ମାଡ଼ିଗଲା ଡମ୍ପର: ୬ ମୃତ

ନୟାଗଡ଼ ଅଫିସ,୨୫ା୧୧: ନୟାଗଡ଼ ଜିଲା ଶରଣକୁଳଠାରେ ମଙ୍ଗଳବାର ଏକ ଡମ୍ପର ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇଛି। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଶରଣକୁଳ ଗୁଡିଆସାହିର ରାଜେଶ ମହାପାତ୍ର (୧୭), ସୁଆରସାହିର ନୀଳକଣ୍ଠ ମହାରଣା (୮୦) ଓ ନାତୁଣୀ କାଜଲ ମହାରଣା (୧୫), ନରେନ୍ଦ୍ରପୁରର ସୁବାସିନୀ ସାହୁ (୪୨), ସରୋଜିନୀ ସାହୁ (୩୫) ଓ ପଦ୍ମଲୋଚନ ସାହୁ (୩୦)। ଏହା ଜଣାପଡିବା ପରେ ଶରଣକୁଳରେ ଉତ୍ତେଜନା ଦେଖାଦେଇଥିଲା। ଲୋକେ ନୟାଗଡ଼-ଓଡ଼ଗଁା ରାସ୍ତାରେ ମୃତଦେହ ରଖି ଅପରାହ୍ନ ୩ଟାରୁ ରାସ୍ତାରୋକୋ କରିଥିଲେ। ଏହି ସୁଯୋଗରେ ଦୁର୍ଘଟଣା ଘଟାଇଥିବା ଡମ୍ପର ଡ୍ରାଇଭର ଫେରାର ହୋଇଯାଇଥିଲେ। ଶରଣକୁଳ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଦୀର୍ଘ ସମୟ ଧରି ପ୍ରଶାସନିକ ଅଧିକାରୀ ନ ପହଞ୍ଚତ୍ବାରୁ ଉତ୍ତେଜନା ବଢ଼ିଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ନୟାଗଡ଼ ଉପଜିଲାପାଳ ଲଗ୍ନଜିତ ରାଉତରାୟ ଓ ଓଡଗଁା ତହସିଲଦାର ବିଜୟିତା ସାମନ୍ତସିଂହାର ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଅଧିକାରୀମାନେ ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ୨ଲକ୍ଷ ଓ ରେଡ୍‌କ୍ରସରୁ ୨୦ହଜାର ଟଙ୍କା ଲେଖାଏ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାତି ସାଢ଼େ ୧୦ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ସୂଚନା ଅନୁସାରେ ଆର୍‌କେଡି କନ୍‌ଷ୍ଟ୍ରକ୍‌ଶନର ୩ଟି ଡମ୍ପର ଆଗପଛ ହୋଇ ଅପରାହ୍ନରେ ଶରଣକୁଳ ରାସ୍ତା ଅତିକ୍ରମ କରୁଥିଲେ। ୩ୟ ଡମ୍ପରଟି (ନଂ.ଓଡି୦୨ଇ-୬୧୬୫) ପ୍ରଥମେ ନରେନ୍ଦ୍ରପୁର ନିକଟରେ ସୁବାସିନୀ ଓ ସରୋଜିନୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେମାନଙ୍କ ଜୀବନ ଚାଲିଯାଇଥିଲା। ପରେ ଡମ୍ପରଟି ଶରଣକୁଳ ପାନ୍ଥଶାଳାଠାରେ ସୁଆର ସାହିଠାରେ ଅନ୍ୟ ୪ଜଣଙ୍କୁ ଧକ୍କା ଦେଇଥିଲା। ପଦ୍ମଲୋଚନ ନିର୍ମାଣ କାର୍ଯ୍ୟ ଚାଲୁଥିବା ରାସ୍ତାରେ ଏବଂ ନୀଳକଣ୍ଠ ଓ ନାତୁଣୀ କାଜଲ ଘର ସମ୍ମୁଖରେ ଠିଆ ହୋଇଥିଲେ। ଗୁଡିଆସାହିର ରାଜେଶ ମହାପାତ୍ର ଚାଲିକରି ଯାଉଥିଲେ। କାଜଲଙ୍କୁ ଛାଡିଦେଲେ ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇସାରିଥିଲା। କାଜଲଙ୍କୁ ଗୁରତର ଅବସ୍ଥାରେ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ସ୍ଥିତିରେ ଆଗରେ ଯାଉଥିବା ୨ୟ ଡମ୍ପରଟି ଲୋକଙ୍କ ରୋଷର ଶିକାର ହୋଇଥିଲା। ଏହାର ଡ୍ରାଇଭର ମାଡ଼ ଖାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଡମ୍ପର ଓ ବାଇକ୍‌ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri