Posted inଜାତୀୟ

ଆଜମ୍‌ ଖାନ୍‌ଙ୍କ ବିଧାୟକ ପଦ ଗଲା

ଲକ୍ଷ୍ନୌ,୨୯ା୧୦(ପି.ଟି.): ଘୃଣା ମନ୍ତବ୍ୟ ମାମଲାରେ ଦୋଷୀସାବ୍ୟସ୍ତ ହେବା ସହ ୩ ବର୍ଷ ଜେଲଦଣ୍ଡ ପାଇଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ଙ୍କୁ ଶୁକ୍ରବାର ଉତ୍ତରପ୍ରଦେଶ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଆଜମ୍‌ ଅଯୋଗ୍ୟ ଘୋଷିତ ହେବା ସହ ରାମପୁର ସଦର ଆସନ ଖାଲି ପଡ଼ିଲା ବୋଲି ବିଧାନସଭାର ପ୍ରମୁଖ ସଚିବ ପ୍ରଦୀପ ଦୁବେ କହିଛନ୍ତି।
୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଘୃଣିତ ମନ୍ତବ୍ୟ ପାଇଁ ବରିଷ୍ଠ ନେତା ଆଜମଙ୍କୁ ଗୁରୁବାର ରାମପୁର ଜିଲାର ଏକ ସ୍ବତନ୍ତ୍ର ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ରାୟ ବିରୋଧରେ ସପ୍ତାହେ ମଧ୍ୟରେ ଅପିଲ କରିବାକୁ ତାଙ୍କୁ ସମୟ ଦିଆଯାଇଛି। ତାଙ୍କ ନାମରେ ୧୫୩ଏ (ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା), ୫୦୫-୧(ସର୍ବସାଧାରଣରେ ପରିହାସ କରିବା) ଏବଂ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୫ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ୩ଟି ଯାକ ଧାରାରେ ଅଦାଲତ ତାଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଜନପ୍ରତିନିଧି ଆଇନ ଅନୁଯାୟୀ କୌଣସି ବିଧାୟକ, ବିଧାନ ପରିଷଦ ସଦସ୍ୟ କିମ୍ବା ଏମ୍‌ପି କୌଣସି ଆପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଯଦି ସର୍ବନିମ୍ନ ୨ ବର୍ଷ ଜେଲ ଯାଆନ୍ତି, ତେବେ ସେ ଗୃହର ସଦସ୍ୟତା ହରାଇବେ। ଏପରିକି ଜେଲଦଣ୍ଡ ଭୋଗିସାରିବା ପରେ ମଧ୍ୟ ସେ ପରବର୍ତ୍ତୀ ୬ ବର୍ଷ ନିର୍ବାଚନ ଲଢ଼ିବା ଲାଗି ଯୋଗ୍ୟ ବିବେଚିତ ହେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉଜୁଡ଼ା କ୍ଷେତକୁ ସଜଡ଼ା ଯୋଜନା: ଟିଭି ତର୍କ-ବିତର୍କରେ ମାସେ ଯାଏଁ ଯୋଗ ଦେବେନି କଂଗ୍ରେସ ପ୍ରବକ୍ତା

ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସ ପକ୍ଷରୁ ଏହାର ପ୍ରବକ୍ତାଙ୍କ ଉଦ୍ଦେଶ୍ୟରେ ଜାରି ହୋଇଛି ନୂଆ ନିର୍ଦ୍ଦେଶ। ଏକ ମାସ ପର୍ଯ୍ୟନ୍ତ ସମସ୍ତ...

ନୁସ୍‌ରତଙ୍କ ସମସ୍ୟା ବଢ଼ିଲା

ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ ବୋଲି ଟିଏମ୍‌ସି ଏମ୍‌ପି ନୁସ୍‌ରତ ଜହାଁ କହିବା ପରଠାରୁ ବିବାଦ ଘନେଇବାରେ...

ପାକିସ୍ତାନକୁ ୨୬/୧୧ କଥା ମନେପକାଇ ଦେଲେ ଜାଭେଦ ଅଖତର

ମୁମ୍ବାଇ,୨୧ ।୨: ବଲିଉଡ ରାଇଟର ଜାଭେଦ ଅଖତର ନିକଟରେ ପାକିସ୍ତାନ ଯାଇ ସେଠାରେ ହିଁ ତାକୁ ଆଇନା ଦେଖାଇଛନ୍ତି । ସେ ସେଠାରେ ଏକ କାର୍ଯ୍ୟକ୍ରମରେ...

ଜେଏନ୍‌ୟୁରେ ଛାତ୍ର-କର୍ମଚାରୀ ସଂଘର୍ଷ

ନୂଆଦିଲ୍ଲୀ,୧୦।୬: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଗୋଟିଏ ଗୋଷ୍ଠୀ ଛାତ୍ର ଏବଂ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରଗୋଷ୍ଠୀ ଜବରଦସ୍ତ ସେଣ୍ଟ୍ରାଲ ଲାଇବ୍ରେରିରେ ପ୍ରବେଶ କରି କାଚ...

ସର୍ବପ୍ରଥମେ ୨ ଜିଲାରୁ ହଟିବ ଲକ୍‌ଡାଉନ!

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ପୂର୍ବରୁ ଏହା ଏପ୍ରିଲ...

ଭାଜପା, ଏଏପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ: ପ୍ରିୟଙ୍କା

ଚଣ୍ଡିଗଡ଼,୧୬ା୨(ପି.ଟି.): ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ ସେଠାରେ ପ୍ରଚାର ଜୋର୍‌ଦାର ହୋଇଛି। କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା...

୨୪ ଘଣ୍ଟା ପର୍ଯ୍ୟନ୍ତ ମିଳିବ ନାହିଁ ପେଟ୍ରୋଲ-ଡିଜେଲ

ହରିୟାଣା,୧୫ ।୧୧: ହରିୟାଣାରେ ପେଟ୍ରୋଲ ପମ୍ପ ମାଲିକମାନେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଇନ୍ଦନ ଉପରେ ଥିବା ଭାଟକୁ କମ୍...

ଆରଏସଏସରେ ଯୋଗ ଦେବେ କମଲ ଖାନ

ମୁମ୍ବାଇ,୨୯।୯: ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ଆର ଖାନ ତାଙ୍କ ଟୁଇଟ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ବିବାଦୀୟ ଟୁଇଟ୍‌ ଯୋଗୁ ସେ...

Advertisement
Archives

Model This Week