ସୁକିନ୍ଦା ଆଇଟିଆଇରୁ ୫୩ ପିଲା ମନୋନୀତ

ଭୁବନେଶ୍ୱର,୪।୪: ବିଆଇପିଏଫ୍‌ ସୁକିନ୍ଦା ଆଇଟିଆଇରୁ ୫୩ ଜଣ ପିଲା କ୍ୟାମ୍ପସ ଚୟନ ହୋଇଛନ୍ତି। ୨୦୧୮-୨୦ ବ୍ୟାଚ୍‌ର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବହୁରାଷ୍ଟ୍ରୀୟ କମ୍ପାନୀ ଏଲ ଆଣ୍ଡ ଟି ପକ୍ଷରୁ ଆୟୋଜିତ କ୍ୟାମ୍ପସ ଚୟନରେ ଫିଟରରୁ ୩୨ ଜଣ ଏବଂ ଇଲେକ୍ଟ୍ରିକାଲରୁ ୨୧ ଜଣଙ୍କୁ କମ୍ପାନୀ ଚୟନ କରିଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଚୟନ ହୋଇଥିବା ପିଲା ବର୍ତ୍ତମାନ କଟକ ନିକଟସ୍ଥ ଗୋପାଳପୁର ବାଲିକୁଦ ଅଞ୍ଚଳର ଏଲ ଆଣ୍ଡ ଟି ସିଏସ୍‌ଟିଆଇ ତାଲିମ କେନ୍ଦ୍ରରେ ମାସିକ ଷ୍ଟାଇପେଣ୍ଟ ଏବଂ ଅନ୍ୟାନ୍ୟ ସୁବିଧା ସହିତ ୩ମାସର ନିଯୁକ୍ତିକାଳୀନ ତାଲିମ କାର୍ଯ୍ୟ ଜାରି ରଖିଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସେମାନଙ୍କୁ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡର ମାସିକ ପ୍ୟାକେଜ ଅନୁସାରେ କମ୍ପାନୀ ତା’ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରିବ ବୋଲି ଜଣାପଡିଛି। ପୂର୍ବରୁ ଏଲ୍‌ ଆଣ୍ଡ ଟି ଦ୍ୱାରା ନିଯୁକ୍ତ ୨୦୧୭-୧୯ ବ୍ୟାଚ୍‌ର ପିଲା ବର୍ତ୍ତମାନ ୨୦ ହଜାରରୁ ଊର୍ଦ୍ଧ୍ୱ ବେତନରେ କମ୍ପାନୀ ସହ କାର୍ଯ୍ୟ କରୁଛନ୍ତି। ୨୦୧୬ରେ ଯାଜପୁର ଜିଲାର ସୁକିନ୍ଦା ଅଞ୍ଚଳରେ ପ୍ରତିଷ୍ଠିତ ବିଆଇପିଏଫ୍‌ ସୁକିନ୍ଦା ଆଇଟିଆଇ ହେଉଛି ଏକ ଗୁଣାତ୍ମକ ଆବାସିକା ଶିଳ୍ପକେନ୍ଦ୍ର। ଏହା ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ବିକାଶର ଭାଗୀଦାରି କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ । ଏହି ଆଇଟିଆଇ କେନ୍ଦ୍ରଟି କ୍ୱାଲିଟି କାଉନସିଲ ଅଫ୍‌ ନୂଆଦିଲ୍ଲୀ ସହ ଅନୁବନ୍ଧିତ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ଏହି ଶିଳ୍ପ ତାଲିମ କେନ୍ଦ୍ର ଜରିଆରେ ପିଲାମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ଲକ୍ଷ୍ୟ ସହ ସେମାନଙ୍କର ଗୁଣାତ୍ମକ ଦକ୍ଷତାକୁ ଫଳପ୍ରଦ କରିବା ଉପରେ ଅନୁଷ୍ଠାନ ପ୍ରାଥମିକତା ଦେଇଆସିଛି। ଏଠାରେ ଓ୍ବେଲେଡର, ଫିଟର ଏବଂ ଇଲେକ୍ଟ୍ରିକାଲ ଟ୍ରେଡ୍‌ରେ ନାମ ଲେଖାଯାଉଛି। ଚଳିତ ଶିକ୍ଷା ବର୍ଷରେ ୧୧୯ ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବା ଜଣାପଡିଛି। ଯାଜପୁର ଜିଲାର ୨୮% ଏବଂ ରାଜ୍ୟରେ ୪୪% ତୁଳନାରେ ବିଆଇପିଏଫ୍‌ ସୁକିନ୍ଦା ଆଇଟିଆଇର ନାମଲେଖା ଅନୁପାତ ୫୪% ରହିଛି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri