ନୟାଗଡ଼ ଅଫିସ,୨୫ା୧୧: ନୟାଗଡ଼ ଜିଲା ଶରଣକୁଳଠାରେ ମଙ୍ଗଳବାର ଏକ ଡମ୍ପର ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟାଇଛି। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଶରଣକୁଳ ଗୁଡିଆସାହିର ରାଜେଶ ମହାପାତ୍ର (୧୭), ସୁଆରସାହିର ନୀଳକଣ୍ଠ ମହାରଣା (୮୦) ଓ ନାତୁଣୀ କାଜଲ ମହାରଣା (୧୫), ନରେନ୍ଦ୍ରପୁରର ସୁବାସିନୀ ସାହୁ (୪୨), ସରୋଜିନୀ ସାହୁ (୩୫) ଓ ପଦ୍ମଲୋଚନ ସାହୁ (୩୦)। ଏହା ଜଣାପଡିବା ପରେ ଶରଣକୁଳରେ ଉତ୍ତେଜନା ଦେଖାଦେଇଥିଲା। ଲୋକେ ନୟାଗଡ଼-ଓଡ଼ଗଁା ରାସ୍ତାରେ ମୃତଦେହ ରଖି ଅପରାହ୍ନ ୩ଟାରୁ ରାସ୍ତାରୋକୋ କରିଥିଲେ। ଏହି ସୁଯୋଗରେ ଦୁର୍ଘଟଣା ଘଟାଇଥିବା ଡମ୍ପର ଡ୍ରାଇଭର ଫେରାର ହୋଇଯାଇଥିଲେ। ଶରଣକୁଳ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଦୀର୍ଘ ସମୟ ଧରି ପ୍ରଶାସନିକ ଅଧିକାରୀ ନ ପହଞ୍ଚତ୍ବାରୁ ଉତ୍ତେଜନା ବଢ଼ିଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ନୟାଗଡ଼ ଉପଜିଲାପାଳ ଲଗ୍ନଜିତ ରାଉତରାୟ ଓ ଓଡଗଁା ତହସିଲଦାର ବିଜୟିତା ସାମନ୍ତସିଂହାର ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଅଧିକାରୀମାନେ ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୨ଲକ୍ଷ ଓ ରେଡ୍କ୍ରସରୁ ୨୦ହଜାର ଟଙ୍କା ଲେଖାଏ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାତି ସାଢ଼େ ୧୦ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ସୂଚନା ଅନୁସାରେ ଆର୍କେଡି କନ୍ଷ୍ଟ୍ରକ୍ଶନର ୩ଟି ଡମ୍ପର ଆଗପଛ ହୋଇ ଅପରାହ୍ନରେ ଶରଣକୁଳ ରାସ୍ତା ଅତିକ୍ରମ କରୁଥିଲେ। ୩ୟ ଡମ୍ପରଟି (ନଂ.ଓଡି୦୨ଇ-୬୧୬୫) ପ୍ରଥମେ ନରେନ୍ଦ୍ରପୁର ନିକଟରେ ସୁବାସିନୀ ଓ ସରୋଜିନୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେମାନଙ୍କ ଜୀବନ ଚାଲିଯାଇଥିଲା। ପରେ ଡମ୍ପରଟି ଶରଣକୁଳ ପାନ୍ଥଶାଳାଠାରେ ସୁଆର ସାହିଠାରେ ଅନ୍ୟ ୪ଜଣଙ୍କୁ ଧକ୍କା ଦେଇଥିଲା। ପଦ୍ମଲୋଚନ ନିର୍ମାଣ କାର୍ଯ୍ୟ ଚାଲୁଥିବା ରାସ୍ତାରେ ଏବଂ ନୀଳକଣ୍ଠ ଓ ନାତୁଣୀ କାଜଲ ଘର ସମ୍ମୁଖରେ ଠିଆ ହୋଇଥିଲେ। ଗୁଡିଆସାହିର ରାଜେଶ ମହାପାତ୍ର ଚାଲିକରି ଯାଉଥିଲେ। କାଜଲଙ୍କୁ ଛାଡିଦେଲେ ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇସାରିଥିଲା। କାଜଲଙ୍କୁ ଗୁରତର ଅବସ୍ଥାରେ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ସ୍ଥିତିରେ ଆଗରେ ଯାଉଥିବା ୨ୟ ଡମ୍ପରଟି ଲୋକଙ୍କ ରୋଷର ଶିକାର ହୋଇଥିଲା। ଏହାର ଡ୍ରାଇଭର ମାଡ଼ ଖାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଡମ୍ପର ଓ ବାଇକ୍ ଜବତ କରିଛି।
Posted inଆମ ଜିଲା ଖବର, ନୟାଗଡ଼ View All

ଭାଇବୋହୂ ଆଣିଲେ ଦେଡ଼ଶୁରଙ୍କ ନାମରେ ଅଭିଯୋଗ
ବୁଗୁଡା,୩ା୧(ଡି.ଏନ.ଏ.)-ବୁଗୁଡ଼ା ଏନ୍ଏସି ଅନ୍ତର୍ଗତ ମୋଚିସାହିରେ ପାରିବାରିକ କଳହକୁ କେନ୍ଦ୍ରକରି ଭାଇବୋହୂ ରଶ୍ମିତା ବେହେରା ଦେଡ଼ଶୁର କାମ ବେହେରାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏ...

୨୯ରେ ପଦାର୍ପଣ କଲା ଅନୁଗୋଳ
ଅନୁଗୋଳ ଅଫିସ,୧।୪ ୧୯୯୩ ଏପ୍ରିଲ ୧ରେ ଜିଲା ମାନ୍ୟତା ପାଇଥିବା ଅନୁଗୋଳ ୨୯ ବର୍ଷରେ ପଦାର୍ପଣ କରିଛି। ତେଣୁ ଏପ୍ରିଲ୍ ୧ ଶୁକ୍ରବାର ଓଡ଼ିଶା ଦିବସ...

ଭୟରେ ଗାଁ ଛାଡ଼ିଲେ ୮୫ ପରିବାର
ଚିତ୍ରକୋଣ୍ଡା, ୪।୨(ଡି.ଏନ୍.ଏ.): ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ୧୨ଟି ଗ୍ରାମର ୮୫ ପରିବାର ମାଓବାଦୀ ଭୟରେ...

ମଣ୍ଡି ନେଉନି ଧାନ, ବ୍ଲକ ଅଫିସ ଘେରିଲେ ଗ୍ରାମବାସୀ
ଗଞ୍ଜାମ,୨୫।୨(ଡି.ଏନ.ଏ): ଗଞ୍ଜାମ ବ୍ଲକ ଅଞ୍ଚଳ ଚାଷୀଙ୍କର ଧାନ ମଣ୍ଡି ନେଉନି l ଗୁରୁବାର ଏହି ବ୍ଲକ କାଇଁଚପୁର ପଞ୍ଚାୟତ ଝାଡୁକୁଦା ଗ୍ରାମର ଶତାଧିକ ମହିଳା ଓ...

ଦଦରା ହଷ୍ଟେଲରେ ଦହଗଞ୍ଜ
ଢେଙ୍କାନାଳ ଅଫିସ, ୨୪।୯: ଛାତ୍ରାବାସକୁ ବିତିଲାଣି ୪୦ବର୍ଷ। କେଉଁଠି କୋଠା ଛାତ ଫାଟି ଆଁ କରିଛି ତ ଆଉ କେଉଁଠି କାନ୍ଥ। ସମୟେ ସମୟେ ମୁଣ୍ଡା...
ନିଲମ୍ବିତ ହେଲେ ହଳଦୀପାଳ ସରପଞ୍ଚ
ଚିତ୍ରଡା,୨୨ା୧(ଡ଼ି.ଏନ୍.ଏ)- କାର୍ଯ୍ୟରେ ଅବହେଳା ଏବଂ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ହଲଦୀପାଳ ପଞ୍ଚାୟତର ସରପଞ୍ଚ ମଙ୍ଗଲ ହାଁସଦାଙ୍କୁ ଜିଲାପାଳ ବିନୀତ...
ଦୋକାନ ଖୋଲିବାକୁ ଅନୁମତି ଦେଲା ପ୍ରଶାସନ: ଦ୍ୱନ୍ଦ୍ୱରେ ସେଲୁନ୍ ଦୋକାନୀ
ବାରିପଦା ଅଫିସ, ୫ା୫- ଗ୍ରୀନ ଜୋନ୍ରେ ଥିବା ମୟୂରଭଞ୍ଜ ଜିଲାରେ ଅଣ ଅତ୍ୟାବଶ୍ୟକୀୟ ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି। ସକାଳ ୭ଟାରୁ ଅପରାହ୍ନ ୨ଟା...

ପକ୍ଷାଘାତରେ ପୀଡ଼ିତ ଜଟାଧାରୀ: କଳାକାର ଭତାରୁ ବଁଚିତ୍ ଅଭିଯୋଗ
ଅତାବିରା, ୭।୨ (ଡି.ଏନ୍.ଏ.)- କେନ୍ଦ୍ର ଆର ରାଏଜ୍ ଉଭଏ ସରକାର କଳା, ସଂସ୍କୃତିକେ ବଁଚେଇ ରଖବାର ଲାଗି ପୋରଛାହନ୍ ଯୁଗେଇ ଦେଉଛନ୍। ସେନ୍ତା ୫୦ ବଛର୍ରୁ...