ହାତୀ ଆକ୍ରମଣରେ ୬ ପରିବାର କ୍ଷତିଗ୍ରସ୍ତ

କେନ୍ଦୁଝର,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଅମାଣିଗୋଡ଼ା ମୁଣ୍ଡାସାହିରେ ୧୦ରୁ ଊର୍ଦ୍ଧ୍ୱ ହାତୀ ପ୍ରବେଶ କରି ବ୍ୟାପକ ଘରବାଡି ଭଙ୍ଗାରୁଜା କରିବା ସହ ଧାନଚାଉଳ ନଷ୍ଟ କରିଦେଇଛି। ଉକ୍ତ ସାହିର ପ୍ରାୟ ୬ଟି ପରିବାରର ଘର ସବୁକୁ ହାତୀପଲ ନଷ୍ଟ କରିଦେଇଥିବା ବେଳେ ଘରେ ଥିବା ଧାନଚାଉଳ ନଷ୍ଟ କରିଦେଇଛନ୍ତି। ହାତୀପଲ ଗରିବ ଆଦିବାସୀଙ୍କ ଆସବାବପତ୍ର ନଷ୍ଟ କରିଦେଇଥିବା ବେଳେ ପରିବାର ଲୋକ ବେଘର ହୋଇ ପଡ଼ିଛନ୍ତି। ପ୍ରବଳ ଶୀତ ଯୋଗୁ ସେମାନେ କିଭଳି ରାତି କାଟିବେ ଏବଂ କ’ଣ ଖାଇବେ ସେ ନେଇ ଚିନ୍ତାରେ ରହିଛନ୍ତି। ଖବର ପାଇ ତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଲକ୍ଷ୍ମୀ ନାୟକ ଉକ୍ତ ଗ୍ରାମକୁ ପରିଦର୍ଶନ କରି କ୍ଷୟକ୍ଷତି ଦେଖିଥିଲେ। ହାତୀ ଉପଦ୍ରବ ଯୋଗୁ ଲୋକମାନେ ସର୍ବସ୍ବ ହରାଇଛନ୍ତି। ଏଣୁ ଏନେଇ ତୁରନ୍ତ ସେମାନଙ୍କୁ ସହାୟତା ଦେବା ସହ ଥଇଥାନ କରିବାକୁ ଜିଲାପାଳ ଓ ଡିଏଫ୍‌ଓଙ୍କୁ ଜଣାଇବେ ବୋଲି ଲକ୍ଷ୍ମୀ ନାୟକ କହିଛନ୍ତି। ହାତୀମାନେ ସମସ୍ତଙ୍କ ଘର ଭାଙ୍ଗିଦେଇ ଧାନଚାଉଳ ଖାଇବା ସହ ଗଣେଶ ମୁଣ୍ଡାଙ୍କ ୧୫ ବସ୍ତା ଧାନ ଓ ୨ ବସ୍ତା ଚାଉଳ, ରଞ୍ଜିତ ସର୍ଦ୍ଦାରଙ୍କ ୧୦ ବସ୍ତା ଚାଉଳ ଓ ୨ ବସ୍ତା ଧାନ ଖାଇଦେଇଥିବା ବେଳେ ଜୟସିଂ ଦିଗି, ମାନିଆ ମୁଣ୍ଡା, ଦାରାସିଂ ଦିଗି, ମଣ୍ଟୁ ମୁଣ୍ଡା ଆଦିଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଦେଇଛନ୍ତି। ବହୁ କଷ୍ଟରେ ଧାନ ଚାଷ କରି ଯାହା କିଛି ସଞ୍ଚୟ କରିଥିଲେ ସେସବୁ ହାତୀମାନେ ଖାଇଦେଲେ। ଏବେ ବର୍ଷ ତମାମ କ’ଣ ଖାଇବୁ ଓ କିପରି ଚଳିବୁ ବୋଲି କ୍ଷତିଗ୍ରସ୍ତ ଆଦିବାସୀମାନେ କହିଛନ୍ତି। ଏଣୁ ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦେବା ସହ ସୁରକ୍ଷା କରିବାକୁ ନିବେଦନ କରିଛନ୍ତି। ଏନେଇ ଡିଏଫ୍‌ଓ ଏଚ୍‌ ଡି ଧନରାଜ କହିଛନ୍ତି, ନିଶ୍ଚିତ ଭାବରେ କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ କ୍ଷତିପୂରଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri