ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ୫ ହଜାର

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): କେଉଁଠି ଦୁର୍ଘଟଣା ଘଟିଲେ ପୀଡ଼ିତଙ୍କୁ ଡାକ୍ତରଖାନାରେ ନେଇ ପହଞ୍ଚାଇବା ଲାଗି ବହୁ ବ୍ୟକ୍ତି ଇଚ୍ଛା କରୁନାହାନ୍ତି। କାଳେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ବାରମ୍ବାର ପୋଲିସ ଜେରାର ସମ୍ମୁଖୀନ ହେବାକୁ ପଡ଼ିବ ସେଥିଲାଗି ଅଧିକାଂଶ ଲୋକ ଏଥିରୁ ନିଜକୁ ଦୂରେଇ ରଖିବାକୁ ଉଚିତ ମଣୁଛନ୍ତି। ଫଳରେ ଦୁର୍ଘଟଣାର ଶିକାର ବ୍ୟକ୍ତି ଅନେକସ୍ଥଳେ ବଞ୍ଚିବାର ଆଶା ଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ। ଏଭଳି ପରିସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ କିପରି ବଞ୍ଚାଇ ହେବ ସେଥିଲାଗି କେନ୍ଦ୍ର ସରକାର ଏକ ନୂଆ ବ୍ୟବସ୍ଥା କରିଛନ୍ତି। ଏଣିକି ଯେଉଁ ବ୍ୟକ୍ତିମାନେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇବେ ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ୧୫ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ସବୁ ରାଜ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧିତ ଏକ ଚିଠି ଓଡ଼ିଶା ସରକାରଙ୍କୁ ମଧ୍ୟ ମିଳିଛି। ସେହି ଅନୁଯାୟୀ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ନିଜ ତରଫରୁ ରାଜ୍ୟବ୍ୟାପୀ ୨୫ ହଜାର ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ କରିବେ। ଏନେଇ ଏକ ଫାଇଲ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଛି। ଖୁବ୍‌ଶୀଘ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ବୀକୃତି ପାଇବ ବୋଲି କୁହାଯାଉଛି।
ଦେଶବ୍ୟାପୀ ଗାଡ଼ିମୋଟର ଚଳାଚଳ ବୃଦ୍ଧି ପାଇବା ସାଙ୍ଗକୁ ଦୁର୍ଘଟଣା ମଧ୍ୟ ବଢ଼ିଚାଲିଛି। ଏହି ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅନ୍ୟପଟେ ଓଡ଼ିଶାରେ ଦୁର୍ଘଟଣା ଜନିତ ମୃତ୍ୟୁ ପ୍ରତିଶତ ବଢୁଥିବା ଯୋଗୁ ସୁପ୍ରିମକୋର୍ଟ କମିଟି ମଧ୍ୟ ରାଜ୍ୟକୁ ବାରମ୍ବାର ଭର୍ତ୍ସନା କରିଛି। ତେଣୁ ଦୁର୍ଘଟଣାରୁ ଲୋକଙ୍କୁ ରକ୍ଷା କରିବା ଲାଗି ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଏଣିକି ଯେଉଁ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନେଇ ହସ୍ପିଟାଲରେ ପହଞ୍ଚାଇବ ତାଙ୍କ ପରିଚୟ ଗୋପନ ରଖାଯିବ। କେବଳ ଡାକ୍ତରଖାନା କର୍ମଚାରୀ ତାଙ୍କ ପରିଚୟ ଏବଂ ଠିକଣା ଲେଖିକି ରଖିବେ। ଏହାପରେ ଉକ୍ତ ତଥ୍ୟକୁ ଡାକ୍ତରଖାନା ତରଫରୁ ପୋଲିସ ନିକଟକୁ ପଠାଇଦେବେ। ପୋଲିସ ସେହି ଲୋକଙ୍କ ତଥ୍ୟ ଜିଲାପାଳଙ୍କ ଅଫିସକୁ ପ୍ରଦାନ କରିବେ। ଜିଲା ସ୍ତରରେ ଜିଲାପାଳ, ଏସ୍‌ପି, ସିଡିଏମ୍‌ଓ ଏବଂ ଆର୍‌ଟିଓଙ୍କୁ ନେଇ ଏକ କମିଟି ଗଠନ ହେବ। ପ୍ରତି ମାସରେ ଏହି କମିଟିର ଥରେ ଲେଖା ବୈଠକ ବସିବ। କମିଟି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତି ସମ୍ପର୍କରେ ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରିବେ। ତାହା ପରିବହନ କମିଶନରଙ୍କ ନିକଟକୁ ପଠାଇବା ପରେ ଉକ୍ତ ପୁରସ୍କାର ରାଶି ସରକାରଙ୍କ ତରଫରୁ ସାହାଯ୍ୟକାରୀ ବ୍ୟକ୍ତିଙ୍କ ନିକଟକୁ ଆସିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିବହନ ସଚିବଙ୍କ ପାଖକୁ ଚିଠି ଆସିବା ପରେ ଏହାର ନକଲ ପ୍ରସ୍ତୁତ କରି ଜିଲାପାଳମାନଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି।
ସେହିପରି ରାଜ୍ୟ ସରକାର ଦୁର୍ଘଟଣା ମୁହଁରୁ ଲୋକଙ୍କ ଜୀବନ ରକ୍ଷା ଲାଗି ଆଉ ଏକ ପଦକ୍ଷେପ ସ୍ବରୂପ ୨୫ ହଜାର ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ କରିବାର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ରାଜ୍ୟର ସମସ୍ତ ଥାନା ଅଧିକାରୀଙ୍କ ଜରିଆରେ ଏହି ସ୍ବେଚ୍ଛାସେବୀମାନଙ୍କୁ ଚିହ୍ନଟ କରାଯିବ। ପ୍ରାୟତଃ ସ୍ଥାନୀୟ ଢାବା ମାଲିକ କିମ୍ବା କର୍ମଚାରୀ, ଦୋକାନୀ ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ସ୍ବେଚ୍ଛାସେବୀ ଚିହ୍ନଟ ହେବେ। ଏହାଦ୍ୱାରା ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟେ ତୁରନ୍ତ ପୀଡ଼ିତଙ୍କୁ ସାଙ୍ଗରେ ନେଇ ହସ୍ପିଟାଲରେ ପହଞ୍ଚାଇବାଠାରୁ ପ୍ରାଥମିକ ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସେମାନେ ତୁଲାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri