CORONAVIRUS UPDATE: ଆଜି ଚିହ୍ନଟ ହେଲେ ୫୯୫ ଆକ୍ରାନ୍ତ; ମୋଟ ସଂଖ୍ୟା ୧୩,୧୨୧କୁ ବୃଦ୍ଧି

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ରବିବାର ୫୯୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୯୪ କ୍ୱାରାଣ୍ଟାଇନ୍‌ କେସ୍‌ ଥିବା ବେଳେ ୨୦୧ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୧୨୧କୁ ବୃଦ୍ଧି ପାଇଛି। ସେଥିରୁ ୮୩୬୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୬୭୭ ଆକ୍ଟିଭ୍‌ କେସ୍‌ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାପଡ଼ିଛି।