୫୦ବର୍ଷରେ ଖଇରା କାଳୀପୂଜା

ଖଇରା,୨୯ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବଜାର ବ୍ୟବସାୟୀଙ୍କ ସହଯୋଗରେ ପାଳିତ ହେଉଥିବା କାଳୀପୂଜା ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି। ସୋମବାର ରାତିରେ ପଣ୍ଡିତ ଦ୍ୱାରିକାନାଥ ଶତପଥୀ ଓ ପ୍ରଫୁଲ୍ଲ କୁମାର ତ୍ରୀପାଠୀଙ୍କ ଦ୍ୱାରା ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଯୋଗେଶ ଶତପଥୀ, ରବିନାରାୟଣ ଦାସ, ରତ୍ନାକର ସାହୁଙ୍କ ଦ୍ୱାରା ଘଟୋତ୍ତଳନ କରାଯାଇଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ସୁସଜ୍ଜିତ ତୋରଣ,ପୂଜା ମଣ୍ଡପ ସହ ମେଳା ବୁଲିବାକୁ ଦର୍ଶକ ଭିଡ଼ ଜମାଉଥିବା ପରିଲକ୍ଷିତ ହୋଇଛି । ଚଳିତ ବର୍ଷ ପୂଜା ୮ଦିନ ଚାଲିବାକୁ ଥିବା ବେଳେ ରବିବାର ମେଲୋଡି ଏବଂ ସୋମବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଖଇରା ବଜାରର ପୂର୍ବତନ ବ୍ୟବସାୟୀ ସ୍ବର୍ଗତ ସୁଦର୍ଶନ ବାରିକ, ସ୍ବର୍ଗତ ନିରଞ୍ଜନ ମହାପାତ୍ର,ସ୍ବର୍ଗତ ରତ୍ନାକର ପଣ୍ଡା ଓ ବୟୋଜ୍ୟେଷ୍ଠ ରମାକାନ୍ତ ଲେଙ୍କାଙ୍କ ଦ୍ୱାରା ବ୍ୟବସାୟୀଙ୍କ ଉନ୍ନତି ଉଦ୍ଦେଶ୍ୟରେ ଅନ୍ୟୁନ ୫୦ବର୍ଷ ତଳେ ଛୋଟଧରଣର ପୁଜା ଆରମ୍ଭ ହୋଇଥିଲା ।
ଏବେ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟ କ୍ୟାପ୍‌ଟେନ ରଘୁନାଥ ପାତ୍ର, ପ୍ରଶାନ୍ତ କୁମାର ବେହେରା, ଜଗତାନନ୍ଦ ମହାନ୍ତି, ରବୀନ୍ଦ୍ର ବିଶ୍ୱାଳ, ପୀତାମ୍ବର ନାୟକ, ବିଷ୍ଣୁପଦ ସାହୁ, ପୀତାମ୍ବର ନାୟକ, ଜିତେନ୍ଦ୍ର ରାଉତ, ରମେଶ ଲେଙ୍କା, ଦୟାନିଧି ଜେନା, ପୂର୍ଣଚନ୍ଦ୍ର ମୁଖୀ, ଚିତ୍ତରଞ୍ଜନ ବିଶ୍ୱାଳ, ଜିତେନ୍ଦ୍ର ବେହେରା ପ୍ରମୁଖଙ୍କ ସହଯୋଗରେ ଚଳିତ ପୂଜା ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri