ସୁକିନ୍ଦା ଆଇଟିଆଇରୁ ୫୩ ପିଲା ମନୋନୀତ

ଭୁବନେଶ୍ୱର,୪।୪: ବିଆଇପିଏଫ୍‌ ସୁକିନ୍ଦା ଆଇଟିଆଇରୁ ୫୩ ଜଣ ପିଲା କ୍ୟାମ୍ପସ ଚୟନ ହୋଇଛନ୍ତି। ୨୦୧୮-୨୦ ବ୍ୟାଚ୍‌ର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବହୁରାଷ୍ଟ୍ରୀୟ କମ୍ପାନୀ ଏଲ ଆଣ୍ଡ ଟି ପକ୍ଷରୁ ଆୟୋଜିତ କ୍ୟାମ୍ପସ ଚୟନରେ ଫିଟରରୁ ୩୨ ଜଣ ଏବଂ ଇଲେକ୍ଟ୍ରିକାଲରୁ ୨୧ ଜଣଙ୍କୁ କମ୍ପାନୀ ଚୟନ କରିଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଚୟନ ହୋଇଥିବା ପିଲା ବର୍ତ୍ତମାନ କଟକ ନିକଟସ୍ଥ ଗୋପାଳପୁର ବାଲିକୁଦ ଅଞ୍ଚଳର ଏଲ ଆଣ୍ଡ ଟି ସିଏସ୍‌ଟିଆଇ ତାଲିମ କେନ୍ଦ୍ରରେ ମାସିକ ଷ୍ଟାଇପେଣ୍ଟ ଏବଂ ଅନ୍ୟାନ୍ୟ ସୁବିଧା ସହିତ ୩ମାସର ନିଯୁକ୍ତିକାଳୀନ ତାଲିମ କାର୍ଯ୍ୟ ଜାରି ରଖିଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସେମାନଙ୍କୁ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡର ମାସିକ ପ୍ୟାକେଜ ଅନୁସାରେ କମ୍ପାନୀ ତା’ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରିବ ବୋଲି ଜଣାପଡିଛି। ପୂର୍ବରୁ ଏଲ୍‌ ଆଣ୍ଡ ଟି ଦ୍ୱାରା ନିଯୁକ୍ତ ୨୦୧୭-୧୯ ବ୍ୟାଚ୍‌ର ପିଲା ବର୍ତ୍ତମାନ ୨୦ ହଜାରରୁ ଊର୍ଦ୍ଧ୍ୱ ବେତନରେ କମ୍ପାନୀ ସହ କାର୍ଯ୍ୟ କରୁଛନ୍ତି। ୨୦୧୬ରେ ଯାଜପୁର ଜିଲାର ସୁକିନ୍ଦା ଅଞ୍ଚଳରେ ପ୍ରତିଷ୍ଠିତ ବିଆଇପିଏଫ୍‌ ସୁକିନ୍ଦା ଆଇଟିଆଇ ହେଉଛି ଏକ ଗୁଣାତ୍ମକ ଆବାସିକା ଶିଳ୍ପକେନ୍ଦ୍ର। ଏହା ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ବିକାଶର ଭାଗୀଦାରି କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ । ଏହି ଆଇଟିଆଇ କେନ୍ଦ୍ରଟି କ୍ୱାଲିଟି କାଉନସିଲ ଅଫ୍‌ ନୂଆଦିଲ୍ଲୀ ସହ ଅନୁବନ୍ଧିତ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଏହି ଶିଳ୍ପ ତାଲିମ କେନ୍ଦ୍ର ଜରିଆରେ ପିଲାମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ଲକ୍ଷ୍ୟ ସହ ସେମାନଙ୍କର ଗୁଣାତ୍ମକ ଦକ୍ଷତାକୁ ଫଳପ୍ରଦ କରିବା ଉପରେ ଅନୁଷ୍ଠାନ ପ୍ରାଥମିକତା ଦେଇଆସିଛି। ଏଠାରେ ଓ୍ବେଲେଡର, ଫିଟର ଏବଂ ଇଲେକ୍ଟ୍ରିକାଲ ଟ୍ରେଡ୍‌ରେ ନାମ ଲେଖାଯାଉଛି। ଚଳିତ ଶିକ୍ଷା ବର୍ଷରେ ୧୧୯ ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବା ଜଣାପଡିଛି। ଯାଜପୁର ଜିଲାର ୨୮% ଏବଂ ରାଜ୍ୟରେ ୪୪% ତୁଳନାରେ ବିଆଇପିଏଫ୍‌ ସୁକିନ୍ଦା ଆଇଟିଆଇର ନାମଲେଖା ଅନୁପାତ ୫୪% ରହିଛି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri