ଖୁବ୍‌ଶୀଘ୍ର ୫ଜି ସ୍ପେକ୍ଟ୍ରମ୍‌ ନିଲାମ

ନୂଆଦିଲ୍ଲୀ,୧୪ା୨: କେନ୍ଦ୍ର ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ସ୍କିଲ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରୀ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିଭଳି ସରକାର ଶିକ୍ଷାଠାରୁ ସ୍ବାସ୍ଥ୍ୟ ଏପରି କି ପ୍ରତି ଅଞ୍ଚଳରେ ଟେଲି ଯୋଗାଯୋଗକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଫଳରେ ବହୁ ପ୍ରତୀକ୍ଷିତ ୫ଜି ସ୍ପେକ୍ଟ୍ରମ୍‌ ନିଲାମକୁ ଖୁବ୍‌ଶୀଘ୍ର ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚଳିତବର୍ଷ ମେ’ ମଧ୍ୟରେ ସ୍ପେକ୍ଟ୍ରମ ନିଲାମ ଅନୁଷ୍ଠିତ ହେବ। ଯଦି ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) ମାର୍ଚ୍ଚ ସୁଦ୍ଧା ବିକ୍ରୟ ପ୍ରକ୍ରିୟା ସହିତ ଆବଶ୍ୟକ ନିୟମାବଳୀ ଉପରେ ସୁପାରିସ କରିବେ ତା’ ହେଲେ ଏହାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଟେଲିକମ୍‌ ବିଭାଗର ଜଣେ ବରିଷ୍ଠ ଅଧିକାରୀ ମତବ୍ୟକ୍ତ କରିଛନ୍ତି।
ସେହିଭଳି ନିକଟରେ ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ କହିଥିଲେ ଯେ, ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୫ଜି ନିଲାମ ପାଇଁ ଆବଶ୍ୟକ ପଦକ୍ଷେପ ସହ ସୁପାରିସ ମଧ୍ୟ ଦାଖଲ କରାଯିବ। ସେହିପରି ଟେଲିକମ୍‌ ବିଭାଗ (ଡିଓଟି) ମଧ୍ୟ ଏକକାଳୀନ ଅନ୍ୟାନ୍ୟ ପ୍ରକ୍ରିୟାକୁ ନିଲାମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।
ଅପରପକ୍ଷରେ ଟେଲିକମ୍‌ ସଚିବ କେ. ରାଜାରାମନ୍‌ ଏକ ଜାତୀୟ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି, ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ସେମାନେ ଏହାର ସୁପାରିସ ପଠାଇବେ ବୋଲି ଟ୍ରାଇ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ସ୍ପେକ୍ଟ୍ରମ୍‌ ନିଲାମରେ ଟ୍ରାଇରୁ ସୁପାରିସ ପାଇବା ପରେ ନିଲାମରେ ବିଡିଂ ରାଉଣ୍ଡ ଆରମ୍ଭ କରିବାକୁ ସରକାର ୬୦ରୁ ୧୨୦ ଦିନ ସମୟ ନେଇଛନ୍ତି। ଟ୍ରାଇରୁ ସୁପାରିସ ପାଇବା ଦିନଠାରୁ ନିଲାମ ଆରମ୍ଭ କରିବାକୁ ଦୁଇ ମାସ ସମୟ ଲାଗିବ ବୋଲି ରାଜାରାମନ୍‌ ମତବ୍ୟକ୍ତ କରିଛନ୍ତି।
ଡିଓଟିର ସୂଚନା ଅନୁଯାୟୀ ୫ଜି ଡାଉନଲୋଡ୍‌ ସ୍ପିଡ୍‌ ୪ଜି ସେବା ଅପେକ୍ଷା ୧୦ ଗୁଣ ଅଧିକ ଦ୍ରୁତଗତିରେ ପହଞ୍ଚାଇବ ବୋଲି ଆଶା କରାଯାଉଛି। ଟ୍ରାଇ ଶିଳ୍ପ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହିତ ପରାମର୍ଶ କରିଲା ପରେ ଡିଓଟିକୁ ସୁପାରିସ କରିଥାଏ। ସାମ୍ପ୍ରତିକ ଅଭ୍ୟାସ ଅନୁଯାୟୀ, ଡିଓଟିରେ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, ଡିଜିଟାଲ୍‌ ଯୋଗାଯୋଗ ଆୟୋଗ (ପୂର୍ବରୁ ଟେଲିକମ୍‌ କମିଶନ) ଟ୍ରାଇ ସୁପାରିସ ଉପରେ ନିଷ୍ପତ୍ତି ନେଇଥାଏ ଏବଂ ତା’ପରେ ଚୂଡ଼ାନ୍ତ ଅନୁମୋଦନ ପାଇଁ କ୍ୟାବିନେଟ୍‌ ନିକଟକୁ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri