୬ ବର୍ଷ ପରେ

ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୨ରେ ୬ ବର୍ଷ ପୂରିଲା। ଏହି ସମୟ ମଧ୍ୟରେ ଭାରତର ଅର୍ଥନୀତି କେଉଁ ସ୍ତରକୁ ଖସିଛି, ତାହା ପ୍ରତ୍ୟେକ ଦେଶବାସୀ ଦୈନନ୍ଦିନ ଅନୁଭବ କରୁଛନ୍ତି। କିନ୍ତୁ କେହି କିଛି କରିବା ସ୍ଥିତିରେ ନାହାନ୍ତି। ୮ ନଭେମ୍ବର ୨୦୧୬ରେ ଏହି କଠୋର ଅର୍ଥନୈତିକ ଅସ୍ତ୍ର ଦେଶବାସୀଙ୍କ ଉପରେ ପ୍ରୟୋଗ କରାଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ ଦୁର୍ନୀତି ସହିତ କଳାଧନ ରୋକିବା, ଆତଙ୍କବାଦୀଙ୍କୁ କରାଯାଉଥିବା ପାଣ୍ଠି ଯୋଗାଣ ବନ୍ଦ ଓ ବିଦେଶରେ ଛପାଯାଉଥିବା ନକଲି ମୁଦ୍ରାକୁ ଅକାମୀ କରିଦଆଯିବ। କୌତୂହଳର ବିଷୟ ହେଉଛି ପ୍ରଥମ ଦିନ ଏହି ଘୋଷଣା ହୋଇଯିବା ପରେ ତା’ପରଠାରୁ ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ କଥା କୁହାଗଲା। ଏହା ମଧ୍ୟ ଜୋର୍‌ଜବରଦସ୍ତ କରାଗଲା ଯେ କାଗଜ ଟଙ୍କା ପରିବର୍ତ୍ତେ ସମଗ୍ର ଦେଶରେ ଡିିଜିଟାଲ ଟଙ୍କା ବ୍ୟବହାର କରାଯିବ। ଅର୍ଥାତ୍‌ ନଗଦ କାରବାର ବନ୍ଦ ହୋଇଯିବ। ସବୁ ସନ୍ଧ୍ୟାରେ ଓଡ଼ିଆ ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସଙ୍କ ଚେହେରା ଦେଖିବାର ସୁଯୋଗ ଦେଶବାସୀ ପାଇଥିଲେ। ବିଧିବଦ୍ଧ ବ୍ୟବସ୍ଥା କରାଯିବା ପୂର୍ବରୁ ବିମୁଦ୍ରୀକରଣ ଘୋଷଣା ହୋଇଯିବା ଫଳରେ ଅନେକ ବିଶୃଙ୍ଖଳା ଉପୁଜିଥିଲା। ତନ୍ମଧ୍ୟରୁ ଅନ୍ୟତମ ଥିଲା କେଉଁ ତାରିଖ ସୁଦ୍ଧା ପୁରୁଣା ଟଙ୍କା ଫେରସ୍ତ ଦେଇ ନୂତନ ନୋଟ୍‌ ଅଣାଯାଇପାରିବ। ପୋଖରୀରେ ପଦ୍ମ ଘୁଞ୍ଚିଲା ଭଳି ଶକ୍ତିକାନ୍ତ ସବୁଦିନ ଭିନ୍ନ ଭିନ୍ନ ତାରିଖ ଦର୍ଶାଇ ଦେଶର ଅର୍ଥନୀତି ଓ ବ୍ୟବସାୟିକ ବ୍ୟବସ୍ଥାକୁ ଦୋହଲାଇ ଦେଇ ଦୁର୍ବଳ କରିଦେବା ଦିଗରେ ସଫଳ ହୋଇଥିଲେ। ତାହାରି କୁଫଳ ଆଜି ମଧ୍ୟ ସମଗ୍ର ଦେଶକୁ ଭୋଗିବାକୁ ପଡୁଛି।
୪ ନଭେମ୍ବର ୨୦୧୬ରେ ଲୋକଙ୍କ ପାଖରେ ୧୭ ଲକ୍ଷ ୭୭ ହଜାର କୋଟି ଟଙ୍କା ନଗଦ ଅର୍ଥ ଥିଲା ବୋଲି ଆର୍‌ବିଆଇ କହିଥିଲା। ଆଶ୍ଚର୍ଯ୍ୟର କଥା ଅକ୍ଟୋବର ୨୦୨୨ରେ ସେହି ଅର୍ଥ ୭୨ ପ୍ରତିଶତ ବୃଦ୍ଧିପାଇ ୩୦ ଲକ୍ଷ ୮୮ ହଜାର କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି କେନ୍ଦ୍ର ସରକାରଙ୍କ ଅଧୀନ ବ୍ୟାଙ୍କିଙ୍ଗ୍‌ର ଏହି ସର୍ବୋଚ୍ଚ ସଂସ୍ଥା ଆର୍‌ବିଆଇ ଦ୍ୱାରା ଘୋଷଣା କରାଯାଇଛି। ସେଥିରୁ ବୁଝିବାକୁ ହେବ ଯେତେ ଭାରତପେ, ଗୁଗଲ୍‌ପେ, ଫୋନ୍‌ପେ, ପେଟିଏମ୍‌ ଭଳି ସଂସ୍ଥା ମୁଣ୍ଡ ଟେକିଛନ୍ତି ସମସ୍ତେ ନିମ୍ନମଧ୍ୟବିତ୍ତଙ୍କ ପାଖରେ ପହଞ୍ଚି ପାରିଛନ୍ତି। ତା’ଠାରୁ ବହୁ ଅଧିକ ଗରିବ ଓ ମଧ୍ୟବିତ୍ତ ନାଗରିକ ଏହି ବ୍ୟବସ୍ଥାକୁ ବିଶ୍ୱାସକୁ ନେଇପାରୁ ନାହାନ୍ତି ଏବଂ ଡିଜିଟାଲ ଅର୍ଥନୀତି ପରିବର୍ତ୍ତେ, ପୂର୍ବଭଳି, ନଗଦକୁ ଫେରିଯାଉଛନ୍ତି ବୋଲି ଏହି ରିପୋର୍ଟରୁ ପ୍ରମାଣ ମିଳୁଛି।
ଦେଶବାସୀଙ୍କ ସ୍ମୃତିକୁ ତାଜା କରିବା ପାଇଁ କିଛି ଚିତ୍ରକୁ ଏଠାରେ ଅବତାରଣା କରାଯାଇପାରେ। ବିମୁଦ୍ରୀକରଣ ପରେ ୫୦୦ ଓ ୧୦୦୦ ଟଙ୍କିଆ ଦୁଇଟି ବଡ଼ ନୋଟ୍‌କୁ ତତ୍‌କ୍ଷଣାତ୍‌ ସରକାର ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କ ଦେଖି ନ ଥିବା ଅନେକ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ସାଇତି ରଖିଥିବା ଏହି କାଗଜ ମୁଦ୍ରାକୁ ବଦଳାଇବା ପାଇଁ ଦିନ ଦିନ ଧରି ବ୍ୟାଙ୍କ ଆଗରେ ଧାଡ଼ି ବାନ୍ଧିଥିଲେ। କେତେକଙ୍କ ଏଥିଯୋଗୁ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଲା। ହେଲେ ସରକାର ଏହି ପ୍ରକ୍ରିୟାକୁ ଦେଶପ୍ରେମ ସହ ଯୋଡ଼ିଦେଲେ। ସିଆଚେନ୍‌ରେ ସୈନ୍ୟମାନେ ରାଷ୍ଟ୍ରର ସୁରକ୍ଷା ପାଇଁ ପ୍ରାଣବଳି ଦେଉଥିବା ବେଳେ ଅର୍ଥନୀତିକୁ ସୁଦୃଢ଼ କରିବା ସକାଶେ ଜନସାଧାରଣ କଷ୍ଟ ସହିବାକୁ ଶୀର୍ଷ ନେତୃତ୍ୱ ଆହ୍ବାନ ଦେଇଥିଲେ। ସେତେବେଳେ ସେହି ଘୋଷଣାକୁ ଅନେକ ଲୋକ ଅନ୍ଧ ଭାବେ ସମର୍ଥନ କରି ଭାବିଥିଲେ ଯେ ଦେଶର ମଙ୍ଗଳ ପାଇଁ ଏହି କଷ୍ଟ ସହିହେବ। ସେହି ତ୍ୟାଗର କୌଣସି ଅର୍ଥ ରହିଲା ନାହିଁ ବୋଲି ପରବର୍ତ୍ତୀ ସମୟରେ ବୁଝାପଡୁଛି। ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ମନରେ ଏଭଳି ଚିନ୍ତା ମଧ୍ୟ ପୂରାଇ ଦିଆଯାଇଥିଲା ଯେ, ଧନୀ ଲୋକଙ୍କ ନିକଟରୁ ବିପୁଳ ନଗଦ ଅର୍ଥ କାଢ଼ି ନେବାରେ ବିମୁଦ୍ରୀକରଣ ସହାୟକ ହେବ। କିନ୍ତୁ ଏହା ଯେ ଅବାସ୍ତବ ଥିଲା ତାହା ଅନେକେ ଠଉରାଇପାରି ନ ଥିଲେ। ସାଧାରଣତଃ ଅପର୍ଯ୍ୟାପ୍ତ କଳାଧନ ରଖିଥିବା ଧନିକ ବର୍ଗ ତାହାକୁ ନଗଦ ରାଶି ଆକାରରେ ନ ରଖି ବିଦେଶୀ ବ୍ୟାଙ୍କ କିମ୍ବା ଜମି, ସୁନା, ହୀରା ଆଦିରେ ବିନିଯୋଗ କରିଥାଆନ୍ତି। ମୋଟାମୋଟି କହିଲେ ବିମୁଦ୍ରୀକରଣ ଯୋଗୁ ନିମ୍ନ ଓ ମଧ୍ୟବିତ୍ତ ଲୋକ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ବହୁ ଲଘୁ, କ୍ଷୁଦ୍ର ଓ ମଧ୍ୟମଧରଣର ଶିଳ୍ପ ଧୂଳିସାତ୍‌ ହୋଇଯାଇଥିଲା। ଅନେକ ଲକ୍ଷ ଲୋକ ଚାକିରି ହରାଇ ଦୁର୍ର୍ଦ୍ଦିିନ ଦେଇ ଗତି କରିଥିଲେ। ଆଜି ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିନାହିଁ। ଅନ୍ୟପକ୍ଷରେ ବିମୁଦ୍ରୀକରଣକୁ ଯେଉଁମାନେ ବିରୋଧ କରିଥିଲେ ସେମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇଥିଲା। କଠୋର ହେଲେ ମଧ୍ୟ ଦେଶର ବିକାଶ ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଥାଏ ବୋଲି ସରକାରୀ ଭାବେ କୁହାଯାଇଥିଲା।
ବିମୁଦ୍ରୀକରଣର ୬ ବର୍ଷ ପରେ କେନ୍ଦ୍ରରେ ସେହି ଏକା ସରକାର ଶାସନ କରୁଛନ୍ତି। ଅଧିକ ୭୨ ପ୍ରତିଶତ ନଗଦ ମୁଦ୍ରା ଜନସାଧାରଣଙ୍କ ପାଖରେ ରହିଛି ବୋଲି ଆର୍‌ବିଆଇର ରିପୋର୍ଟକୁ ସରକାରୀ ସ୍ତରରେ ଖଣ୍ଡନ କରାଯାଇ ନାହିଁ। ମନେରଖିବାକୁ ହେବ ଯେ ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ଆର୍‌ବିଆଇ ସେତିକି ପରିମାଣର ନୋଟ୍‌ ବା ନଗଦ ଟଙ୍କା ଛାପିଛି ବୋଲି କହିପାରୁଛି। ଏବେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ୮୨ ଟଙ୍କା ୪୪ ପଇସାରେ ପହଞ୍ଚତ୍ୟାଇଛି। ବିମୁଦ୍ରୀକରଣ ପୂର୍ବରୁ ଏହି ବିନିମୟ ମୂଲ୍ୟ ୬୪ ଟଙ୍କାରେ ଥିଲା। ଅର୍ଥନୀତି ଅତ୍ୟନ୍ତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିବାରୁ ନିଯୁକ୍ତି ସଙ୍କୁଚିତ ହୋଇଯାଇଛି। ଏଠାରେ ଏକ ବିରୋଧାଭାସ ମଧ୍ୟ ଲକ୍ଷ୍ୟ କରାଯାଉଛି। ବିମୁଦ୍ରୀକରଣ ପରେ ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ (ୟୁପିଆଇ) ମାଧ୍ୟମରେ କାରବାର ବୃଦ୍ଧି ପାଇଛି। ଏହା ସତ୍ତ୍ୱେ ଲୋକଙ୍କ ପାଖରେ ଅଧିକ ପରିମାଣର ନଗଦ ଅର୍ଥ ରହିବା ସୂଚାଉଛି ଯେ, ଅର୍ଥନୀତି ଦୋଦୁଲ୍ୟମାନ ଅବସ୍ଥାରେ ଥିବାରୁ ସରକାରଙ୍କ ଉପରେ ସମ୍ଭବତଃ ଦେଶବାସୀଙ୍କ ଭରସା କମିଯାଇଛି। ଏସ୍‌ବିଆଇ ଅର୍ଥନୀତିଜ୍ଞଙ୍କ ମତରେ ଦୀପାବଳି ସପ୍ତାହରେ ମୁଦ୍ରା ସଂଚାଳନ ବା କରେନ୍ସି ଇନ୍‌ ସର୍କ୍ୟୁଲେଶନ (ସିଆଇସି) ୭,୬୦୦ କୋଟି ଟଙ୍କା କମିଯାଇଛି, ଯାହା ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ବୋଲି କୁହାଯାଉଛି। ଏହାର ଅର୍ଥ ଜନସାଧାରଣ ଏହିବର୍ଷ ଦୀପାବଳି ବେଳେ ପୂର୍ବବର୍ଷ ତୁଳନାରେ ଖର୍ଚ୍ଚ କମାଇ ଦେଇଛନ୍ତି। ଏଥିରୁ ଏହା ମଧ୍ୟ ଅନୁମାନ କରାଯାଇପାରେ ଯେ, ଅନ୍ୟକିଛି ସାମଗ୍ରୀ କିଣିବା ପରିବର୍ତ୍ତେ ସୁନା ଓ ହୀରା ଭଳି ଧାତବ ଜିନିଷ କିଣିଛନ୍ତି। ଦେଶର ଅର୍ଥନୀତିରେ ଦେଖାଦେଇଥିବା ଦୁରବସ୍ଥାକୁ ଦେଖି ଜନସାଧାରଣ ନଗଦ ଅର୍ଥ ବଜାରକୁ ଛାଡ଼ିବାକୁ ଚାହୁଁନାହାନ୍ତି। ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ଯେଉଁ ସ୍ଥିତି ଉପୁଜିଲା ତାହାର ପ୍ରଭାବ ଏଠାରେ ପଡ଼ିଯିବା ଭୟ ମଧ୍ୟ ଭାରତୀୟଙ୍କୁ ଘାରିଲାଣି। ମୋଟ ଉପରେ କହିଲେ ୬ ବର୍ଷ ତଳେ ଯେଉଁ ଉଦ୍ଦେଶ୍ୟ ନେଇ ସରକାର କଠୋର ଆର୍ଥିକ ନୀତି ଗ୍ରହଣ କରିଥିଲେ, ତାହା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏବେ ତାହାର କୁପ୍ରଭାବ ଦେଶର ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେଇଛି। କାରଣ ସ୍ଥିତି ଏଭଳି ବିଗିଡ଼ିଲାଣି ଯେ, ଅର୍ଥଶାସ୍ତ୍ରୀଙ୍କ ଦ୍ୱାରା ବହୁଳ ପ୍ରମାଣିତ ପ୍ରୟୋଗାତ୍ମକ ସୂତ୍ର ମଧ୍ୟ କାମ ଦେଉନାହିଁ। ଏଥିସହିତ ଦେଶର ନାଗରିକଙ୍କ ଚରିତ୍ର ବୁଝିବା ଦରକାର। ଦୀର୍ଘ ସମୟରୁ ନଗଦ ଟଙ୍କା ଖର୍ଚ୍ଚ କରି ବଞ୍ଚିବାକୁ ଶିଖିଥିବା ଭାରତୀୟଙ୍କୁ ହଠାତ୍‌ ଡିଜିଟାଲ ବ୍ୟବସ୍ଥା ଉପରେ ବିଶ୍ୱାସ ଆଣିବା କଷ୍ଟକର। ତାହା ଏହି ରିପୋର୍ଟରୁ ପ୍ରମାଣିତ ହେଉଛି। ଦୁଃଖର ବିଷୟ ଯେ ଭାରତ ସରକାର ଏବେ ମଧ୍ୟ ଉଚିତ ଅର୍ଥନୈତିକ ନିଷ୍ପତ୍ତି ନେବାରେ ଅଭିଜ୍ଞତା ପ୍ରଦର୍ଶନ କରିପାରୁନାହାନ୍ତି। ସେଥିପାଇଁ ଆଗାମୀ ଦିନରେ ଆହୁରି କଷ୍ଟ ସମୟ ଆସୁଛି ବୋଲି କୁହାଯାଇପାରିବ।

ଦୁଃଖର ବିଷୟ ଯେ ଭାରତ ସରକାର ଏବେ ମଧ୍ୟ ଉଚିତ ଅର୍ଥନୈତିକ ନିଷ୍ପତ୍ତି ନେବାରେ ଅଭିଜ୍ଞତା ପ୍ରଦର୍ଶନ କରିପାରୁନାହାନ୍ତି। ସେଥିପାଇଁ ଆଗାମୀ ଦିନରେ ଆହୁରି କଷ୍ଟ ସମୟ ଆସୁଛି ବୋଲି କୁହାଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri