ଅଦାଲତରେ ୬୮ ହଜାର ୯୭ ଟଙ୍କା ଆଦାୟ

କେସିଙ୍ଗା,୧୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ୍‌ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅଦାଲତ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୧୯ଟି ଫାଇନାଲ କେସ୍‌ ବିଚାର କରାଯାଇଥିଲା। ଏତଦ୍‌ ବ୍ୟତୀତ ୨ଟି ଚେକ୍‌ ବାଉନ୍ସ ମାମଲା ବିଚାର କରାଯାଇ ୩ ଲକ୍ଷ ୩୫ହଜାର ଆଦାୟ କରାଯାଇଥିଲା। ଏହା ସହିତ ୫୬ଟି ପ୍ରାକ୍‌ ବ୍ୟାଙ୍କ ଜନିତ ମୋକଦ୍ଦମା ବାବଦକୁ ୧୨ ଲକ୍ଷ ୫୮ହଜାର ୮୪ଟଙ୍କା ଋଣ ଖିଲାପି ରାଶି ଆଦାୟ କରାଯାଇଥିଲା।
ସେହିପରି ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ଲୋକ ଅଦାଲତରେ ୫୪ଟି ରାଜସ୍ବ ମାମଲା ବାବଦକୁ ୬୮ ହଜାର ୯୭ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। କେସିଙ୍ଗାର ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ଯୋଗ ଦେଇଥିଲେ। ଏଥିରେ ସରକାରୀ ଓକିଲ ପ୍ରକାଶ କୁମାର ଦାଶଙ୍କ ସମେତ ଓକିଲ ସଂଘର ଆଇନଜୀବୀ ବୃନ୍ଦ ଉପସ୍ଥିତ ଥିଲେ। ଏଥିରେ ଅଦାଲତର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଲୋକ ଅଦାଲତକୁ ପରିଚାଳନା ଓ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ବ୍ଲକ୍‌ରେ ନାହିଁ ଶିଶୁଉଦ୍ୟାନ, ଖେଳପଡ଼ିଆ, ପଠାଗାର ଶିଶୁ, ଯୁବଗୋଷ୍ଠୀଙ୍କ ମାନସିକ ଓ ଶାରିରୀକ ବିକାଶରେ ବାଧା

ନନ୍ଦପୁର,୧୬ା୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତବାସୀ, ଶିଶୁ, କିଶୋର, ମହିଳା, ଯୁବଗୋଷ୍ଠୀ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ କୌଣସି ଚିତ୍ତ ବିନୋଦନର…

ଗୋଟିଏ ରାତିରେ ଏକାଧିକ ଚୋରି, ପୋଲିସର ତନାଘନା

ନନ୍ଦପୁର,୧୬ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନାରେ ରବିବାର ରାତ୍ରରେ ଥାନା ଅଧୀନ ଗୁଣ୍ଠାପୁଟ, ପିତାଗୁଡ଼ା, ସୁବାଇ ଗ୍ରାମରୁ ଏକାଧିକ ଚୋରି ଘଟଣାର ଅଭିଯୋଗ ହୋଇଛି।…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ପୁରୁଷୋତ୍ତମପୁର ଏନ୍‌ଏସି ପ୍ରଭାରୀ ହେଲେ ରମେଶ

ପୁରୁଷୋତ୍ତମପୁର,୧୬ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବଡ଼ଖରିଡ଼ା ସରପଞ୍ଚଙ୍କ ପ୍ରତିନିଧି ଭାଜପାର ବରିଷ୍ଠ ଯୁବସଂଗଠକ ରମେଶ ଚନ୍ଦ୍ର ଦଳେଇଙ୍କୁ ଭାଜପା ପକ୍ଷରୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ…

୨୪ କିମି ଲାଗି ୧୦୪ କୋଟି ଟଙ୍କା ବ୍ୟୟ ଅଟକଳ: ଗାର୍ଡୱାଲ୍‌ ନାହିଁ, ରାସ୍ତା ଭୁଶୁଡ଼ିବା ଆଶଙ୍କା

ମହାକାଳପଡ଼ା,୧୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ପୂର୍ବ ସରକାରଙ୍କ ସମୟରେ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ରାସ୍ତା ନିର୍ମାଣ…

ଗଜସାଥି ଛଟେଇ, ଆନ୍ଦୋଳନରେ ସ୍କ୍ବାର୍ଡ କର୍ମଚାରୀ: ଘାରିଲାଣି ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା

ଭଞ୍ଜନଗର,୧୬।୩(ବାବୁଲା ପ୍ରଧାନ): ହାତୀ ସହ ଲୋକଙ୍କ ଫସଲ ସୁରକ୍ଷା ପାଇଁ ଗଜସାଥି ରାଜ୍ୟରେ ନିଯୁକ୍ତି ହୋଇଛନ୍ତି। ସରକାର ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri