ଭୁବନେଶ୍ୱର, ୨୩।୧୦: ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନି ଲିମିଟେଡ (ଏମ୍ଏସ୍ଇଡିସିଏଲ୍) କୁ ନିକଟରେ ୫୦,୦୦୦ ଅଫ ଗ୍ରୀଡ ସୋଲାର ଫଟୋ ଭୋଲଟାଇକ ୱାଟର ପମ୍ପିଂ ସିଷ୍ଟମ (ଏସ୍ପିଡବ୍ଲ୍ୟୁପିଏସ) ଶକ୍ତି ପମ୍ପ ପକ୍ଷରୁ ଯୋଗାଇ ଦିଆଯାଇଛି। ବିଶେଷ କରି ପିଏମ୍ କୁସୁମ ଯୋଜନାର ଫେଜ ୩ ପାଇଁ ଉକ୍ତ ପରିମାଣର ପମ୍ପ କମ୍ପାନୀ ପକ୍ଷରୁ ଦିଆଯାଇଛି, ଯାହାର ମୂଲ୍ୟ ପ୍ରାୟ ୧୬୦୩ କୋଟି ହେବ ବୋଲି କୁହାଯାଇଛି। ଏପରିକି ଉକ୍ତ ଯୋଜନା ଅଧୀନରେ କୃଷକମାନେ ୯୦% ସବ୍ସିଡି ପାଉଛନ୍ତି। ଫଳରେ କୃଷକମାନେ ଉକ୍ତ ଯୋଜନା ଜରିଆରେ ଯଥେଷ୍ଟ ଉପକୃତ ହୋଇପାରିଛନ୍ତି। ବିଶେଷ କରି କମ୍ପୋନେଣ୍ଟ ବି ୩, ୫ ଓ ୭.୫ ଏଚପି କ୍ଷମତା ବିଶିଷ୍ଟ ଷ୍ଟାଣ୍ଡାଲୋନ ସୋଲାର ଚାଳିତ କୃଷି ପମ୍ପ ବ୍ୟବହାର ଯୋଗ୍ୟ ଅଟେ। ଏ ସମ୍ପର୍କରେ ଶକ୍ତି ପମ୍ପର ଅଧ୍ୟକ୍ଷ ଦିନେଶ ପାଟିଦାର କହିଛନ୍ତି, ଏହି ପଦକ୍ଷେପ ଲାଗି ମହାରାଷ୍ଟ୍ରର ଉତ୍ସର୍ଗୀକୃତ କୃଷକ ତଥା ଏମ୍ଏସ୍ଇଡିସିଏଲ ସରକାରୀ କର୍ମଚାରୀଙ୍କୁ ଆମେ କୃତଜ୍ଞତା ଜଣାଉଛୁ। ଏହି ପଦକ୍ଷେପ ଡିସ୍କମକୁ ସବସିଡି କ୍ଷତି ଭାରରୁ ମୁକ୍ତ କରିବ। ବିଶେଷ କରି ଯେଉଁ କୃଷକଙ୍କ ପାଇଁ ବିଦ୍ୟୁତ ଯୋଗାଣର ସମସ୍ୟା ରହିଛି, ସେମାନେ ଏହି ପମ୍ପ ବ୍ୟବହାର କରି ବେଶ୍ ଉପକୃତ ହୋଇପାରିବେ। ଏପରିକି କୃଷକଙ୍କ ପାଇଁ ଆଉ ଜଳ ସମସ୍ୟା ରହିବ ନାହିଁ, ସେମାନେ ବର୍ଷ ସାରା ଫସଲ ଅମଳ କରିପାରିବେ।
ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…
ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…
୩୦ରେ ଇଣ୍ଡିଆ ବ୍ଲକ୍ର ବୈଠକ, ହେବ ବଡ଼ ଆଲୋଚନା
ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ଦେଖାଦେଇଥିବା ଉଦ୍ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…
ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ
କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…
କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ
ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…
ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ
ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…
କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…
କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…
କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ
କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…
ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା
ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

