ସିଙ୍ଗିଲ ଓ୍ବିଣ୍ଡୋରେ ୫୧୧ କୋଟିର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ୫୧୧.୧୯ କୋଟି ବ୍ୟୟରେ ୭ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ୬୪୦୨ରୁ ଅଧିକ କର୍ମନିଯୁକ୍ତିି ସୃଷ୍ଟି ହେବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ଏହି ପ୍ରକଳ୍ପଗୁଡ଼ିକ ଉପରେ ମୋହର ବାଜିଛି।
୨୩ ଦିନ ତଳେ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ୧୮୭୨.୧୧ କୋଟି ଟଙ୍କାର ୮ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ, ଯେଉଁଥିରେ ୩୪୬୨ କର୍ମନିଯୁକ୍ତି ସମ୍ଭାବନା ରହିଛି। ୨୩ ଦିନରେ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ମୋଟ୍‌ ୨୩୮୩.୩୦ କୋଟି ଟଙ୍କା ପ୍ରକଳ୍ପକୁ ଅନୁମୋଦନ ଦେଇଥିବାବେଳେ ୯୮୬୩ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ବୈଠକରେ ମଞ୍ଜୁରୀ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ବୟନ, ପୋଷାକ, କାଗଜ ଉପତ୍ାଦ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଇସ୍ପାତ ଡାଉନ୍‌ଷ୍ଟ୍ରିମ୍‌ ଏବଂ ଆଇରନ୍‌ ଓର୍‌ ବେନିଫିକେଶନ କ୍ଷେତ୍ରରୁ ଆସିଥିବା ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲା ଚନ୍ଦକାଠାରେ ୫୧ କୋଟି ଟଙ୍କା ବିନିଯୋଗରେ ଅମ୍ବାଟ୍ଟୁର ଫ୍ୟାଶନ୍ସ ଏକ ମହିଳା ଓ ପୁରୁଷ ପୋଷାକ ନିର୍ମାଣ କେନ୍ଦ୍ର ପ୍ରତିଷ୍ଠା କରିବ। ଏଥିରେ ୪୭୦୦ରୁ ଅଧିକ ନିଯୁକ୍ତି ପାଇବେ। ସେହିପରି ଖୋର୍ଦ୍ଧା ଜିଲା ଛତାବର ଶିଳ୍ପାଞ୍ଚଳରେ ୫୨.୬୨ କୋଟି ନିବେଶ କରି ୱାଇଲ୍‌ଡ୍‌ ଲୋଟସ୍‌ ଫ୍ୟାଶନ୍ସ ପକ୍ଷରୁ ଏକ ପୋଷାକ ବିନିର୍ମାଣ ୟୁନିଟ୍‌ ସ୍ଥାପନ କରାଯିବ। ଏହାଦ୍ୱାରା ୫୬୦ ନିଯୁକ୍ତି ସୁଯୋଗ ପାଇପାରିବେ। ଏହାବାଦ୍‌ ବାଲେଶ୍ୱର ଜିଲାରେ ୧୨୦ କୋଟି ଟଙ୍କା ବିନିଯୋଗକରି ଦୈନିକ ୩୦୦ ଟନ୍‌ କ୍ଷମତା ବିଶିଷ୍ଟ ଏକ ନୂଆ କ୍ରାଫ୍ଟ ପେପର ୟୁନିଟ୍‌ ସ୍ଥାପନ କରିବ ପାୟୋନିର ପ୍ୟାକେଜିଂ ପ୍ରା.ଲିଃ.ର ସହାୟକ କମ୍ପାନୀ ବନ୍‌ସୀ ଲକ୍ଷ୍ମୀ ପ୍ରା.ଲିଃ, ଯେଉଁଥିରେ ୭୫୦ରୁ ଅଧିକ ନିଯୁକ୍ତି ପାଇବେ। ସେହିଭଳି ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଲ୍‌) ୫୨.୨୮ କୋଟି ଟଙ୍କା ନିବେଶରେ ବୌଦ୍ଧ ଜିଲାରେ ଏକ ୧୦ ମେଗାୱାଟ୍‌ର ସୋଲାର ପାୱାର ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବ। ଏଥିରେ ୬୫ରୁ ଅଧିକ ନିଯୁକ୍ତି ସମ୍ଭାବନା ରହିଛି। ଏହାବ୍ୟତୀତ ୬୩.୩୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧା ଜିଲାରେ ପ୍ରାଚୀ ରିସର୍ଟ ଏକ ୪ ତାରକା ବିଶିଷ୍ଟ ହୋଟେଲ ନିର୍ମାଣ କରିବ, ଏଥିରେ ୮୫ରୁ ଅଧିକ ନିଯୁକ୍ତି ପାଇବେ। ଅନ୍ୟପକ୍ଷରେ ସମ୍ବଲପୁର ଜିଲାରେ ୫୧.୯୯ କୋଟି ନିବେଶରେ ସ୍ୟାଗ୍‌ମା ଟ୍ୟୁବ୍‌ସ ଆଣ୍ଡ ପାଇପ୍ସ ପକ୍ଷରୁ ଏକ ୫ ଲକ୍ଷ ଏମ୍‌ଟିର ଟ୍ୟୁବ୍‌ ଏବଂ ପାଇପ୍‌ ବିନିର୍ମାଣ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୬୦ରୁ ଅଧିକ ନିଯୁକ୍ତି ସୁଯୋଗ ପାଇପାରିବେ। ଏହାସହ କେନ୍ଦୁଝର ଜିଲା ବଡ଼ବିଲ୍‌ଠାରେ ପିଟିସିଏଲ୍‌ ଇନ୍‌ଫ୍ରା ତା’ର ଆଇରନ୍‌ ଓର୍‌ ବେନିଫିକେଶନ ପ୍ଲାଣ୍ଟ ୧.୫ ଏମ୍‌ଟିପିଏରୁ ୨.୫ ଏମ୍‌ଟିପିଏକୁ ସମ୍ପ୍ରସାରଣ କରିବ। ଏଥିରେ ୧୨୦ କୋଟି ଟଙ୍କା ବିନିଯୋଗ ହେବା ସହ ୧୮୨ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୂର୍ବରୁ ମଞ୍ଜୁର ହୋଇଥିବା ପ୍ରକଳ୍ପର ନିର୍ମାଣ ଏବଂ କାର୍ଯ୍ୟକ୍ଷମ ଉପରେ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ଇପିକଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ‘ସ୍କିଲ୍‌ଡ୍‌ ଇନ୍‌ ଓଡ଼ିଶା’ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri