୬୦୦୦ ଲିଟର କିରୋସିନ ଜବତ

ଢେଙ୍କାନାଳ ଅଫିସ୍‌, ୧୯।୫: ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଧୀନ ୫୫ନଂ. ଜାତୀୟ ରାଜପଥର ରସାସିଂହ ନିକଟରୁ ବୁଧବାର ଭୋର୍‌ ସମୟରେ ୨ଟି ଟ୍ୟାଙ୍କରରେ ଚୋରା ଚାଲାଣ ହେଉଥିବା ୬୦୦୦ ଲିଟର କିରୋସିନ ପୋଲିସ ଜବତ କରିଛି। ସାଧାରଣ ବଣ୍ଟନ ଲାଗି ଉଦ୍ଦିଷ୍ଟ ଉକ୍ତ କିରୋସିନ ଖୋର୍ଦ୍ଧା ଜିଲା ଜଟଣୀରୁ ଢେଙ୍କାନାଳ ଜିଲା କଣ୍ଟାବଣିଆ ଅଞ୍ଚଳକୁ ଆସୁଥିଲା। ଏହାକୁ ଅପମିଶ୍ରଣ କରି ବିକ୍ରି କରିବାକୁ ଯୋଜନା କରାଯାଉଥିବାବେଳେ ସୂଚନା ପାଇ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଏଥିରେ ସମ୍ପୃକ୍ତ ଅଭିଯୋଗରେ ରାସୋଳ ଥାନା ଖରିଡ଼ାଳି ଗ୍ରାମର ମାନସ ଦାସ, କଟକ ଜିଲା କାନପୁର ଥାନା ଜଳକେରି ଅଞ୍ଚଳର ଅରୁଣ ସାହୁ, ମୋଟଙ୍ଗା ଥାନା ବାଙ୍ଗୁରପଶି ଗ୍ରାମର ପ୍ରଦୀପ୍ତ ଦାସ ଗିରଫ ହୋଇଛନ୍ତି। ଏ ନେଇ ନଂ. ୨୩୫/୨୨, ଦଫା ୩୭୯, ୪୦୭, ୪୧୧, ୧୨୦ (ବି), ୭ ଏସେନ୍ସିଆଲ କମୋଡିଟି ଆକ୍ଟ ଓ ୨୩ ପେଟ୍ରୋଲିୟମ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ଡିଜେଲ ଦର ବୃଦ୍ଧି ପରେ ବଢୁଛି ଅପମିଶ୍ରଣ କାରବାର
କିଛି ମାସ ହେଲା ପେଟ୍ରୋଲ, ଡିଜେଲ ଦରରେ ଅସ୍ବାଭାବିକ ଭାବେ ବୃଦ୍ଧି ଘଟିଛି। ଏହାକୁ ନେଇ ବଢ଼ିଛି ପରିବହନ ଖର୍ଚ୍ଚ। ଏହି ବୋଝରୁ ମୁକୁଳିବା ଲାଗି ଭାରିଯାନ ମାଲିକମାନେ କିରୋସିନ ମିଶ୍ରିତ ଡିଜେଲରେ ଗାଡ଼ି ଚଳାଉଛନ୍ତି। ଏଥିଲାଗି ସେମାନେ ସାଧାରଣ ବଣ୍ଟନ ଲାଗି ଆସୁଥିବା କିରୋସିନ ଉପରେ ନଜର ପକାଇଛନ୍ତି। ଢେଙ୍କାନାଳ ଜିଲା ୫୫ନଂ. ଜାତୀୟ ରାଜପଥର ରସାସିଂହ ନିକଟରୁ ଚୋରା କିରୋସିନ ଧରାପଡ଼ିବା ପରେ ରାଜ୍ୟରେ ଏଭଳି ଅନେକ ବଡ଼ଧରଣର ର଼୍ୟାକେଟ୍‌ ଚାଲିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଗରିବ ଲୋକଙ୍କ ପାଇଁ ଆସୁଥିବା ଇନ୍ଧନର ଏଭଳି ବେଆଇନ ବ୍ୟବସାୟ ଯୋଗାଣ ବିଭାଗର ଅପାରଗତାକୁ ପଦାରେ ପକାଇଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri