Posted inଫୁରସତ

ଖରାପ ସମୟର ସାମ୍ନା କରୁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ଦୂରେଇ ଯିବ ଦୁଃଖଦୁର୍ଦ୍ଦଶା

ଜୀବନରେ ବେଳେବେଳେ ଖରାପ ସମୟର ସାମ୍ନା କରିବାକୁ ପଡ଼ିଥାଏ। ପାରିବାରିକ ସମ୍ପର୍କ ଠାରୁ ଆରମ୍ଭ କରି ବେପାର ବଣିଜ, ଚାକିରି, କ୍ୟାରିଅର ଆଦିରେ କାହାର ନା କାହାର ଖରାପ ନଜର ପଡ଼ିଯାଇଥାଏ। ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଶେଷରେ ମାନସିକ ଭାରସାମ୍ୟ ହରାଇବାକୁ ପଡ଼ିଥାଏ। ଖରାପ ସମୟ ପଡ଼ିଲେ ଜୀବନ ଦୁର୍ବିସହ ହୋଇପଡ଼େ। କୋଟିପତିକୁ ଭିକାରି ବି କରିଦିଏ। ଏମିତି ଅନେକ ନଜିର ମଧ୍ୟ ରହିଛି। ଯଦି ଏମିତି କିଛି ହେଉଥାଏ ତା’ ହେଲେ ଏଥିରୁ ମୁକୁଳିବା ପାଇଁ ଆପଣାନ୍ତୁ ଏହି ଉପାୟ। ଦୂରେଇ ଯିବ ଦୁଃଖଦୁର୍ଦ୍ଦଶା

ଘର ଉପରେ ପଡ଼ିଥାଏ ଖରାପ ନଜର : ଘର ଭିତରକୁ ପଶିଲେ ଯେମିତି ଭାରି ଭାରି ଲାଗିଥାଏ। ଚିଡ଼ିଚିଡ଼ି ଲାଗେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥାଏ। ଏମିତି ହେଉଥିଲେ ଜାଣିବେ ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡ଼ିଛି। ଏଥରୁ ମୁକ୍ତି ପାଇବା ପାଇଁ ଏକ ନଡ଼ିଆକୁ କଳା କପଡ଼ାରେ ଗୁଡ଼ାଇ ଘର ବାହାରେ ଟାଙ୍ଗି ଦିଅନ୍ତୁ। ଦେଖିବେ ଧୀରେ ଧୀରେ ଘର ଉପରୁ ଖରାପ ନଜର ହଟିଯିବ।

ବ୍ୟବସାୟରେ ହୋଇଥାଏ କ୍ଷତି : ଖୁବ୍‌ ଭଲ ଭାବେ ଚାଲିଥିବା ବେପାରରେ ହଠାତ୍‌ କ୍ଷତି ଘଟିଥାଏ। ଏମିତି ହେଉଥିବା ଜାଣିଲେ ତୁରନ୍ତ ଦୋକାନର କୌଣସି ଏକ କୋଣରେ କଞ୍ଚାଲଙ୍କା ସହିତ ଲେମ୍ବୁ ଟାଙ୍ଗି ଦିଅନ୍ତୁ। କେବଳ ଖରାପ ନଜର ନୁହେଁ ଏମିତି କଲେ ବାସ୍ତୁଦୋଷ ମଧ୍ୟ କଟିଯାଇଥାଏ। କିନ୍ତୁ ଗୋଟିଏ କଥା ମନେ ରଖିବେ ଏହି ପ୍ରତିକାର କେବଳ ମଙ୍ଗଳବାର କିମ୍ବା ଶନିବାର କରିବେ। ଲେମ୍ବୁ ଲଙ୍କା ଶୁଖିଗଲେ ଏହାକୁ ଶୀଘ୍ର ବଦଳାଇ ଦିଅନ୍ତୁ।

ପିଲାଙ୍କ ଉପରେ ପଡ଼ିଥାଏ ନଜର : ପିଲା ଯଦି ସୁସ୍ଥ ସବଳ ହୋଇଥାଏ କାହାର ନା କାହାର ଖରାପ ନଜର ତା’ ଉପରେ ପଡ଼ିଥାଏ। ପିଲାଟି କାନ୍ଦୁଥିଲେ କିମ୍ବା କ୍ଷୀର ପିଉ ନ ଥିଲେ ତୁରନ୍ତ କ୍ଷୀରକୁ ତା’ ଦେହରେ ୩ ଥର ଢାଳି ସେହି କ୍ଷୀରକୁ ନେଇ କୁକୁରକୁ ପିଇବାକୁ ଦିଅନ୍ତୁ। ନଜର ଚାଲିଯିବ।

ଚାକିରି କରୁଥିବା ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ ନଜର : ରୋଜଗାର କରୁଥିବା ବ୍ୟକ୍ତିବିଶେଷ ଉପରେ କାହାର ଖରାପ ନଜର ପଡ଼ିଲେ ଦେହ ଅସୁସ୍ଥ ଲାଗିଥାଏ। ଏମିତି ଅନୁଭବ ହେଲେ ଫିଟିକିରିକୁ ପାଦଠୁ ମୁଣ୍ଡଯାଏ ୫ରୁ ୭ଥର ଛୁଆଁଇ ଦିଅନ୍ତୁ। ଏହି ଫିଟିକିରିକୁ ନେଇ ଗୋବର କିମ୍ବା କାଗଜ ଉପରେ ରଖି ଜଳାଇ ଦିଅନ୍ତୁ। ଫିଟିକିରି ଜଳିଗଲେ ଖରାପ ନଜର ଦୂରେଇ ଯିବ। ଫିଟିକିରି ବଦଳରେ ଶୁଖିଲା ଲଙ୍କାକୁ ଦେହରେ ଛୁଆଁଇ ମଧ୍ୟ ଜଳାଇ ପାରିବେ। ଏପରି କଲେ ଭଲ ସମୟ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri