ଏବେ ବି ଅପହଞ୍ଚ ସ୍ବାଭିମାନଅଞ୍ଚଳ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.)-
ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ଏବେ ବି ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଏବେ ମଧ୍ୟ ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତ ଅଣ୍ଡ୍ରାହାଲ, ପଣସପୁଟ, ଜଡାମ୍ବ, ଗାଜଲମାମୁଡି ଓ ଯନ୍ତ୍ରୀ ଗ୍ରାମର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ସମ୍ପୂର୍ଣ୍ଣ ଅଞ୍ଚଳ ଏଠାରେ ମାଓବାଦୀଙ୍କ କବ୍‌ଜାରେ ରହିଛି। ଗମନାଗମନ କହିଲେ ଏଠାରେ ୨ଟି ଭଙ୍ଗା ଦଦରା ଲଞ୍ଚକୁ ବୁଝାଏ। ପଣସପୁଟଠାରୁ ପ୍ରତ୍ୟହ ଏହି ଲଞ୍ଚ ୬୦ କିଲୋମିଟର ଦୂର ଚିତ୍ରକୋଣ୍ଡା ଆସିବାକୁ ୮ ଘଣ୍ଟା ଲାଗେ। ୧୯୬୬ରେ ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ସମୟରେ ସାବେରୀ, ସିଲେରୁ ଓ ଗୁରୁପ୍ରିୟା ମଧ୍ୟରେ ରହି ଯାଇଥିଲା ୭ଟି ପଞ୍ଚାୟତର ୨୨୯ଟି ଗ୍ରାମ। ଗୋଟିଏ ଗ୍ରାମରୁ ନିଜ ପଞ୍ଚାୟତକୁ ଯିବାକୁ ହେଲେ ଲୋକଙ୍କୁ ୬୦ କିଲୋମିଟର ଅତିକ୍ରମ କରିବାକୁ ପଡେ। ସରକାରୀ ଯୋଜନା ଏଠାରେ ସାତସପନ। କୌଣସି ସରକାରୀ ବାବୁଙ୍କ ପାଦ ଉପରୋକ୍ତ ଗ୍ରାମଗୁଡିକରେ କେବେ ପଡେନାହିଁ। ଗ୍ରାମବାସୀ ବାର୍ଦ୍ଧକ୍ୟ ଭତ୍ତା, ଟଙ୍କିକିଆ ଚାଉଳ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଚିକିତ୍ସା ପାଇଁ ଚିତ୍ରକୋଣ୍ଡା ଉପରେ ନିର୍ଭର କରନ୍ତି। ସରକାରୀ ବିଦ୍ୟାଳୟ ଥିଲେ ମଧ୍ୟ ଶିକ୍ଷକ ନାହାନ୍ତି। ନାକାମାମୁଡି ପଞ୍ଚାୟତକୁ ବିଭକ୍ତ କରି ମୁଦୁଲିଗୁଡାକୁ ଏକ ପଞ୍ଚାୟତ କରାଗଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା। ଏନେଇ ଅଙ୍ଗୁରଗୁଡା, ଆମିଳିବେଡା, ଟିକରପଡା, ଖଜୁରଗୁଡା, ବକଲି, ନାରଙ୍ଗିଝଲା, ମୁଦୁଲିଗୁଡା, ରାବା, ତାରାମାଲ୍‌, ହାତିଗୁଡା, ବଡାଖିଆଗୁଡା, ଝୁମିଗୁଡା, ସିଙ୍ଗବେଡା, ବାଟାଗୁଡା, ସରିପଦା, ବାନ୍ଧାପଡା ଆଦି ଗ୍ରାମରେ ବସବାସ କରୁଥିବା ୨ହଜାରରୁ ଊର୍ଦ୍ଧ୍ୱ ପରିବାର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ସେମାନଙ୍କ ଦାବି ଏଯାଏ ପୂରଣ ହୋଇନି କି ନୂତନ ପଞ୍ଚାୟତ ଗଠନ ହୋଇପାରିନାହିଁ। ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଅବସରରେ ଏହାକୁ ସ୍ବାଭିମାନ ଅଞ୍ଚଳ ରୂପେ ଘୋଷଣା କରି ଅଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ସେତୁ ଉଦ୍‌ଘାଟନ ପରେ ମଧ୍ୟ ଜୋଡାମ୍ବ, ପଣସପୁଟ, ଅଣ୍ଡାପାଲି, ଧୁଲିପୁଟ, ଯନ୍ତ୍ରୀ ପଞ୍ଚାୟତକୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏବେ ବି ଲୋକେ ଲଞ୍ଚ ଓ ଦେଶୀ ଡଙ୍ଗାରେ ଯାତାୟାତ କରୁଛନ୍ତି। ଯୋଗାଯୋଗର ଉନ୍ନତି ପାଇଁ ପଣସପୁଟ-ଜୋଡାମ୍ବ ଏବଂ ମୁଖିପୁଟରୁ ଜାମୁଗୁଡାକୁ ରାସ୍ତା ନିର୍ମାଣ କଲେ ଜାନବାଇରୁ ଜୋଡାମ୍ବ, ପଣସପୁଟ ପଞ୍ଚାୟତବାସୀ ଉପକୃତ ହୋଇପାରନ୍ତେ। ଅନ୍ୟପକ୍ଷରେ ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ପୋଲିସ ଓ ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି। ବିକାଶ ପ୍ରକ୍ରିୟାରେ ବାଧକ ସାଜୁଛନ୍ତି। ଚଲପତି, ବିକ୍ରାନ୍ତଙ୍କ ଭଳି ବହୁ ଟପ୍‌ କ୍ୟାଡର ମାଓବାଦୀ ନେତା ଏଠାରେ ଡେରା ପକାଉଛନ୍ତି। ଆନ୍ଧ୍ର ପୋଲିସ ସହାୟତାରେ ଏହି ଅଞ୍ଚଳ କିପରି ମାଓବାଦୀଙ୍କ କବଳରୁ ମୁକ୍ତ ହେବ ସେନେଇ ପ୍ରଶସନିକ ସ୍ତରରେ ବିଭିନ୍ନ ସମୟରେ ଉଚ୍ଚସ୍ତରୀୟ ବୈଠକ ବସୁଛି। ମାତ୍ର କିଛି ସୁଫଳ ମିଳିପାରୁନାହିଁ। ପ୍ରଜାକୋର୍ଟ କରି ସ୍ବାଭିମାନ ଅଞ୍ଚଳବାସୀଙ୍କୁ ଜଳ, ଜମି, ଜଙ୍ଗଲ ଆଳରେ ମାଓବାଦୀମାନେ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛନ୍ତି। କେହି ପୋଲିସକୁ ସମର୍ଥନ କଲେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଉଛନ୍ତି। ଫଳରେ ଅଞ୍ଚଳବାସୀ ସେମାନଙ୍କୁ ଡରି ରହୁଛନ୍ତି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଜିଲା ପ୍ରଶାସନ ତପତ୍ର ହୋଇ ଉଠିଛି ସତ, ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସ୍ବାଭିମାନ ଅଞ୍ଚଳରେ ବିକାଶ ଧାରା ମାଓବାଦୀଙ୍କ ଭୟରେ ଧିମେଇ ଯାଇଛି। ୭ଟି ପଞ୍ଚାୟତରୁ ମାତ୍ର ୩ଟି ପଞ୍ଚାୟତ ବଡପଡା, ରାଲେଗେଡା, ପାପରମେଟଲାକୁ ରାସ୍ତା ହୋଇଥିବା ବେଳେ ଏବେ ବି ୪ଟି ପଞ୍ଚାୟତର ଲୋକମାନେ ଜଳବନ୍ଦୀ ରୂପେ ଜୀବନଯାପନ କରୁଛନ୍ତି। ରାସ୍ତା ନିର୍ମାଣ ନେଇ ଠିକାଦାରଙ୍କ ମନରେ ଭୟ ରହୁଥିବାରୁ ସେମାନେ ପଛଘୁଞ୍ଚା ଦେଉଛନ୍ତି। ଜନ୍ତାପାଇଠାରୁ ପଣସପୁଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ କୌଣସି ଠିକାଦାର ରାଜି ହେଉନାହାନ୍ତି। ଏ ସମ୍ପର୍କରେ ମାଲକାନଗିରି ଏସ୍‌.ପି. ଜଗମୋହନ ମୀନାଙ୍କୁ ପଚାରିବାରୁ ସେ କହନ୍ତି ସ୍ବାଭିମାନ ଅଞ୍ଚଳରେ ପ୍ରାୟ ୨୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଯୋଜନା ରହିଛି। ପୋଲିସ ଓ ପ୍ରଶାସନ ମିଳିତ ଭାବେ ମାଓବାଦୀ ଦମନ ସହ ବିକାଶ ପ୍ରକ୍ରିୟାକୁ ତରାନ୍ବିତ କରିବାକୁ ପଦକ୍ଷେପ ନିଆଯାଇଛି। ଜନ୍ତାପାଇ, ପିପଲପଦର, ଡାଇକ୍‌-୩ ଏବଂ ମାଥିଲି ବ୍ଲକର ମହୁପଦର, ଭେଜାଙ୍ଗିଓ୍ବାଡା, ଚିନ୍ତଲବାଡା ଅଞ୍ଚଳରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ତେବେ ୧୦୦ ପ୍ରତିଶତ ସୁରକ୍ଷା ଦେବା ଅସମ୍ଭବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମ ପର୍ଯ୍ୟାୟରେ ଗତ ୧୧ରେ ମତଦାନ ଶେଷ ହୋଇଛି। ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳ ସ୍ବାଭିମାନ ଅଞ୍ଚଳରେ ନିଜ ପ୍ରଚାରକୁ ଜେରଦାର କରିଥିଲେ। ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହାକୁ ଭରସା କରି ଆଗାମୀ ଦିନରେ ଏହି ଅପହଞ୍ଚ ଅଞ୍ଚଳଗୁଡିକରେ କିଛି ଗୋଟେ ପରିବର୍ତ୍ତନ ହେବ ବୋଲି ଲୋକେ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri