ସପ୍ତାହକରେ ୬୧ ଲକ୍ଷ ଜରିମାନା

ଅନୁଗୋଳ ଅଫିସ, ୯ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ୍‌ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରିବା ପାଇଁ ଅନୁଗୋଳ ଜିଲାରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଏପ୍ରିଲ ୧ରୁ ୭ ତାରିଖ ଯାଏ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଚେକିଂ କରାଯାଇ ମୋଟ୍‌ ୭୪୧ ଜଣ ନିୟମ ଉଲ୍ଲଂଘନକାରୀଙ୍କୁ ୬୧ ଲକ୍ଷ ୪୦ ହଜାର ୬୬ ଟଙ୍କାର ଜରିମାନା କରାଯାଇଥିଲା। ସେଥିମଧ୍ୟରୁ ୮ ଲକ୍ଷ, ୮୨ ହଜାର ୭୫୦ ଟଙ୍କା ଘଟଣାସ୍ଥଳରେ ଆଦାୟ ହୋଇଥିବା ବେଳେ ୫୨ ଲକ୍ଷ ୫୭ ହଜାର ୩୧୬ ଟଙ୍କା ପେଣ୍ଡିଂ ରହିଛି।
ଅନୁଗୋଳ ଆର୍‌ଟିଓ ପକ୍ଷରୁ ଚେକିଂ ବେଳେ ୩୭୨ ଜଣ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଚାଲାଣ କଟାଯାଇଛି। ଦ୍ରୁତଗତି ପାଇଁ ୧୧୩ ଜଣ ଚାଳକ ଧରାପଡ଼ିଥିବା ବେଳେ ୧୪୩ ଜଣ ହେଲମେଟ ପିନ୍ଧି ନ ଥିବା, ଗାଡ଼ି ଚାଳନା ବେଳେ ୧୪ ଜଣ ମୋବାଇଲ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ଚଳାଉଥିବା ୯ଜଣ, ମାଲ ଗାଡ଼ିରେ ଯାତ୍ରୀ ନେଉଥିବା ୨ ଜଣ, ଓଭରଲୋଡିଂ ପାଇଁ ୨୪, ସିଟ୍‌ ବେଲ୍‌ଟ ବାନ୍ଧି ନ ଥିବା ୧୪, ବାଇକ୍‌ରେ ୩ ଜଣିଆ ଯାତ୍ରା ପାଇଁ ୧୪ ଜଣ ଓ ଗାଡ଼ିର ନମ୍ବର ପ୍ଲେଟ ଠିକ୍‌ ନ ଥିବାରୁ ୧୬ଜଣ ଚାଳକଙ୍କୁ ଜରିମାନା କରାଯାଇଛି। ସେମାନଙ୍କୁ ମୋଟ୍‌ ୩୯ ଲକ୍ଷ ୪୨ ହଜାର ୮୫୦ ଟଙ୍କାର ଚାଲାଣ କଟାଯାଇ ଦିଆଯାଇଥିବା ବେଳେ ସେଥିରୁ ୬ଲକ୍ଷ ୪୧ ହଜାର ୧୫୦ ଟଙ୍କା ଆଦାୟ ହୋଇଛି। ୩୩ ଲକ୍ଷ ୧୭ଶହ ଟଙ୍କା ଆଦାୟ ପାଇଁ ବାକି ରହିଛି। ସେହିପରି ତାଳଚେର ଆର୍‌ଟିଓ ପକ୍ଷରୁ ୩୬୯ ଜଣ ନିୟମ ଉଲ୍ଲଂଘନକାରୀଙ୍କୁ ୨୧ ଲକ୍ଷ ୯୭ ହଜାର ୨୧୬ ଟଙ୍କାର ଜରିମାନା କରାଯାଇଛି। ସେଥିରୁ ୨ ଲକ୍ଷ ୪୧ ହଜାର ୬ଶହ ଟଙ୍କା ଆଦାୟ କରାଯାଇଥିବା ବେଳେ ୧୯ ଲକ୍ଷ ୫୫ ହଜାର ୬୧୬ ଟଙ୍କା ବାକି ରହିଛି। ଦ୍ରୁତଗତି ପାଇଁ ୯୧ ଜଣଙ୍କୁ ଜରିମାନା କରାଯାଇଥିବା ବେଳେ ହେଲମେଟ ପିନ୍ଧି ନ ଥିବା ୧୨୩ ଜଣ, ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୭ଜଣ, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର କରୁଥିବା ୧୯ ଜଣ, ସିଟ୍‌ ବେଲ୍‌ଟ ବାନ୍ଧି ନ ଥିବା ୧୭ ଜଣ, ବାଇକ୍‌ରେ ତିନିଜଣିଆ ଯିବା ପାଇଁ ୧୯ ଜଣ, ଗାଡ଼ି ଚଳାଉଥିବା ୫ ଜଣ ନାବାଳକ ଓ ଅନ୍ୟ କାରଣରୁ ୮୦ ଜଣ ଚାଳକଙ୍କୁ ଜରିମାନା କରାଯାଇଛି।

ପୋଲିସ ଆଦାୟ କରିଛି ୨୪ ଲକ୍ଷ

ଅନୁଗୋଳ ଜିଲାରେ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ଅବସରରେ ଜିଲା ପୋଲିସ ପକ୍ଷରୁ ମୋଟ୍‌ ୨୪ ଲକ୍ଷ ୨୯ ହଜାର ୩ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥିରୁ ବାଇକ୍‌ରେ ତିନିଜଣିଆ ବସି ଯିବା ପାଇଁ ୩୬୮ ଜଣଙ୍କୁ ଜରିମାନା କରାଯାଇଥିବା ବେଳେ ମଦ୍ୟପାନ କରିଥିବା ୩୪୦ ଚାଳକ, ବେଆଇନ ପାର୍କିଂ ପାଇଁ ୪୬୨ ଚାଳକ, ଦ୍ରୁତଗତି ଓ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୯ଜଣ, ଓଭର ଲୋଡିଂ ପାଇଁ ୩୧ ଜଣ, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର ପାଇଁ ୨୩୨ ଚାଳକ, ହେଲମେଟ୍‌ ପିନ୍ଧି ନ ଥିବା ୧୬୫୭ ଜଣ, ସିଟ୍‌ ବେଲ୍‌ଟ ପିନ୍ଧି ନ ଥିବା ୪୬୩ ଜଣ ଚାଳକଙ୍କୁ ଜରିମାନା କରାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?