ଏବେ ବି ଅପହଞ୍ଚ ସ୍ବାଭିମାନଅଞ୍ଚଳ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.)-
ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ଏବେ ବି ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଏବେ ମଧ୍ୟ ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତ ଅଣ୍ଡ୍ରାହାଲ, ପଣସପୁଟ, ଜଡାମ୍ବ, ଗାଜଲମାମୁଡି ଓ ଯନ୍ତ୍ରୀ ଗ୍ରାମର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ସମ୍ପୂର୍ଣ୍ଣ ଅଞ୍ଚଳ ଏଠାରେ ମାଓବାଦୀଙ୍କ କବ୍‌ଜାରେ ରହିଛି। ଗମନାଗମନ କହିଲେ ଏଠାରେ ୨ଟି ଭଙ୍ଗା ଦଦରା ଲଞ୍ଚକୁ ବୁଝାଏ। ପଣସପୁଟଠାରୁ ପ୍ରତ୍ୟହ ଏହି ଲଞ୍ଚ ୬୦ କିଲୋମିଟର ଦୂର ଚିତ୍ରକୋଣ୍ଡା ଆସିବାକୁ ୮ ଘଣ୍ଟା ଲାଗେ। ୧୯୬୬ରେ ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ସମୟରେ ସାବେରୀ, ସିଲେରୁ ଓ ଗୁରୁପ୍ରିୟା ମଧ୍ୟରେ ରହି ଯାଇଥିଲା ୭ଟି ପଞ୍ଚାୟତର ୨୨୯ଟି ଗ୍ରାମ। ଗୋଟିଏ ଗ୍ରାମରୁ ନିଜ ପଞ୍ଚାୟତକୁ ଯିବାକୁ ହେଲେ ଲୋକଙ୍କୁ ୬୦ କିଲୋମିଟର ଅତିକ୍ରମ କରିବାକୁ ପଡେ। ସରକାରୀ ଯୋଜନା ଏଠାରେ ସାତସପନ। କୌଣସି ସରକାରୀ ବାବୁଙ୍କ ପାଦ ଉପରୋକ୍ତ ଗ୍ରାମଗୁଡିକରେ କେବେ ପଡେନାହିଁ। ଗ୍ରାମବାସୀ ବାର୍ଦ୍ଧକ୍ୟ ଭତ୍ତା, ଟଙ୍କିକିଆ ଚାଉଳ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଚିକିତ୍ସା ପାଇଁ ଚିତ୍ରକୋଣ୍ଡା ଉପରେ ନିର୍ଭର କରନ୍ତି। ସରକାରୀ ବିଦ୍ୟାଳୟ ଥିଲେ ମଧ୍ୟ ଶିକ୍ଷକ ନାହାନ୍ତି। ନାକାମାମୁଡି ପଞ୍ଚାୟତକୁ ବିଭକ୍ତ କରି ମୁଦୁଲିଗୁଡାକୁ ଏକ ପଞ୍ଚାୟତ କରାଗଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା। ଏନେଇ ଅଙ୍ଗୁରଗୁଡା, ଆମିଳିବେଡା, ଟିକରପଡା, ଖଜୁରଗୁଡା, ବକଲି, ନାରଙ୍ଗିଝଲା, ମୁଦୁଲିଗୁଡା, ରାବା, ତାରାମାଲ୍‌, ହାତିଗୁଡା, ବଡାଖିଆଗୁଡା, ଝୁମିଗୁଡା, ସିଙ୍ଗବେଡା, ବାଟାଗୁଡା, ସରିପଦା, ବାନ୍ଧାପଡା ଆଦି ଗ୍ରାମରେ ବସବାସ କରୁଥିବା ୨ହଜାରରୁ ଊର୍ଦ୍ଧ୍ୱ ପରିବାର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ସେମାନଙ୍କ ଦାବି ଏଯାଏ ପୂରଣ ହୋଇନି କି ନୂତନ ପଞ୍ଚାୟତ ଗଠନ ହୋଇପାରିନାହିଁ। ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଅବସରରେ ଏହାକୁ ସ୍ବାଭିମାନ ଅଞ୍ଚଳ ରୂପେ ଘୋଷଣା କରି ଅଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ସେତୁ ଉଦ୍‌ଘାଟନ ପରେ ମଧ୍ୟ ଜୋଡାମ୍ବ, ପଣସପୁଟ, ଅଣ୍ଡାପାଲି, ଧୁଲିପୁଟ, ଯନ୍ତ୍ରୀ ପଞ୍ଚାୟତକୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏବେ ବି ଲୋକେ ଲଞ୍ଚ ଓ ଦେଶୀ ଡଙ୍ଗାରେ ଯାତାୟାତ କରୁଛନ୍ତି। ଯୋଗାଯୋଗର ଉନ୍ନତି ପାଇଁ ପଣସପୁଟ-ଜୋଡାମ୍ବ ଏବଂ ମୁଖିପୁଟରୁ ଜାମୁଗୁଡାକୁ ରାସ୍ତା ନିର୍ମାଣ କଲେ ଜାନବାଇରୁ ଜୋଡାମ୍ବ, ପଣସପୁଟ ପଞ୍ଚାୟତବାସୀ ଉପକୃତ ହୋଇପାରନ୍ତେ। ଅନ୍ୟପକ୍ଷରେ ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ପୋଲିସ ଓ ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି। ବିକାଶ ପ୍ରକ୍ରିୟାରେ ବାଧକ ସାଜୁଛନ୍ତି। ଚଲପତି, ବିକ୍ରାନ୍ତଙ୍କ ଭଳି ବହୁ ଟପ୍‌ କ୍ୟାଡର ମାଓବାଦୀ ନେତା ଏଠାରେ ଡେରା ପକାଉଛନ୍ତି। ଆନ୍ଧ୍ର ପୋଲିସ ସହାୟତାରେ ଏହି ଅଞ୍ଚଳ କିପରି ମାଓବାଦୀଙ୍କ କବଳରୁ ମୁକ୍ତ ହେବ ସେନେଇ ପ୍ରଶସନିକ ସ୍ତରରେ ବିଭିନ୍ନ ସମୟରେ ଉଚ୍ଚସ୍ତରୀୟ ବୈଠକ ବସୁଛି। ମାତ୍ର କିଛି ସୁଫଳ ମିଳିପାରୁନାହିଁ। ପ୍ରଜାକୋର୍ଟ କରି ସ୍ବାଭିମାନ ଅଞ୍ଚଳବାସୀଙ୍କୁ ଜଳ, ଜମି, ଜଙ୍ଗଲ ଆଳରେ ମାଓବାଦୀମାନେ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛନ୍ତି। କେହି ପୋଲିସକୁ ସମର୍ଥନ କଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଉଛନ୍ତି। ଫଳରେ ଅଞ୍ଚଳବାସୀ ସେମାନଙ୍କୁ ଡରି ରହୁଛନ୍ତି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଜିଲା ପ୍ରଶାସନ ତପତ୍ର ହୋଇ ଉଠିଛି ସତ, ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସ୍ବାଭିମାନ ଅଞ୍ଚଳରେ ବିକାଶ ଧାରା ମାଓବାଦୀଙ୍କ ଭୟରେ ଧିମେଇ ଯାଇଛି। ୭ଟି ପଞ୍ଚାୟତରୁ ମାତ୍ର ୩ଟି ପଞ୍ଚାୟତ ବଡପଡା, ରାଲେଗେଡା, ପାପରମେଟଲାକୁ ରାସ୍ତା ହୋଇଥିବା ବେଳେ ଏବେ ବି ୪ଟି ପଞ୍ଚାୟତର ଲୋକମାନେ ଜଳବନ୍ଦୀ ରୂପେ ଜୀବନଯାପନ କରୁଛନ୍ତି। ରାସ୍ତା ନିର୍ମାଣ ନେଇ ଠିକାଦାରଙ୍କ ମନରେ ଭୟ ରହୁଥିବାରୁ ସେମାନେ ପଛଘୁଞ୍ଚା ଦେଉଛନ୍ତି। ଜନ୍ତାପାଇଠାରୁ ପଣସପୁଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ କୌଣସି ଠିକାଦାର ରାଜି ହେଉନାହାନ୍ତି। ଏ ସମ୍ପର୍କରେ ମାଲକାନଗିରି ଏସ୍‌.ପି. ଜଗମୋହନ ମୀନାଙ୍କୁ ପଚାରିବାରୁ ସେ କହନ୍ତି ସ୍ବାଭିମାନ ଅଞ୍ଚଳରେ ପ୍ରାୟ ୨୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଯୋଜନା ରହିଛି। ପୋଲିସ ଓ ପ୍ରଶାସନ ମିଳିତ ଭାବେ ମାଓବାଦୀ ଦମନ ସହ ବିକାଶ ପ୍ରକ୍ରିୟାକୁ ତରାନ୍ବିତ କରିବାକୁ ପଦକ୍ଷେପ ନିଆଯାଇଛି। ଜନ୍ତାପାଇ, ପିପଲପଦର, ଡାଇକ୍‌-୩ ଏବଂ ମାଥିଲି ବ୍ଲକର ମହୁପଦର, ଭେଜାଙ୍ଗିଓ୍ବାଡା, ଚିନ୍ତଲବାଡା ଅଞ୍ଚଳରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ତେବେ ୧୦୦ ପ୍ରତିଶତ ସୁରକ୍ଷା ଦେବା ଅସମ୍ଭବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମ ପର୍ଯ୍ୟାୟରେ ଗତ ୧୧ରେ ମତଦାନ ଶେଷ ହୋଇଛି। ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳ ସ୍ବାଭିମାନ ଅଞ୍ଚଳରେ ନିଜ ପ୍ରଚାରକୁ ଜେରଦାର କରିଥିଲେ। ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହାକୁ ଭରସା କରି ଆଗାମୀ ଦିନରେ ଏହି ଅପହଞ୍ଚ ଅଞ୍ଚଳଗୁଡିକରେ କିଛି ଗୋଟେ ପରିବର୍ତ୍ତନ ହେବ ବୋଲି ଲୋକେ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri