କୁରୁଣ୍ଟି ପଞ୍ଚାୟତରେ ୬ ପ୍ରକଳ୍ପ ନାଁରେ ୬ ଲକ୍ଷ ଫଲ୍ସ ବିଲ୍‌

ରାଜନଗର, ୬ା୧୨(ଡି.ଏନ.ଏ.):ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ କାମ ନ କରି ସରକାରୀ ଟଙ୍କା ଲୁଟି ନିଆଯାଇଛି। ୬ଟି ପ୍ରୋଜେକ୍ଟ ନାଁରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନିଆଯାଇଛି। ସରକାରୀ ପୋର୍ଟାଲରୁ ଏହି ତଥ୍ୟ ମିଳିବା ପରେ କୁରୁଣ୍ଟି ପଞ୍ଚାୟତବାସୀ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ କେନ୍ଦ୍ରାପଡା ଜିଲାପାଳ, ପଞ୍ଚାୟତିରାଜ ମନ୍ତ୍ରୀ, ପଞ୍ଚାୟତିରାଜ ସଚିବ, ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ଅଭିଯୋଗ ପଠାଇଛନ୍ତି।
କୁରୁଣ୍ଟି ପଞ୍ଚାୟତର ବଳରାମପୁର ଗାଁରେ ଦୁଇଟି କଲଭର୍ଟ ନିର୍ମାଣ ହୋଇଥିବା ଦର୍ଶାଇ ୨୧ ନଭେମ୍ବର ୨୦୨୨ରେ ୧ ଲକ୍ଷ ୭୦ ହଜାର ଟଙ୍କା ଉଠାଯାଇଛି। କେନ୍ଦ୍ର ସରକାରଙ୍କ ୧୫ ତମ ଅର୍ଥ କମିଶନ ଅର୍ଥରେ ଗୋଟିଏ କଲଭର୍ଟ ପାଇଁ ୧ ଲକ୍ଷ ଟଙ୍କା ଓ ଅନ୍ୟ ଏକ କଲଭର୍ଟ ପାଇଁ ୭୦ ହଜାର ଟଙ୍କା ଉଠାଇ ନିଆଯାଇଛି। ମାତ୍ର ବଳରାମପୁରରେ କୌଣସି ସ୍ଥାନରେ କଲଭର୍ଟ ନିର୍ମାଣ ହୋଇନି। ଏହି ପଞ୍ଚାୟତର ପଶ୍ଚିମଭେଡା ଗାଁକୁ ଆଜି ଯାଏଁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇନାହିଁ। କିନ୍ତୁ ରାଜ୍ୟ ସରକାରଙ୍କ ୫ମ ଅର୍ଥ କମିଶନ ଅର୍ଥରେ ଏହି ଗାଁର ବିଜୟ ବଳଙ୍କ ଘର ଯାଏଁ ପାଇପ ଲାଇନ ପାଣି ସଂଯୋଗୀକରଣ କାମ କରାଯାଇଥିବା ଦର୍ଶାଇ ୧ ଲକ୍ଷ ଟଙ୍କା ବିଲ କରି ଉଠାଇ ନିଆଯାଇଛି। ୨୧ ନଭେମ୍ବର ୨୦୨୨ରେ ଏହି ଅର୍ଥ ଉଠାଇ ନିଆଯାଇଛି। ସେହିଭଳି କୁରୁଣ୍ଟି ଗାଁର ନରେନ୍ଦ୍ର ସାହି ଯାଏଁ ପାନୀୟଜଳ ପ୍ରକଳ୍ପ ନିମନ୍ତେ ପାଇପ ବିଛା ଯାଇ ନ ଥିବା ବେଳେ ୫ମ ଅର୍ଥ କମିଶନ ଯୋଜନାରେ ୭୬ ହଜାର ଟଙ୍କା ବିଲ କରି ଉଠାଇ ନିଆଯାଇଛି। ସେହିପରି ନୋଧାବସନ୍ତ ପ୍ରାଥମିକ ବିଦ୍ୟାଳୟରେ ନୂତନ ପାଇପଲାଇନ ସଂଯୋଗୀକରଣ କାର୍ଯ୍ୟ ହୋଇଥିବା ଦର୍ଶାଇ ୧ ଲକ୍ଷ ଟଙ୍କା ଉଠାଇ ନିଆଯାଇଛି। ବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ୧୫ତମ ଅର୍ଥ କମିଶନ ଅର୍ଥରେ ୨୯ ନଭେମ୍ବର ୨୦୨୨ରେ ଦେଢ ଲକ୍ଷ ଟଙ୍କା ଉଠାଯାଇଛି। ଏହି କାମ ମଧ୍ୟ ହୋଇ ନ ଥିବା ନେଇ ପଞ୍ଚାୟତର ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରଭାତ କୁମାର ପ୍ରଧାନ, ହିମାଂଶୁ ଶେଖର ନାୟକ, ପ୍ରଭାତ କୁମାର ସ୍ବାଇଁ, ନଟବର ପଲାଇ ପ୍ରମୁଖ ଅଭିଯୋଗ କରିଛନ୍ତି। ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଅର୍ଥ ଲୁଟ ସମ୍ପର୍କରେ ପଞ୍ଚାୟତବାସୀ ରାଜନଗରଠାରେ ଅନୁଷ୍ଠିତ ହେଉଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ପହଞ୍ଚତ୍ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରଶାସନକୁ ରୋକ୍‌ଠୋକ୍‌ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ସସ୍ମିତା ମହାନ୍ତିଙ୍କୁ ପଚାରିବାରୁ କଲଭର୍ଟ ନିର୍ମାଣ ହୋଇନି, ପଶ୍ଚିମଭେଡା ଗାଁରେ ପାଇପ ଲାଇନ କାମ ହୋଇନି, ଅନ୍ୟ ସମସ୍ତ କାମ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri