୬୦୦୦ ଲିଟର କିରୋସିନ ଜବତ

ଢେଙ୍କାନାଳ ଅଫିସ୍‌, ୧୯।୫: ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଧୀନ ୫୫ନଂ. ଜାତୀୟ ରାଜପଥର ରସାସିଂହ ନିକଟରୁ ବୁଧବାର ଭୋର୍‌ ସମୟରେ ୨ଟି ଟ୍ୟାଙ୍କରରେ ଚୋରା ଚାଲାଣ ହେଉଥିବା ୬୦୦୦ ଲିଟର କିରୋସିନ ପୋଲିସ ଜବତ କରିଛି। ସାଧାରଣ ବଣ୍ଟନ ଲାଗି ଉଦ୍ଦିଷ୍ଟ ଉକ୍ତ କିରୋସିନ ଖୋର୍ଦ୍ଧା ଜିଲା ଜଟଣୀରୁ ଢେଙ୍କାନାଳ ଜିଲା କଣ୍ଟାବଣିଆ ଅଞ୍ଚଳକୁ ଆସୁଥିଲା। ଏହାକୁ ଅପମିଶ୍ରଣ କରି ବିକ୍ରି କରିବାକୁ ଯୋଜନା କରାଯାଉଥିବାବେଳେ ସୂଚନା ପାଇ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଏଥିରେ ସମ୍ପୃକ୍ତ ଅଭିଯୋଗରେ ରାସୋଳ ଥାନା ଖରିଡ଼ାଳି ଗ୍ରାମର ମାନସ ଦାସ, କଟକ ଜିଲା କାନପୁର ଥାନା ଜଳକେରି ଅଞ୍ଚଳର ଅରୁଣ ସାହୁ, ମୋଟଙ୍ଗା ଥାନା ବାଙ୍ଗୁରପଶି ଗ୍ରାମର ପ୍ରଦୀପ୍ତ ଦାସ ଗିରଫ ହୋଇଛନ୍ତି। ଏ ନେଇ ନଂ. ୨୩୫/୨୨, ଦଫା ୩୭୯, ୪୦୭, ୪୧୧, ୧୨୦ (ବି), ୭ ଏସେନ୍ସିଆଲ କମୋଡିଟି ଆକ୍ଟ ଓ ୨୩ ପେଟ୍ରୋଲିୟମ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ଡିଜେଲ ଦର ବୃଦ୍ଧି ପରେ ବଢୁଛି ଅପମିଶ୍ରଣ କାରବାର
କିଛି ମାସ ହେଲା ପେଟ୍ରୋଲ, ଡିଜେଲ ଦରରେ ଅସ୍ବାଭାବିକ ଭାବେ ବୃଦ୍ଧି ଘଟିଛି। ଏହାକୁ ନେଇ ବଢ଼ିଛି ପରିବହନ ଖର୍ଚ୍ଚ। ଏହି ବୋଝରୁ ମୁକୁଳିବା ଲାଗି ଭାରିଯାନ ମାଲିକମାନେ କିରୋସିନ ମିଶ୍ରିତ ଡିଜେଲରେ ଗାଡ଼ି ଚଳାଉଛନ୍ତି। ଏଥିଲାଗି ସେମାନେ ସାଧାରଣ ବଣ୍ଟନ ଲାଗି ଆସୁଥିବା କିରୋସିନ ଉପରେ ନଜର ପକାଇଛନ୍ତି। ଢେଙ୍କାନାଳ ଜିଲା ୫୫ନଂ. ଜାତୀୟ ରାଜପଥର ରସାସିଂହ ନିକଟରୁ ଚୋରା କିରୋସିନ ଧରାପଡ଼ିବା ପରେ ରାଜ୍ୟରେ ଏଭଳି ଅନେକ ବଡ଼ଧରଣର ର଼୍ୟାକେଟ୍‌ ଚାଲିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଗରିବ ଲୋକଙ୍କ ପାଇଁ ଆସୁଥିବା ଇନ୍ଧନର ଏଭଳି ବେଆଇନ ବ୍ୟବସାୟ ଯୋଗାଣ ବିଭାଗର ଅପାରଗତାକୁ ପଦାରେ ପକାଇଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯମ, କରୋନା

ଢେଙ୍କାନାଳ ଅଫିସ, ୨୯।୪ – ‘ମୁଁ ହେଉଛି ଯମରାଜ। ଆଜି ମଇଁଷି ଆଣିନି। ମୋ ସାଙ୍ଗରେ କରୋନା ଆଣିଛି। ଟିକେ ଫାଙ୍କା ପାଇଲେ କରୋନା ମାଡ଼ି...

ଜାଲ୍‌ ଦସ୍ତଖତରେ ପଟ୍ଟା ପ୍ରଦାନ

ଢେଙ୍କାନାଳ ଅଫିସ,୧୪।୪: ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟର ଦୁର୍ନୀତି ପିଛା ଛାଡୁନି। ୨୦୨୧ରେ ଚଞ୍ଚକତା କରି ଏକ ଜଳାଶୟର କିସମ ପରିବର୍ତ୍ତନ କରିବା ଘଟଣାରେ ଜଣେ ଅତିରିକ୍ତ...

ଢେଙ୍କାନାଳରୁ ବାହୁଡ଼ିଲେ ୧୧୦ ହାତୀ

ଢେଙ୍କାନାଳ ଅଫିସ, ୭।୧ ପଡ଼ୋଶୀ ଜିଲାରୁ ଢେଙ୍କାନାଳକୁ ଚାଲିଆସିଥିବା ହାତୀପଲ ବାହୁଡ଼ିବା ଆରମ୍ଭ କରିଛନ୍ତି। ଗତ ଅଗଷ୍ଟରୁ ଚଳିତ ୫ ତାରିଖ ସୁଦ୍ଧା ୧୧୦ ହାତୀ...

ଛିଣ୍ଡିଯାଇଛି ସମ୍ପର୍କର ରିଲ୍‌

ଢେଙ୍କାନାଳ ଅଫିସ, ୨୯।୭ ସଞ୍ଜ ଗଡ଼ିଲେ ଗଁ।ରେ ଜମୁଥିଲା ଆସର। ଲାଗୁଥିଲା ପ୍ରୋଜେକ୍ଟର। ଟଙ୍ଗା ଯାଇଥିବା ଧଳା କପଡ଼ା ଉପରେ ଧାଉଁଥିଲା ଛବି। ମନୋରଞ୍ଜନ ଭିତରେ...

ପରଜଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମଦିବସ ପାଳିତ, ଗରିବଙ୍କୁ କମ୍ବଳ ବାଣ୍ଟିଲେ ଏମ୍‌ପି

ପରଜଙ୍ଗ,୧୬।୧୦(ଡି.ଏନ୍‌.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରାମେଶ୍ୱର ହାଇସ୍କୁଲ ପଡିଆଠାରେ ବୁଧବାର ଢେଙ୍କାନାଳ-ଅନୁଗୁଳ ଏମ୍‌ପି ମହେଶ ସାହୁଙ୍କ ତତ୍ତ୍ୱବଧାନରେ ବହୁ ନିରାଡ଼ମ୍ବର ଭାବେ...

ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ:ପ୍ରଥମ ସ୍ତ୍ରୀ କହି ଧାରଣା

କାମାକ୍ଷାନଗର, ୨୫ା୬(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ କଲିକତାରୁ ଆସିଥିବା ଜନୈକା ମହିଳା ରବିବାର ରାତିରୁ ଧାରଣାରେ ବସିଥିବା ଦେଖିବାକୁ...

କୁଲାରେ ହେବ କଳାକୃତି

ଢେଙ୍କାନାଳ ଅଫିସ, ୧୪।୯: ୬୫ ଫୁଟ ଉଚ୍ଚ ଓ ୪୦ଫୁଟ ଓସାରରେ ନିର୍ମାଣ ହେବ ଭବ୍ୟ ତୋରଣ। ହେଲେ ଏଥିରେ ଲାଗିବନି ଡିଜିଟାଲ ଏଲ୍‌ଇଡି ଲାଇଟ୍‌।...

ନ୍ୟାୟ ଦାବିରେ ଥାନା ଘେରାଉ

ସାତମାଇଲ, ୧୧।୧୦(ଡି.ଏନ୍‌.ଏ.): ହିନ୍ଦୋଳ ବ୍ଲକ ବାଲିମୀସ୍ଥିତ କ୍ୟାପିଟାଲ ଟ୍ରଷ୍ଟ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଏଜେଣ୍ଟ ତଥା ଖୋର୍ଦ୍ଧା ଜିଲା ମୁକ୍ତାପୁର ଅଞ୍ଚଳର ଅଜିତ ମହାପାତ୍ର (୨୪)ଙ୍କ...

Advertisement
Archives

Model This Week