ବିଜେଡି ବିଧାୟକ ପ୍ରାର୍ଥୀ ଓ ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ହାଇସ୍କୁଲ ପଡ଼ିଆରେ ବୁଧବାର ପୂର୍ବାହ୍ନରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ୧୫ହଜାର ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ସେ ଭାଜପା ସରକାରଙ୍କୁ ସମାଲୋଚନା କରିବା ସହ ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଓ କେନ୍ଦୁଝର ଏମ୍‌ପି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟ ଭିକ୍ଷା କରିଥିଲେ। ଏଥିସହ କେନ୍ଦୁଝରରେ ମେଡ଼ିକାଲ କଲେଜ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବା ସହ, ରିମୂଳି ରାଜାମୁଣ୍ଡା ଜାତୀୟ ରାଜପଥ ସମ୍ପୂର୍ଣ୍ଣ କରାଯିବ। ଶାସନକୁ ଆସିବାର ପ୍ରଥମ ଦିନରେ ଲୋକମାନଙ୍କୁ କାଳିଆ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ବିଜେଡି ପାଟଣା ବିଧାୟକ ପ୍ରାର୍ଥୀ ତଥା ଯୁବନେତା ଜଗନ୍ନାଥ ନାଏକ ଓ ଏମ୍‌ପି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ଭୋଟରଙ୍କୁ ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ ବିଜେଡିର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ୪ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରିଲୋପାଟଣା କଲେଜ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ବିବାଦ: ରେକର୍ଡ ଯାଞ୍ଚ

ମାର୍ଶାଘାଇ,୩ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର ନେଇ ବିବାଦ ଘଟଣାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପ…

ମହାକାଳପଡ଼ାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ଜାହାଜ ନିର୍ମାଣ କାରଖାନା, ଏମ୍‌ପି-ବିଧାୟକଙ୍କ ଉଦ୍ୟମକୁ ନେଇ…

ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ସଭାଗୃହଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ…

ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ:ସବୁକିଛି ଛାର୍‌ଖାର୍‌

କଟକ,୩।୯(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଥିବା ଏକ ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଜଗତପୁର ଶିଳ୍ପାଞ୍ଚଳ ମଧ୍ୟରେ ଥିବା ପ୍ରଗତି କ୍ଷୀର କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ଆବାସ ଆଶା: କଟିଲେଣି ୨୦୦

ଭୁବନେଶ୍ୱର,୩ା୯(ରବିନାରାୟଣ ଜେନା): ରାଜଧାନୀର ନିମ୍ନବର୍ଗଙ୍କୁ ସୁଲଭ ମୂଲ୍ୟରେ ଆବାସ ଯୋଗାଇଦେବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଗ୍ରହଣ କରାଯାଇଥିବା ଆବେଦନ ଉପରେ ଖୁବ୍‌ଶୀଘ୍ର ଲଟେରି ଉଠାଣ…

ରାଜ୍ୟରେ ୨୬% ଅଧିକ ବର୍ଷିଲା: ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ସବୁ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର, ୩ା୯(ବନ୍ଦନା ସେଠୀ): ବାରମ୍ବାର ଲଘୁଚାପ ସହ ମୌସୁମୀ ପ୍ରଭାବରେ ରାଜ୍ୟରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ତେବେ ଜୁନ୍‌ ୧ରୁ ସେପ୍ଟେମ୍ବର ୨ ମଧ୍ୟରେ…

ଓଟିଇଟି ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ରହିଛି…

କଟକ,୩ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କ କୃତକାର୍ଯ୍ୟ ହାର ୬୪.୪୮%…

ଡିଜିପି ଚୟନ ପ୍ରସଙ୍ଗରେ ସମୟ ଲୋଡ଼ିଲେ ସରକାର

ଭୁବନେଶ୍ୱର, ୩।୯(ସୁନିତ୍‌ ମିଶ୍ର): ରାଜ୍ୟର ଡିଜିପି ଚୟନ ପ୍ରସଙ୍ଗକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ୭ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ…

ପ୍ରତି ଜିଲାରେ ନିଯୁକ୍ତ ହେବେ ୫ ‘ଶକ୍ତି ଅପା’

ଭୁବନେଶ୍ୱର,୩ା୯(ସୁଚିସ୍ମିତା ସାହୁ): ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସାମଗ୍ରିକ କଲ୍ୟାଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ‘ଶକ୍ତିଶ୍ରୀ’ ଯୋଜନା ଅଧୀନରେ ପ୍ରତି ଜିଲାରେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri