Posted inଜାତୀୟ

କେଜରିଓ୍ବାଲଙ୍କ ମୁସଲିମ୍‌ ଭୋଟ ବୟାନକୁ ନେଇ ଜବାବ ରଖିଲେ ଶିଲା

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ଏଏପି ହାତକୁ ଆସୁଥିବା ପୂର୍ବରୁ କହୁଥିବା ବେଳେ ଏବେ କେଜରିଓ୍ବାଲ କହିଛନ୍ତି କି ଅଧିକାଂଶ ଭୋଟ କଂଗ୍ରେସକୁ ଯାଇଛି। ଆଉ ସେଥିମଧ୍ୟରୁ ଅଛି ବହୁପରିମାଣ ମୁସଲମାନ ଭୋଟ। ତେବେ କେଜରିଓ୍ବାଲଙ୍କ ଏଭଳି ମନ୍ତବ୍ୟକୁ ନେଇ ଏହାର ଜବାବ ରଖିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ। ସେ କହିଛନ୍ତି, ମହିଳା ହେଉ ବା ପୁରୁଷ ହିନ୍ଦୁ ହେଉ ବା ମୁସଲମାନ ସମସ୍ତେ ନିଜ ମନ ପସନ୍ଦର ଦଳକୁ ଭୋଟ ଦେବାର ଅଧିକାର ରହିଛି। ହୁଏତ କେଜରିଓ୍ବାଲ ସରକାରଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି ବା ବୁଝି ପାରୁ ନାହାଁନ୍ତି। କିନ୍ତୁ କେଜରିଓ୍ବାଲ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଭିତ୍ତିହିନ ବୋଲି ଶିଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସିରାଜ ମୋର ଭଲ ବନ୍ଧୁ, କିନ୍ତୁ…’, ଦଳରୁ ବାଦ୍‌ ପ୍ରସଙ୍ଗରେ ମୁହଁ ଖୋଲିଲେ ଗିଲ୍‌

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ର ବେସିନ୍‌ ରିଜର୍ଭ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଛି । ଏହି ମ୍ୟାଚ୍‌ରେ…

୩ ମାସର ଦରମା ମିଳିଲାନି; ସଇଁତଳା ବସଷ୍ଟାଣ୍ଡରେ ତାଲା ପକାଇଲେ ସୁରକ୍ଷାକର୍ମୀ, ୫ ଘଣ୍ଟା ବସ୍‌ ସେବା ଠପ୍‌

ସଇଁତଲା,୨୩ା୧୧(ରାଖାଲ ପ୍ରସାଦ ଶତପଥୀ): ସଇଁତଲା ସରକାରୀ ବସଷ୍ଟାଣ୍ଡରୁ ଗ୍ରାମାଂଚଳକୁ ଯାଉଥିବା ସମସ୍ତ ସରକାରୀ ବସ-ସେବା ସୋମ‌ବାର ଦିନ ବ୍ୟାହତ ହୋଇଛି । ବସଷ୍ଟାଣ୍ଡରେ ନିୟୋଜିତ ହୋଇଥିବା ସିକ୍ୟୁରିଟି…

ବିଜୟ ଅପହଞ୍ଚ ହୋଇ ରହିବାରୁ, ଏମିତି ଦୋଷ ଦେଲେ ଶୁବମନ ଗିଲ; କହିଲେ ଦଳ କାହିଁକି ସମୟ ପୂର୍ବରୁ ହିଁ ହାର ମାନି ନେଇଥିଲା

ନୂଆଦିଲ୍ଲୀ,୨୩।୧୧: ୱେଲିଂଟନର ବେସିନ ରିଜର୍ଭ ଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପଞ୍ଚମ ଦିନ, ଅର୍ଥାତ ସୋମବାର ଯେତେବେଳେ ଭାରତୀୟ କ୍ରିକେଟ ଦଳ ପଡ଼ିଆକୁ ଓହ୍ଲାଇଲା,…

ବିଦେଶ ଗସ୍ତ ତଦନ୍ତ ନିର୍ଦ୍ଦେଶକୁ ନେଇ ନବୀନଙ୍କ ଜବାବ, କହିଲେ ଉଚିତ୍ ଜବାବ….

ଭୁବନେଶ୍ୱର,୨୩ା୧୧: ବିଦେଶ ଗସ୍ତକୁ ନେଇ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୋର ବିଦେଶ ଗସ୍ତ ବହୁତ…

IND-NZ ଟେଷ୍ଟ ମ୍ୟାଚ ଡ୍ର’ ପରେ WTC ପଏଣ୍ଟ ତାଲିକାରେ ବଡ଼ ପରିବର୍ତ୍ତନ, ଭାରତକୁ ଲାଗିଛି ବଡ଼ ଝଟକା, ଜାଣନ୍ତୁ ନ୍ୟୁଜିଲ୍ୟାଣ୍ଡର ସ୍ଥିତି

ନୂଆଦିଲ୍ଲୀ,୨୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ଏହି ଫଳାଫଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ତାଲିକା ଉପରେ…

ନିର୍ବାଚନରେ ହଇଚଇ ସୃଷ୍ଟି କରିବ CJP! ଆଶୁତୋଷ ରଙ୍କା କହିଲେ ‘ବହୁତ ହେଲା, ଆଉ ନୁହେଁ…’

ନୂଆଦିଲ୍ଲୀ,୨୩।୧୧: ‘କକରୋଚ ଜନତା ପାର୍ଟି’ (CJP) ରବିବାର (ନଭେମ୍ବର ୨୨, ୨୦୨୬) ଘୋଷଣା କରିଛି ଯେ, ଦଳୀୟ କର୍ମୀ ଏବଂ ସାଧାରଣ ଜନତାଙ୍କ ସହଯୋଗରେ ଏହା ଗୋଆ…

ଗଞ୍ଜାମରେ ବାତ୍ୟା-ବନ୍ୟା କ୍ଷୟକ୍ଷତି ଦେଖିଲେ ମୁଖ୍ୟମନ୍ତ୍ରୀ, ଫସଲ ନଷ୍ଟର କଲେ ଅନୁଧ୍ୟାନ

ଛତ୍ରପୁର,୨୩।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ବିବାହ ପୂର୍ବରୁ ଲୁହରେ ଭିଜିଲା ପୂରା ପରିବାର: ଯେଉଁ ବେଦୀରେ ପଡ଼ିଥାନ୍ତା ହାତଗଣ୍ଠି, ସେଇଠି ପଡ଼ି ଚାଲିଗଲା ସଂଗ୍ରାମଙ୍କ ଜୀବନ

ବନ୍ତଳା,୨୩।୧୧(ସୁଶିତ ସାହୁ): ଆସନ୍ତା ୨ ତାରିଖରେ ହୋଇଥାନ୍ତା ବାହାଘର। ବାହାବେଦୀ ତିଆରି ହୋଇଥିଲାବେଳେ ସମସ୍ତ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ଅଘଟଣ ଘଟି ଯେଉଁ ବେଦୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?