ଖାଇବା ତେଲ ବ୍ୟବସାୟ ନଁାରେ ୬୩.୯୪ ଲକ୍ଷ ଠକେଇ

କଟକ ଅଫିସ,୨୮ା୫: ଦିନକୁ ଦିନ ନୂଆ ନୂଆ ତରିକାରେ ଠକେଇ ହେଉଛି। ଯାହାର ଶିକାର ହେଉଛନ୍ତି ବଡ଼ ବଡ଼ ବ୍ୟବସାୟୀ। ଖାଇବା ତେଲ ବ୍ୟବସାୟ ନଁାରେ ୬୩.୯୪ ଲକ୍ଷ ଟଙ୍କାର ଠକେଇ ହୋଇଛି। ବିହାର-ଓଡ଼ିଶା ଆନ୍ତଃରାଜ୍ୟ ଠକ ଏଭଳି କାରବାରରେ କାର୍ପଟ୍‌ଦାର ସାଜିଛନ୍ତି। ଏଭଳି ଏକ ଠକେଇ ଘଟଣାରେ ବିଡ଼ାନାସୀ ପୋଲିସ ଜଣେ ଅଭିଯୁକ୍ତଙ୍କୁ କୋଲ୍‌କାତାରୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ସେମାନଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରୁଛି।
ପୋଲିସ ସୂଚନା ଅନୁଯାୟୀ, ବିଡ଼ାନାସୀ ଥାନା ଅନ୍ତର୍ଗତ ଶତାବ୍ଦୀ ବିହାର ଅଞ୍ଚଳର ବିଶ୍ୱରଞ୍ଜନ ସେଠୀଙ୍କର ଖାଇବା ତେଲ କମ୍ପାନୀ ରହିଛି। ସୁବାସ ଚନ୍ଦ୍ର ଦାଶ ଓ ଶିତିକଣ୍ଠ ମହାନ୍ତି ନାମକ ୨ ଜଣ ବ୍ୟକ୍ତି ୨୦୨୨ ଜାନୁୟାରୀରେ ବିଶ୍ୱରଞ୍ଜନଙ୍କ ନିକଟକୁ ଆସି ଏକ କମ୍ପାନୀର ଓଡ଼ିଶା ରିଜିଅନ୍‌ ମାର୍କେଟିଂ ମ୍ୟାନେଜର ଭାବେ ନିଜର ପରିଚୟ ଦେଇଥିଲେ। ସେମାନଙ୍କ କମ୍ପାନୀ ନିକଟରୁ ପାମ୍‌ ତେଲ କିଣିବା ପାଇଁ ସେମାନେ ବିଶ୍ୱରଞ୍ଜନଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ କମ୍ପାନୀର ନିର୍ଦ୍ଦେଶକ ସତ୍ୟପ୍ରକାଶ ସିଂହ ଓ ପରିଚାଳନା ନିର୍ଦ୍ଦେଶିକା ସୀମା ସିଂହ ତାଙ୍କ ଘରକୁ ଆସି କମ୍ପାନୀରୁ ତେଲ କିଣି ବ୍ୟବସାୟ କରିବାକୁ କହିଥିଲେ। ବିଶ୍ୱରଞ୍ଜନ ଏଥିରେ ସହମତି ପ୍ରକାଶ କରିବା ପରେ ତାଙ୍କ କମ୍ପାନୀର ବିହାରରେ ଥିବା ଉକ୍ତ କମ୍ପାନୀ ସହ ୨୦୨୨ ମାର୍ଚ୍ଚ ୨୩ରେ ଏକ ଚୁକ୍ତିନାମା ହୋଇଥିଲା। ପରେ ବିଶ୍ୱରଞ୍ଜନ ଅପରପକ୍ଷ ଆକାଉଣ୍ଟରେ ୯୬ ଲକ୍ଷ ଟଙ୍କା ଜମା କରିଥିଲେ। ମାତ୍ର ଉକ୍ତ କମ୍ପାନୀ ୫୦ ଲକ୍ଷ ଟଙ୍କାର ପାମ୍‌ ତେଲ ଯୋଗାଇଥିଲା, ଯାହାକି ବଜାର ଦରଠାରୁ ବହୁ ଉଚ୍ଚା ଦରରେ। ହେଲେ ସୁବାସ ଲିଖିତ ଭାବେ ଏହି କ୍ଷତି ଅବଶିଷ୍ଟ ୪୬ ଲକ୍ଷ ଟଙ୍କାର ତେଲ ଦେବାବେଳେ ଭରଣା କରିଦେବେ ବୋଲି କହିଥିଲେ। ଦୀର୍ଘଦିନ ପରେ ସୁବାସ ୯୧୮ ଟିଣ ପାମ୍‌ ତେଲ ଧରି ପହଞ୍ଚିଥିଲେ, ଯାହାର ମୂଲ୍ୟ ୧୭ ଲକ୍ଷ ୪୪ ହଜାର ୨୦୦ ଟଙ୍କା ହେବ। ସେହି ତେଲକୁ ବଜାରରେ ବିକ୍ରି କରିବା ପାଇଁ ସେ ପୁଣି ବିଶ୍ୱରଞ୍ଜନଙ୍କଠାରୁ ନେଇଗଲେ। ଏଥିସହ ୫୦ ହଜାର ଟଙ୍କା ମଧ୍ୟ ନଗଦ ଆକାରରେ ନେଇଗଲେ। ହେଲେ କୌଣସି ପଇସା ଦେଲେନାହିଁ। ୨୦୨୨ ଅକ୍ଟୋବର ୧୧ରେ ବିଶ୍ୱରଞ୍ଜନ ରାଞ୍ଚି ଅଫିସକୁ ଯାଇ ସତ୍ୟପ୍ରକାଶଙ୍କୁ କହିବା ପରେ ସେ ତାଙ୍କୁ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲେ। ସେ ବିଶ୍ୱରଞ୍ଜନଙ୍କଠାରୁ ମୋଟ ୬୩ ଲକ୍ଷ ୯୪ ହଜାର ଟଙ୍କା ଠକି ନେଇଥିଲେ। ଏ ନେଇ ବିଶ୍ୱରଞ୍ଜନ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୨୦୩/୨୩) ରୁଜୁ କରିଥିଲା। ପରେ କୋଲ୍‌କାତାରୁ ସତ୍ୟପ୍ରକାଶଙ୍କୁ ଗିରଫ କରି ସେଠାକାର କୋର୍ଟରେ ହାଜର କରାଇଥିଲା। ସେଠାରୁ ରିମାଣ୍ଡରେ ଓଡ଼ିଶା ଆଣିବା ପରେ ଶନିବାର କଟକସ୍ଥିତ ଅଦାଲତାରେ ହାଜର କରାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri