ଲୁଟେରା ଗ୍ୟାଙ୍ଗ୍‌ର ୬ ଗିରଫ

କଟକ ଅଫିସ,୨୬।୩: ମଧୁପାଟଣା ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗ୍‌ର ୬ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪ ବନ୍ଧୁକ, ୮ ଗୁଳି, ୬ ମୋବାଇଲ ଫୋନ୍‌, ୨ବାଇକ୍‌ ସମେତ ନଗଦ ୫୫୦୦ ଟଙ୍କା ଜବତ କରିଛି। ଗିରଫ ହୋଇଥିବା ଲୁଟେରାମାନେ ହେଲେ ମଧୁପାଟଣା ଥାନା ଅଧୀନ ତିନିଘରିଆ ଅଞ୍ଚଳର ଜ୍ଞାନ ଓରଫ୍‌ ଦୀପକ କୁମାର ବେଉରା, ନିଆଳି ଥାନା ଅଞ୍ଚଳର ସନ୍ତୁ ଓରଫ୍‌ ସନ୍ତୋଷ ପାତ୍ର, ମାର୍ଶାଘାଇ ଥାନା ଅଞ୍ଚଳର ରାଜା ଓରଫ୍‌ ବିବେକାନନ୍ଦ ସେନାପତି, ମଙ୍ଗଳାବାଗ ତେଲିସାହି ଅଞ୍ଚଳର କୁନା ବେହେରା ଏବଂ ଜଗତ୍‌ସିଂହପୁର ବାଲିକୁଦା ଥାନା ଅଞ୍ଚଳର ସୁଧୀର ସ୍ବାଇଁ। ଏମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଡିସିପି ପ୍ରତୀକ୍‌ ସିଂ ତାଙ୍କ କାର୍ଯ୍ୟାଳୟରେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଡିସିପି କହିଛନ୍ତି, ବୁଧବାର ରାତିରେ ଏହି ଘଟଣା ଘଟିଥିଲା। ଲୁଟ୍‌ର ଶିକାର ହୋଇଥିବା କୁନା ବିଶ୍ୱାଳ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ ଯେ, ସନ୍ତୋଷ ନଗରଠାରେ ୬ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ତାଙ୍କଠାରୁ ନଗଦ ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟ୍‌ କରି ଦୁଇଟି ବାଇକ୍‌ ଯୋଗେ ଫେରାର ହୋଇଯାଇଥିଲେ। ମଧୁପାଟଣା ଥାନା ଅଧିକାରୀ ତୁଷାରକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ତେବେ ଜଣେ ସେଠାରୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ପୂର୍ବରୁ ଡକାୟତି, ରାହାଜାନି ଓ ଲୁଟ୍‌ ପରି ସଙ୍ଗିନ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିଲେ। ସେମାନେ ବାଙ୍କୀ, ସାଲେପୁର, ଖୁଣ୍ଟୁଣି, ନିଆଳି ଆଦି ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ପାଟ୍‌ କରିଛନ୍ତି। ଏପରି କି ଏକବର୍ଷ ମଧ୍ୟରେ ସେମାନେ ଏକ କୋଟି ଟଙ୍କାର ଲୁଟ୍‌ କରିଥିବା ପୋଲିସ ପାଖରେ ସ୍ବୀକାର କରିଛନ୍ତି। ସେମାନଙ୍କଠାରୁ ଗୋଟିଏ ୯ ଏମ୍‌ଏମ୍‌ ଓ ୭.୬୫ ଏମ୍‌ଏମ୍‌ର ଦେଶୀ ପିସ୍ତଲ, ଦୁଇଟି ରିଭଲଭର, ୮ଟି ଜୀବନ୍ତ ଗୁଳି, ୬ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ହରନେଟ୍‌ ମୋଟର ସାଇକେଲ(ଓଡି ୦୫ ୟୁ ୦୭୫୮), ଗୋଟିଏ ଆପାଚି ବାଇକ୍‌ (ଓଡି ୦୬ ଏନ୍‌ ୫୬୪୬) ସମେତ ୫,୫୦୦ ଟଙ୍କା ନଗଦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ଜ୍ଞାନଙ୍କ ନାମରେ ମଧୁପାଟଣା ଥାନାରେ ୧୯ଟି, ସନ୍ତୁ ନାମରେ ନିଆଳି, ଓଳଟପୁର, ଜଗତ୍‌ସିଂହପୁର ଥାନାରେ ୧୨ଟି, ସୁଧିର ନାମରେ ମଧୁପାଟଣା, କ୍ୟାଣ୍ଟନମେଣ୍ଟ, ଚାଉଳିଆଗଞ୍ଜ, ମଙ୍ଗଳାବାଗ, ଚୌଦ୍ୱାର, ବାଲିକୁଦା ଥାନାରେ ୧୦ଟି ଏବଂ ରାଜା ନାମରେ ସଦର ଥାନାରେ ଗୋଟିଏ ସଙ୍ଗିନ ମାମଲା ଥିବା ଡିସିପି ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ପଥର ଖଣିରେ ଚଢ଼ାଉ, ୧ ଲକ୍ଷ ୩୬ ହଜାର ଜରିମାନା ଆଦାୟ, ୫ ଗାଡ଼ି ଜବତ

ପୁରୁଷୋତ୍ତମପୁର,୩ା୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବେଆଇନ ଭାବେ ବାଲି, ପଥର ଚାଲାଣ ନେଇ ତହସିଲଦାର ଅରୁଣ କୁମାର ନାୟକ ବିଭିନ୍ନ ସ୍ଥାନରେ ଥିବା...

ଚିଲିକା ବିଧାୟକଙ୍କୁ ଆକ୍ରମଣ

ଚିଲିକା ବିଧାୟକଙ୍କୁ ଆକ୍ରମଣ ଖୋର୍ଦ୍ଧା ଅଫିସ,୧୨ା୩: ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବାଣପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଜପା କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ପ୍ରଶାନ୍ତ...

ପୂର୍ବତନ ବିଧାୟକ ପୁରସ୍ତମ ସେଠୀଙ୍କ ପରଲୋକ

ଭଣ୍ଡାରିପୋଖରୀ, ୯ା୩(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରସ୍ତମ ସେଠୀଙ୍କ ସୋମବାର ସକାଳ ସାଢେ ୭ଟା ବେଳେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି...

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତି ଆୟୋଗ ଟିମ୍‌

ପୁରୀ ଅଫିସ, ୧୬।୧୨(ଡି.ଏନ୍‌.ଏ.): ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ତାଙ୍କ ଟିମ ଗୁରୁବାର ପୁରୀ ଯାଇ...

ଶିମିଳିପାଳକୁ ବର୍ଷା ସାହା

ବାରିପଦା ଅଫିସ,୧୨ା୩: ୨୭୫୦ ବର୍ଗ କି.ମି. ପରିଧି ମଧ୍ୟରେ ଥିବା ଶିମିଳିପାଳ ଅଭୟାରଣ୍ୟର ୨୧ଟି ରେଞ୍ଜରେ ଦୀର୍ଘଦିନ ହେଲା ଲାଗି ରହିଥିବା ନିଆଁ ନିୟନ୍ତ୍ରଣକୁ ଆସିଛି।...

କୋଟିପତି ଉପନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ଗୁଣପୁର,୧୨।୧(ଡି.ଏନ୍‌.ଏ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀ ଗତ...

ଠାବହେଲା ହନୁମାନଙ୍କ ଆକାରର ପଥର, ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୫ା୫: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡ଼ି ପଞ୍ଚାୟତ ମିଡ଼ିୟୁବାନ୍ଦା ଜଳପ୍ରପାତ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ଦାରିଙ୍ଗବାଡ଼ି ଯିଏ...

କରୋନା ମୁକାବିଲା: ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡ଼ି ପୋଲିସ

ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍‌.ଏ.): କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ୧୪୪ ଧାରାକୁ ବଜାୟ ରଖିବା ସହ ଦୋକାନ ବଜାର ବନ୍ଦ...

Advertisement
Archives

Model This Week