ଯୋଡ଼ା ମଣ୍ଡଳରେ ୫୯ ଖଣି ବନ୍ଦ

ଯୋଡ଼ା,୫ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ସମୁଦାୟ ୯୦ଟି ଖଣି ମଧ୍ୟରୁ ୫୯ଟି ବନ୍ଦ ରହିଛି। ମାତ୍ର ୩୧ ଖଣି କାର୍ଯ୍ୟକ୍ଷମ ହେଉଥିବା ବେଳେ ବୈଧାନିକ କାରଣ ଯୋଗୁ ଅନେକ ଖଣି ଚାଲିପାରୁନାହିଁ। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ରାଜସ୍ବ ହରାଉଛନ୍ତି। ଏଥିସହ ଖଣି ପ୍ରିମିୟମ ପ୍ରଦାନରେ ଭିନ୍ନ ନିୟମ କାରଣରୁ ଖଣି ଓ ଶିଳ୍ପରେ ପ୍ରତିଦ୍ୱନ୍ଦ୍ୱିତା କମୁଛି। ଫଳରେ ନୂତନ ନିଲାମଧାରୀ କ୍ଷତି ସହୁଥିବା ଖଣି ବିଶାରଦମାନେ କହିଛନ୍ତି।
ଖଣି ବିଭାଗ ସୂଚନା ଅନୁଯାୟୀ, ବିଭିନ୍ନ ବୈଧାନିକ କାରଣ ଯଥା ଫରେଷ୍ଟ କଞ୍ଜରଭେଶନ ଆକ୍ଟ, ଏନଭାରମେଣ୍ଟ କ୍ଲିୟରାନ୍ସ, ଆଇବିଏମ୍‌(ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ )ପ୍ଲାନ ପ୍ରଭୃତିର ଅନୁମୋଦନ ବିଳମ୍ବ ହେତୁ ପ୍ରାୟ ୫୯ ଖଣି କେବଳ ଯୋଡ଼ା ଖଣି ମଣ୍ଡଳରେ ବନ୍ଦ ରହିଛି। ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟରୁ ଏହି ସବୁ ଅନୁମୋଦନ ମିଳିଥାଏ। ରାଜ୍ୟ ଏବଂ କେନ୍ଦ୍ରର ସମନ୍ବୟ ଅଭାବ ଏବଂ ଲିଜ୍‌ଧାରୀମାନଙ୍କର ଅପାରଗତା ହେତୁ ଅନୁମୋଦନ ନ ପାଇ ଖଣିଗୁଡ଼ିକ ବନ୍ଦ ରହିଛି। ଅଧୁନା ଯୋଡ଼ା ଖଣି ମଣ୍ଡଳରେ କାର୍ଯ୍ୟକ୍ଷମ ଥିବା ୩୧ ଖଣି ମଧ୍ୟରୁ ନିଲାମ ମାଧ୍ୟମରେ ୧୦ଟି ଖଣି ନୂତନ ଭାବେ ୨୦୨୦ ପରେ ଲିଜଧାରୀ ପାଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ୮୭୪ ଲକ୍ଷ ୮୪ହଜାର ୨୮୬ .୧୯ମେଟ୍ରିକ ଟନ ଖଣିଜ ଉତ୍ତୋଳିତ ହୋଇଥିବା ବେଳେ ୭୧୮ ଲକ୍ଷ ୩୪ ହଜାର ୬୪୬.୭୮ମେଟ୍ରିକ ଟନ ଖଣିଜ ପରିବହନ ହୋଇଛି। ଏଥିରୁ ଆର୍ଥିକ ବର୍ଷରେ ୧୬ ହଜାର ୮୯୪ କୋଟି ରାଜସ୍ବ ମିଳିଛି। ତେବେ ୫୯ଟି ଖଣି ବନ୍ଦ ରହିଥିବାରୁ ରାଜ୍ୟ ସରକାରଙ୍କ ବ୍ୟାପକ ରାଜସ୍ବହାନି ହେଉଛି। ଜିଲା ଖଣିଜ ପାଣ୍ଠି ନିଅଣ୍ଟ ହେଉଛି। କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ମିନେରାଲ୍ସ ଏକ୍ସପ୍ଲୋରେଶନ ଟ୍ରଷ୍ଟ (ଏନ୍‌ଏମ୍‌ଇଟି)ର ରାଜସ୍ବ ହ୍ରାସ ପାଉଛି। ଅପରପକ୍ଷରେ ନିଲାମ ମାଧ୍ୟମରେ ଲିଜ୍‌ ପାଇଥିବା ଲିଜ୍‌ଧାରୀମାନେ ଅଧିକ ପ୍ରିମିୟମ ଦେଇ ଖଣି ଚଳାଉଥିବା ବେଳେ ବହୁ ଖଣିର ଲିଜ୍‌ ସମୟ ବଳବତ୍ତର ଥିବାରୁ ସେମାନେ ପ୍ରିମିୟମ ଦେବାରୁ ବର୍ତ୍ତିଯାଉଛନ୍ତି। କେବଳ ରାଜସ୍ବ ଓ ଡିଏମ୍‌ଏଫ୍‌ ଦେଉଛନ୍ତି। ଫଳରେ ଇସ୍ପାତ ଶିଳ୍ପରେ ପ୍ରତିଦ୍ବନ୍ଦ୍ୱିତା ବ୍ୟବଧାନ ବଢ଼ୁଥିବାରୁ ଖଣି ଓ ଶିଳ୍ପ ରୁଗୁଣ ହେଉଛି। ୱାନ ନେଶନ ୱାନ ଟ୍ୟାକ୍ସ ନୀତି କେନ୍ଦ୍ର ସରକାର ଲାଗୁ କରିଥିବା ବେଳେ ରାଜସ୍ବ କ୍ଷେତ୍ରରେ ଏହାକୁ ଲାଗୁ କରାଗଲେ ଖଣି ଓ ଶିଳ୍ପ କ୍ଷେତ୍ରରେ ସ୍ବଚ୍ଛତା, ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ପ୍ରତିପାଦିତ ହେବ ବୋଲି ଇଣ୍ଡଷ୍ଟ୍ରିଜ୍‌ ଏବଂ ମାଇନିଂ ଅବଜରଭର ପତ୍ରିକାର ସମ୍ପାଦକ ଶିରିଶ ଚନ୍ଦ୍ର ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri