ଲୋକ ଅଦାଲତରେ ୬୮ ହଜାର ୯୭ ଟଙ୍କା ଆଦାୟ

କେସିଙ୍ଗା,୧୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ୍‌ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅଦାଲତ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୧୯ଟି ଫାଇନାଲ କେସ୍‌ ବିଚାର କରାଯାଇଥିଲା। ଏତଦ୍‌ ବ୍ୟତୀତ ୨ଟି ଚେକ୍‌ ବାଉନ୍ସ ମାମଲା ବିଚାର କରାଯାଇ ୩ ଲକ୍ଷ ୩୫ହଜାର ଆଦାୟ କରାଯାଇଥିଲା। ଏହା ସହିତ ୫୬ଟି ପ୍ରାକ୍‌ ବ୍ୟାଙ୍କ ଜନିତ ମୋକଦ୍ଦମା ବାବଦକୁ ୧୨ ଲକ୍ଷ ୫୮ହଜାର ୮୪ଟଙ୍କା ଋଣ ଖିଲାପି ରାଶି ଆଦାୟ କରାଯାଇଥିଲା।
ସେହିପରି ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ଲୋକ ଅଦାଲତରେ ୫୪ଟି ରାଜସ୍ବ ମାମଲା ବାବଦକୁ ୬୮ ହଜାର ୯୭ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। କେସିଙ୍ଗାର ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ଯୋଗ ଦେଇଥିଲେ। ଏଥିରେ ସରକାରୀ ଓକିଲ ପ୍ରକାଶ କୁମାର ଦାଶଙ୍କ ସମେତ ଓକିଲ ସଂଘର ଆଇନଜୀବୀ ବୃନ୍ଦ ଉପସ୍ଥିତ ଥିଲେ। ଏଥିରେ ଅଦାଲତର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଲୋକ ଅଦାଲତକୁ ପରିଚାଳନା ଓ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା…

୧୨ ଟିକିଆ ହାତୀପଲଙ୍କ ତାଣ୍ଡବ, ଘର ଭାଙ୍ଗି ଧାନ…

ବଣାଇଁ, ୩୦।୧(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀ ପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ ।…

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ…

ବନ ବିଭାଗ ଜାଲରେ ଚୋର: ଚୋରି କରୁଥିବା ବେଳେ ୪ ଜଣଙ୍କୁ କାବୁ କଲେ…

ଥୁଆମୂଳ ରାମପୁର, ୨୯।୧ (ଦୁର୍ଗା କୀର୍ତ୍ତି): ସରକାରୀ ପ୍ରକଳ୍ପରୁ ସାମଗ୍ରୀ ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗୋପାଳପୁର ପଞ୍ଚାୟତ ସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri