୬୫ବର୍ଷୀୟ ଇରାକୀୟଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୬।୯(ବ୍ୟୁରୋ):ସମ୍‌ ଅଲ୍ଟିମେଟ୍‌ ମେଡିକେୟାର (ସମମ୍‌)ରେ ଜଣେ ୬୫ବର୍ଷୀୟ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି। ସେ ହେଲେ ଅବଦୁଲ ଖାଲେକ ଆବେଦ ଇମ୍ରାନ ଅଲ୍‌ କନନ୍‌। ସେ ସେଣ୍ଟ୍ରାଲ ସ୍କଲ୍‌ ବେସ୍‌ ଓଷ୍ଟିଓମାଇଲିଟିଜ୍‌ ସମସ୍ୟାରେ ପୀଡ଼ିତ ଥିଲେ। ଇରାକରେ ଏହି ଜଟିଳ ରୋଗର ଚିକିତ୍ସା ସୁବିଧା ନ ଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଚିକିତ୍ସାରେ ବିଳମ୍ବ ହେବାରୁ ଧୀରେ ଧୀରେ ତାଙ୍କ ମୁହଁ ବଙ୍କା ହୋଇଥିଲା ଓ ମୁଣ୍ଡରେ ଯନ୍ତ୍ରଣା ମଧ୍ୟ ବଢ଼ିଥିଲା। ଭାରତ ଆଣି ବାପାଙ୍କ ଚିକିତ୍ସା କରିବା ପାଇଁ ପୁଅ ସାଫା ଅବଦୁଲ ଖାଲେକ ଆବେଦ ଇଚ୍ଛା ପ୍ରକାଶ କରିଥିଲେ। ଭାରତରେ ବହୁ ହସ୍ପିଟାଲ ସନ୍ଧାନ ପରେ ସେ ଭୁବନେଶ୍ୱର ସମ୍‌ ଅଲ୍ଟିମେଟ୍‌ରେ ଚିକିତ୍ସା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଠାରେ ପହଞ୍ଚତ୍ବା ପରେ ଇଏନ୍‌ଟି ଆଣ୍ଡ୍‌ ସ୍କଲ ବେସ୍‌ ସର୍ଜରୀ ବିଭାଗର ସିନିୟର କନ୍‌ସଲଟାଣ୍ଟ ତଥା ମୁଖ୍ୟ ଡା. ରାଧାମାଧବ ସାହୁଙ୍କ ଅଧୀନରେ ଚିକିତ୍ସା ପାଇଁ ଇମ୍ରାନ ଭର୍ତ୍ତି ହୋଇଥିଲେ। କେତେକ ପରୀକ୍ଷା କରାଯିବା ପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅସ୍ତ୍ରୋପଚାର ସଫଳ ହୋଇଛି। ଏବେ ଧୀରେ ଧୀରେ ତାଙ୍କ ମୁହଁର ଅବସ୍ଥା ସୁସ୍ଥ ହେବାରେ ଲାଗିଛି ବୋଲି ଡା. ସାହୁ କହିଛନ୍ତି। ରୋଗ ସମ୍ପର୍କରେ ସେ କହିଛନ୍ତି, ଏହି ବିରଳ ରୋଗରେ ଜୀବନ ପ୍ରତି ବିପଦ ଥାଏ। ଅସ୍ଥିମଜ୍ଜାରେ ବ୍ୟାକ୍ଟେରିଆ ବା ଫଙ୍ଗସ ଯୋଗୁ କାନ ଓ ନାକରେ ଏହାର ସଂକ୍ରମଣ ହୋଇଥାଏ। କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଓ ବହୁଳ ମାତ୍ରାରେ ମଧୁମେହରରେ ପୀଡ଼ିତ ଥିବା ବ୍ୟକ୍ତି ଏହି ସଂକ୍ରମଣର ଶିକାର ହୁଅନ୍ତି ବୋଲି ଡା. ସାହୁ କହିଛନ୍ତି। ସମ୍‌ ଅଲ୍ଟିମେଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଶ୍ୱେତପଦ୍ମା ଦାସ କହିଛନ୍ତି, ବିଦେଶୀ ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ପୂର୍ବାଞ୍ଚଳରେ ଚିକିତ୍ସା ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ଆମେ ଖୁବ୍‌ଶୀଘ୍ର ଏକ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ଥିବା ଏକ ସ୍ବତନ୍ତ୍ର ୟୁନିଟ୍‌ ପ୍ରସ୍ତୁତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri