ନୟାଗଡ଼ ଅଫିସ,୨୫ା୧୧: ନୟାଗଡ଼ ଜିଲା ଶରଣକୁଳଠାରେ ମଙ୍ଗଳବାର ଏକ ଡମ୍ପର ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟାଇଛି। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଶରଣକୁଳ ଗୁଡିଆସାହିର ରାଜେଶ ମହାପାତ୍ର (୧୭), ସୁଆରସାହିର ନୀଳକଣ୍ଠ ମହାରଣା (୮୦) ଓ ନାତୁଣୀ କାଜଲ ମହାରଣା (୧୫), ନରେନ୍ଦ୍ରପୁରର ସୁବାସିନୀ ସାହୁ (୪୨), ସରୋଜିନୀ ସାହୁ (୩୫) ଓ ପଦ୍ମଲୋଚନ ସାହୁ (୩୦)। ଏହା ଜଣାପଡିବା ପରେ ଶରଣକୁଳରେ ଉତ୍ତେଜନା ଦେଖାଦେଇଥିଲା। ଲୋକେ ନୟାଗଡ଼-ଓଡ଼ଗଁା ରାସ୍ତାରେ ମୃତଦେହ ରଖି ଅପରାହ୍ନ ୩ଟାରୁ ରାସ୍ତାରୋକୋ କରିଥିଲେ। ଏହି ସୁଯୋଗରେ ଦୁର୍ଘଟଣା ଘଟାଇଥିବା ଡମ୍ପର ଡ୍ରାଇଭର ଫେରାର ହୋଇଯାଇଥିଲେ। ଶରଣକୁଳ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଦୀର୍ଘ ସମୟ ଧରି ପ୍ରଶାସନିକ ଅଧିକାରୀ ନ ପହଞ୍ଚତ୍ବାରୁ ଉତ୍ତେଜନା ବଢ଼ିଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ନୟାଗଡ଼ ଉପଜିଲାପାଳ ଲଗ୍ନଜିତ ରାଉତରାୟ ଓ ଓଡଗଁା ତହସିଲଦାର ବିଜୟିତା ସାମନ୍ତସିଂହାର ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଅଧିକାରୀମାନେ ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୨ଲକ୍ଷ ଓ ରେଡ୍କ୍ରସରୁ ୨୦ହଜାର ଟଙ୍କା ଲେଖାଏ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାତି ସାଢ଼େ ୧୦ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ସୂଚନା ଅନୁସାରେ ଆର୍କେଡି କନ୍ଷ୍ଟ୍ରକ୍ଶନର ୩ଟି ଡମ୍ପର ଆଗପଛ ହୋଇ ଅପରାହ୍ନରେ ଶରଣକୁଳ ରାସ୍ତା ଅତିକ୍ରମ କରୁଥିଲେ। ୩ୟ ଡମ୍ପରଟି (ନଂ.ଓଡି୦୨ଇ-୬୧୬୫) ପ୍ରଥମେ ନରେନ୍ଦ୍ରପୁର ନିକଟରେ ସୁବାସିନୀ ଓ ସରୋଜିନୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେମାନଙ୍କ ଜୀବନ ଚାଲିଯାଇଥିଲା। ପରେ ଡମ୍ପରଟି ଶରଣକୁଳ ପାନ୍ଥଶାଳାଠାରେ ସୁଆର ସାହିଠାରେ ଅନ୍ୟ ୪ଜଣଙ୍କୁ ଧକ୍କା ଦେଇଥିଲା। ପଦ୍ମଲୋଚନ ନିର୍ମାଣ କାର୍ଯ୍ୟ ଚାଲୁଥିବା ରାସ୍ତାରେ ଏବଂ ନୀଳକଣ୍ଠ ଓ ନାତୁଣୀ କାଜଲ ଘର ସମ୍ମୁଖରେ ଠିଆ ହୋଇଥିଲେ। ଗୁଡିଆସାହିର ରାଜେଶ ମହାପାତ୍ର ଚାଲିକରି ଯାଉଥିଲେ। କାଜଲଙ୍କୁ ଛାଡିଦେଲେ ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇସାରିଥିଲା। କାଜଲଙ୍କୁ ଗୁରତର ଅବସ୍ଥାରେ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ସ୍ଥିତିରେ ଆଗରେ ଯାଉଥିବା ୨ୟ ଡମ୍ପରଟି ଲୋକଙ୍କ ରୋଷର ଶିକାର ହୋଇଥିଲା। ଏହାର ଡ୍ରାଇଭର ମାଡ଼ ଖାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଡମ୍ପର ଓ ବାଇକ୍ ଜବତ କରିଛି।
Posted inଆମ ଜିଲା ଖବର, ନୟାଗଡ଼ View All
ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ
ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…
ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…
ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…
ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ
ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…
ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍ ଗଲେ ଯୁବକ
ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…
ଶାଳକଙ୍କୁ ଏସିଡ୍ ଫିଙ୍ଗି ବନ୍ଧା ହେଲେ ଭିଣୋଇ
ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…
ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…
ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…
ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…
କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…
Archives

