ସଙ୍କଟରେ ୬୦ ଟ୍ରାନ୍ସଫର୍ମର୍‌ ୟୁନିଟ୍‌

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଟାଟା ପାୱାରର ନୀତି ରାଜ୍ୟର ୬୦ରୁ ଅଧିକ ଟ୍ରାନ୍ସଫର୍ମର ୟୁନିଟ୍‌ ଓ ସେଥିରେ କାମ କରୁଥିବା ୫ ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରିଛି। ଏହି ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ନୀତି ଆଧାରରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଆବଶ୍ୟକତା ପୂରଣ କରୁଥିଲେ। ଓଡ଼ିଶାର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ ଟାଟା ପାୱାରର ପ୍ରବେଶ ପରେ କମ୍ପାନୀର ଏକପାଖିଆ ଓ ମନମାନି ନୀତି ଯୋଗୁ ରାଜ୍ୟରେ ଥିବା ଟ୍ରାନ୍ସଫର୍ମର ୟୁନିଟ୍‌ ଓ ତତ୍‌ ସଂକ୍ରାନ୍ତୀୟ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଅର୍ଡର ପାଉନାହାନ୍ତି। କମ୍ପାନୀ ଜାଣିଶୁଣି ଏଭଳି ନୀତି ପ୍ରସ୍ତୁତ କରିଛି, ଯେଭଳି ଏହି ସଂସ୍ଥାଗୁଡ଼ିକ ଟେଣ୍ଡରରେ ଭାଗ ନେଇପାରିବେ ନାହିଁ। ଏହି ସଂସ୍ଥାଗୁଡ଼ିକ ପାଖରେ ବିଆଇଏସ୍‌, ବିଇଇ ଓ ଆଇଏସ୍‌ଓ ଭଳି ମାନ୍ୟତା ଥିଲେ ମଧ୍ୟ ସେମାନଙ୍କୁ ଭେଣ୍ଡର ଭାବେ ବିଚାର କରାଯାଉନାହିଁ ବୋଲି ରାଜ୍ୟ ଟ୍ରାନ୍ସଫର୍ମର ପ୍ରସ୍ତୁତକାରୀ ସଂଘର କର୍ମକର୍ତ୍ତା ଶୁକ୍ରବାର ଏକ ଖବରଦାତା କାର୍ଯ୍ୟକ୍ରମରେ ଦାବି କରିଛନ୍ତି।
ଏହି ମାମଲାରେ ଗଭୀର ଚିନ୍ତାପ୍ରକଟ କରି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଘ ଓଡ଼ିଶା ଆସୋସିଏଶନ ଅଫ୍‌ ସ୍ମଲ୍‌ ଆଣ୍ଡ୍‌ ମିଡିୟମ ଏଣ୍ଟରପ୍ରାଇଜେସ(ଓସ୍‌ମି)ର ସମ୍ପାଦକ ସାତ୍ତ୍ୱିକ ସ୍ବାଇଁ କହିଛନ୍ତି, ରାଜ୍ୟରେ ଟାଟା ପାୱାର ପ୍ରବେଶ କରିବା ପରେ ସ୍ଥାନୀୟ ଟ୍ରାନ୍ସଫର୍ମର ଓ ତତ୍‌ ସମ୍ପର୍କିତ ୟୁନିଟ୍‌ଗୁଡ଼ିକୁ ଅଣଦେଖା କରାଯାଉଛି। କମ୍ପାନୀ ସ୍ଥାନୀୟ ୟୁନିଟ୍‌ଗୁଡ଼ିକୁ ଗୁରୁତ୍ୱ ଦେଉନାହିଁ। ସରକାର ଧାର୍ଯ୍ୟ କରିଥିବା ନୀତିକୁ ଏହି କମ୍ପାନୀ ମାନୁନାହିଁ। ରାଜ୍ୟର ପ୍ରୋକ୍ୟୁରମେଣ୍ଟ ନୀତିକୁ ମାନିବା ଓ ତୁରନ୍ତ ଭେଣ୍ଡର ଡେଭେଲପ୍‌ମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ କରି ସ୍ଥାନୀୟ ୟୁନିଟ୍‌ଗୁଡ଼ିକୁ ଭେଣ୍ଡର ଭାବେ ଗ୍ରହଣ କରିବା ଲାଗି ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ। ସବୁ ଭେଣ୍ଡରଙ୍କୁ ସାମିଲ କରିବା ଲାଗି ଟାଟା ପାୱାରକୁ ଏହାର କଠୋର ଯୋଗ୍ୟତା ମାନଦଣ୍ଡ କୋହଳ କରିବାକୁ ପଡ଼ିବ ବୋଲି ସ୍ବାଇଁ କହିଛନ୍ତି। ଓଡ଼ିଶା ଟ୍ରାନ୍ସଫର୍ମର ମାନୁଫାକଚର୍ସ ଆସୋସିଏଶନ (ଓଟିଏମଏ)ର ସଭାପତି ଶାରଦା ପ୍ରସନ୍ନ ଦାସ କହିଛନ୍ତି, ବିଦ୍ୟୁତ ବିତରଣ କମ୍ପାନୀଗୁଡିକରେ ସରକାରଙ୍କ ଅଂଶଧନ ଥିଲେ ମଧ୍ୟ ଟାଟା ପାୱାର ରାଜ୍ୟର ପ୍ରୋକ୍ୟୁରମେଣ୍ଟ ନୀତିକୁ ପାଳନ କରୁନାହିଁ। ଟାଟା ପାୱାର ରାଜ୍ୟ ବାହାରୁ ଟ୍ରାନ୍ସଫର୍ମର କିଣିବାକୁ ଚାହୁଁଥିବା ଏଥିରୁ ସ୍ପଷ୍ଟ ଭାବେ ବୁଝାପଡୁଛି। ଏହାଦ୍ୱାରା ଓଡ଼ିଶା ବିପୁଳ ରାଜସ୍ବ ହରାଇବ। ସ୍ଥାନୀୟ ୟୁନିଟ୍‌ଗୁଡ଼ିକ ରୁଗ୍‌ଣ ହୋଇଯିବାର ଆଶଙ୍କା ଉପୁଜିଛି।
ଉଲ୍ଳେଖଯୋଗ୍ୟ, ଓଡ଼ିଶାରେ ଟ୍ରାନ୍ସଫର୍ମର ୟୁନିଟ୍‌ଗୁଡ଼ିକରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିବେଶ ହୋଇଛି। ୧୫୨୦ ପ୍ରତ୍ୟକ୍ଷ ଓ ୩ ହଜାର ଲୋକଙ୍କୁ ପରୋକ୍ଷ ଭାବେ ସଂସ୍ଥାଗୁଡିକ ନିଯୁକ୍ତି ଦେଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ, ଟାଟା ପାୱାର ପକ୍ଷରୁ ନିକଟରେ ଜାରି କରାଯାଇଥିବା ଟେଣ୍ଡରରେ ଜାଣିଶୁଣି ଏଭଳି କଠୋର ଯୋଗ୍ୟତା ମାନଦଣ୍ଡ ରଖାଯାଇଛି। ଏନେଇ ଟାଟା ପାଓ୍ବାରର ଜନୈକ ବରିଷ୍ଠ ଅଧିକାରୀଙ୍କ ମତାମତ ଲୋଡ଼ାଯାଇଥିଲେ ମଧ୍ୟ ସେ କିଛି କହିବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri