ଖୁବ୍‌ଶୀଘ୍ର ୫ଜି ସ୍ପେକ୍ଟ୍ରମ୍‌ ନିଲାମ

ନୂଆଦିଲ୍ଲୀ,୧୪ା୨: କେନ୍ଦ୍ର ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ସ୍କିଲ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରୀ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିଭଳି ସରକାର ଶିକ୍ଷାଠାରୁ ସ୍ବାସ୍ଥ୍ୟ ଏପରି କି ପ୍ରତି ଅଞ୍ଚଳରେ ଟେଲି ଯୋଗାଯୋଗକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଫଳରେ ବହୁ ପ୍ରତୀକ୍ଷିତ ୫ଜି ସ୍ପେକ୍ଟ୍ରମ୍‌ ନିଲାମକୁ ଖୁବ୍‌ଶୀଘ୍ର ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚଳିତବର୍ଷ ମେ’ ମଧ୍ୟରେ ସ୍ପେକ୍ଟ୍ରମ ନିଲାମ ଅନୁଷ୍ଠିତ ହେବ। ଯଦି ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) ମାର୍ଚ୍ଚ ସୁଦ୍ଧା ବିକ୍ରୟ ପ୍ରକ୍ରିୟା ସହିତ ଆବଶ୍ୟକ ନିୟମାବଳୀ ଉପରେ ସୁପାରିସ କରିବେ ତା’ ହେଲେ ଏହାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଟେଲିକମ୍‌ ବିଭାଗର ଜଣେ ବରିଷ୍ଠ ଅଧିକାରୀ ମତବ୍ୟକ୍ତ କରିଛନ୍ତି।
ସେହିଭଳି ନିକଟରେ ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ କହିଥିଲେ ଯେ, ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୫ଜି ନିଲାମ ପାଇଁ ଆବଶ୍ୟକ ପଦକ୍ଷେପ ସହ ସୁପାରିସ ମଧ୍ୟ ଦାଖଲ କରାଯିବ। ସେହିପରି ଟେଲିକମ୍‌ ବିଭାଗ (ଡିଓଟି) ମଧ୍ୟ ଏକକାଳୀନ ଅନ୍ୟାନ୍ୟ ପ୍ରକ୍ରିୟାକୁ ନିଲାମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।
ଅପରପକ୍ଷରେ ଟେଲିକମ୍‌ ସଚିବ କେ. ରାଜାରାମନ୍‌ ଏକ ଜାତୀୟ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି, ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ସେମାନେ ଏହାର ସୁପାରିସ ପଠାଇବେ ବୋଲି ଟ୍ରାଇ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ସ୍ପେକ୍ଟ୍ରମ୍‌ ନିଲାମରେ ଟ୍ରାଇରୁ ସୁପାରିସ ପାଇବା ପରେ ନିଲାମରେ ବିଡିଂ ରାଉଣ୍ଡ ଆରମ୍ଭ କରିବାକୁ ସରକାର ୬୦ରୁ ୧୨୦ ଦିନ ସମୟ ନେଇଛନ୍ତି। ଟ୍ରାଇରୁ ସୁପାରିସ ପାଇବା ଦିନଠାରୁ ନିଲାମ ଆରମ୍ଭ କରିବାକୁ ଦୁଇ ମାସ ସମୟ ଲାଗିବ ବୋଲି ରାଜାରାମନ୍‌ ମତବ୍ୟକ୍ତ କରିଛନ୍ତି।
ଡିଓଟିର ସୂଚନା ଅନୁଯାୟୀ ୫ଜି ଡାଉନଲୋଡ୍‌ ସ୍ପିଡ୍‌ ୪ଜି ସେବା ଅପେକ୍ଷା ୧୦ ଗୁଣ ଅଧିକ ଦ୍ରୁତଗତିରେ ପହଞ୍ଚାଇବ ବୋଲି ଆଶା କରାଯାଉଛି। ଟ୍ରାଇ ଶିଳ୍ପ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହିତ ପରାମର୍ଶ କରିଲା ପରେ ଡିଓଟିକୁ ସୁପାରିସ କରିଥାଏ। ସାମ୍ପ୍ରତିକ ଅଭ୍ୟାସ ଅନୁଯାୟୀ, ଡିଓଟିରେ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, ଡିଜିଟାଲ୍‌ ଯୋଗାଯୋଗ ଆୟୋଗ (ପୂର୍ବରୁ ଟେଲିକମ୍‌ କମିଶନ) ଟ୍ରାଇ ସୁପାରିସ ଉପରେ ନିଷ୍ପତ୍ତି ନେଇଥାଏ ଏବଂ ତା’ପରେ ଚୂଡ଼ାନ୍ତ ଅନୁମୋଦନ ପାଇଁ କ୍ୟାବିନେଟ୍‌ ନିକଟକୁ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri