Posted inଖେଳ

ପାକିସ୍ତାନ ବିପକ୍ଷରେ ୫ମ ସର୍ବାଧିକ ରନ୍‌ ଚେଜ୍‌

ମାଞ୍ଚେଷ୍ଟର, ୧୦।୮ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୩ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀଲାଭ କରିଛି। ୨୭୭ ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୧୧୭ ରନରେ ୫ ଉଇକେଟ ହରାଇଥିଲେ ହେଁ ଜୋସ ବଟଲର ଓ କ୍ରିସ୍‌ ଓ୍ବକ୍ସ ୬ଷ୍ଠ ଉଇକେଟ ଭାଗୀଦାରିରେ ୧୩୯ ରନ ଯୋଗକରି ଦଳର ବିଜୟକୁ ସହଜ କରି ଦେଇଥିଲେ। ୧୨୦ ବଲ୍‌ ଖେଳି ୧୦ ଚୌକା ସହାୟତାରେ ୮୪ ରନରେ ଅପରାଜିତ ରହିଥିବା ଓ୍ବକ୍ସ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
* ପୂର୍ବରୁ ୧୯୯୯ରେ ଶେଷଥରପାଇଁ ଅଷ୍ଟ୍ରେଲିଆ ୪ର୍ଥ ଇନିଂସରେ ୨୫୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରି ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇଥିଲା। ସେତେବେଳେ ହୋବାର୍ଟରେ ଅଷ୍ଟ୍ରେଲିଆ ୩୬୯ ରନ କରି ଏହି ସଫଳତା ପାଇଥିଲା। ମାଞ୍ଚେଷ୍ଟରଠାରେ ଇଂଲଣ୍ଡ ୨୭୭ ରନକୁ ସଫଳତାର ସହ ଚେକ୍‌ କରିଥିଲା। ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ମ୍ୟାଚର ୪ର୍ଥ ଇନିଂସରେ ଏହା ହେଉଛି ୫ମ ସର୍ବାଧିକ ରନ ଚେଜ୍‌। ୧୯୯୯ରେ ଅଷ୍ଟ୍ରେଲିଆ ସଫଳତାକୁ ଛାଡ଼ିଦେଲେ ୧୯୯୩-୯୪ରେ ଖ୍ରିଷ୍ଟଚର୍ଚ୍ଚଠାରେ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୩୨୪, ୧୯୫୭-୫୮ରେ ଜର୍ଜଟାଉନ୍‌ଠାରେ ଓ୍ବେଷ୍ଟଇଣ୍ଡିଜ ୨ ଉଇକେଟ ହରାଇ ୩୧୭ ଏବଂ ୧୯୮୪-୮୫ରେ ନ୍ୟୁଜିଲାଣ୍ଡ ଡୁନେଡିନ୍‌ଠାରେ ୮ ଉଇକେଟ ହରାଇ ୨୭୮ ରନ ଚେଜ୍‌ କରିଥିଲା।
* ବଟଲର ଓ ଓ୍ବକ୍ସଙ୍କ ୧୩୯ ରନ କୌଣସି ଟେଷ୍ଟର ୪ର୍ଥ ଇନିଂସରେ ଇଂଲଣ୍ଡ ପାଇଁ ୬ଷ୍ଠ ଉଇକେଟରେ ଶ୍ରେଷ୍ଠ ପାର୍ଟନରଶିପ୍‌। ପୂର୍ବରୁ ୧୯୮୬-୮୭ ଆଶେସ ଟେଷ୍ଟରେ ମାଇକ୍‌ ଗ୍ୟାଟିଂ ଓ ଜ୍ୟାକ ରିଚାଡର୍‌ସ ସିଡ୍‌ନୀଠାରେ ୧୩୧ ରନର ଭାଗୀଦାରି ଗଢ଼ିଥିଲେ। ଓଭରଅଲ୍‌ ଦେଖିବାକୁ ଗଲେ ପାକିସ୍ତାନ ବିପକ୍ଷରେ ୪ର୍ଥ ଇନିଂସରେ ୬ଷ୍ଠ ଉଇକେଟ ଯୋଡ଼ିରେ ଏହା ଦ୍ୱିତୀୟ ସର୍ବାଧିକ ପାର୍ଟନରଶିପ୍‌। ୧୯୯୯ରେ ହୋବାର୍ଟଠାରେ ଜଷ୍ଟିନ ଲାଙ୍ଗର ଓ ଆଡାମ ଗିଲକ୍ରିଷ୍ଟ ୨୩୮ ରନର ଭାଗୀଦାରି ଗଢ଼ି ଏହି ତାଲିକାର ଶୀର୍ଷରେ ଅଛନ୍ତି।
* ୫ମ ଉଇକେଟ ପତନ ପରେ ୧୬୦ ରନ ଯୋଗ କରି ଇଂଲଣ୍ଡ ମାଞ୍ଚେଷ୍ଟରରେ ବିଜୟ ହାସଲ କରିଥିଲା। ପୂର୍ବରୁ ଇଂଲଣ୍ଡ ମାତ୍ର ଥରେ ଏପରି କରି ପାରିଥିଲା। ୧୯୦୨ରେ ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୬୩ ରନ ଚେଜ୍‌ କରୁଥିବାବେଳେ ଦଳ ୪୮ ରନରେ ୫ ଉଇକେଟ ହରାଇଥିଲେ ହେଁ ପରେ ୨୧୫ ରନ କରି ମ୍ୟାଚ ଜିତିଥିଲା।
*ବଟଲର ଓ ଓ୍ବକ୍ସଙ୍କ ପାର୍ଟନରଶିପ୍‌ ୩୩ ଓଭର ତିଷ୍ଠିଥିଲା। ଏହି ପର୍ଯ୍ୟାୟରେ ପାକିସ୍ତାନ ଗୋଟିଏ ହେଲେ ମେଡେନ ଓଭର ପାଇ ନ ଥିଲା। ୧୩୯ ରନର ପାର୍ଟନରଶିପ୍‌ ମଧ୍ୟରେ ଦୁହେଁ ୧୩ ଚୌକା ଓ ୧ ଛକା ମାରିଥିଲେ।
* ୧୦୦ରୁ ଊର୍ଦ୍ଧ୍ୱ ପ୍ରଥମ ଇନିଂସ ଅଗ୍ରଣୀ ସତ୍ତ୍ୱେ ପାକିସ୍ତାନ ୭ମ ଥରପାଇଁ ଏକ ଟେଷ୍ଟ ମ୍ୟାଚ ହାତଛଡ଼ା କରିଛି। ଏ ପରିସ୍ଥିତିରେ କେବଳ ଇଂଲଣ୍ଡ ୩ ଥର ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ୨୦୦୬ ଓ ୨୦୧୬ରେ ପ୍ରଥମ ଇନିଂସରେ ୧୦୦ରୁ ଊର୍ଦ୍ଧ୍ୱ ରନରେ ପଛୁଆ ରହିଥିଲେ ହେଁ ଇଂଲଣ୍ଡ ବିଜୟ ହାସଲ କରିଥିଲା।
* କ୍ୟାରିୟରରେ ୩୮ଟି ଟେଷ୍ଟ ଖେଳିଥିବା ଓ୍ବକ୍ସଙ୍କ ପାଇଁ ୮୪* ରନ ଦ୍ୱିତୀୟ ସର୍ବାଧିକ ସ୍କୋର। ଭାରତ ବିପକ୍ଷରେ ଲଡର୍‌ସଠାରେ ସେ ସର୍ବାଧିକ ୧୩୭* ରନ ସ୍କୋର କରିଥିଲେ। ଏହି ଦୁଇ ଇନିଂସ ମଧ୍ୟରେ ଓ୍ବକ୍ସ ୧୭ଟି ଇନିଂସ ଖେଳିଥିଲେ ହେଁ ୧୨.୩୧ ହାରରେ ମାତ୍ର ୧୯୭ ରନ କରିବାକୁ ସକ୍ଷମ ହୋଇଥିଲେ।
* ପାକିସ୍ତାନ ଅନେକ ସମୟରେ ୟୁଏଇରେ ଘରୋଇ ଟେଷ୍ଟ ଖେଳିଛି। ତେଣୁ ୟୁଏଇକୁ ଛାଡ଼ିଦେଲେ ବାହାର ପରିବେଶରେ ପାକିସ୍ତାନର ଏହା କ୍ରମାଗତ ୭ମ ଟେଷ୍ଟ ପରାଜୟ। ଶେଷଥରପାଇଁ ଏହି ଦଳ ୨୦୧୮ରେ ଲଡର୍‌ସଠାରେ ଇଂଲଣ୍ଡକୁ ୯ ଉଇକେଟରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗଁାରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri