Posted inଜାତୀୟ

ନ୍ୟାୟପାଳିକାରେ ମହିଳାଙ୍କୁ ମିଳୁ ୫୦% ସଂରକ୍ଷଣ

ନୂଆଦିଲ୍ଲୀ, ୨୭।୯: ନ୍ୟାୟପାଳିକାରେ ମହିଳାମାନଙ୍କ ନିମନ୍ତେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ରବିବାର ଆହ୍ବାନ ଦେଇଛନ୍ତି। ଦେଶର ଆଇନ ମହାବିଦ୍ୟାଳୟଗୁଡ଼ିକରେ ଅନୁରୂପ ସଂରକ୍ଷଣ ଦାବିକୁ ସେ ସମର୍ଥନ ଜଣାଇଛନ୍ତି। ଏହା ସେମାନଙ୍କର ଅଧିକାର ଏବଂ ଏଥିପାଇଁ ସେମାନେ ଦାବି କରିବାକୁ ହକ୍‌ଦାର ବୋଲି ସୁପ୍ରିମକୋର୍ଟର ମହିଳା ଆଇନଜୀବୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ସିଜେଆଇ କହିଛନ୍ତି। ଦେଶର ନିମ୍ନ ଅଦାଲତଗୁଡ଼ିକରେ ମହିଳା ବିଚାରପତିଙ୍କ ସଂଖ୍ୟା ୩୦ ପ୍ରତିଶତରୁ କମ୍‌ ରହିଛି। ହାଇକୋର୍ଟଗୁଡ଼ିକରେ ୧୧.୫ ପ୍ରତିଶତ ମହିଳା ବିଚାରପତି ରହିଥିବାବେଳେ ସୁପ୍ରିମକୋର୍ଟରେ ୧୧ରୁ ୧୨ ପ୍ରତିଶତ ରହିଥିବା ଜଷ୍ଟିସ୍‌ ରମନା ସୂଚନା ଦେଇଛନ୍ତି।
ଦେଶରେ ୧୭ ଲକ୍ଷ ଆଇନଜୀବୀ ରହିଥିବାବେଳେ ସେଥିରୁ ମହିଳା ହେଉଛନ୍ତି ମାତ୍ର ୧୫ ପ୍ରତିଶତ। ରାଜ୍ୟ ବାର୍‌ କାଉନ୍‌ସିଲ୍‌କୁ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ମାତ୍ର ୨ ପ୍ରତିଶତ। ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ଜାତୀୟ କମିଟିରେ ଜଣେ ହେଲେ ମହିଳା ପ୍ରତିନିଧିତ୍ୱ କରୁ ନ ଥିବାରୁ ଏହା ଉପରେ ସିଜେଆଇ ପ୍ରଶ୍ନ ଉଠାଇଥିଲେ। ବିଶ୍ୱର ମହିଳା ଏକାଠି ହେଲେ ସେମାନେ ଶୃଙ୍ଖଳ ବ୍ୟତୀତ ଅନ୍ୟ କିଛି ହରାଇବାର ନାହିଁ ବୋଲି ସିଜେଆଇ କାର୍ଲ ମାର୍କ୍ସଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲେ।
ମହିଳା ଆଇନଜୀବୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସିଜେଆଇ ସୂଚନା ଦେଇଥିଲେ। ମହିଳା ଓ୍ବାଶ୍‌ରୁମ୍‌ ଏବଂ କାର୍ଯ୍ୟରତ ମାଆମାନଙ୍କ ପାଇଁ କ୍ରେଚ୍‌ ଆଦି ଭିତ୍ତିଭୂମି ଅଭାବରୁ ସେମାନଙ୍କୁ ଅସୁବିଧାଜନକ କାର୍ଯ୍ୟ ପରିବେଶରେ କାମ କରିବାକୁ ପଡ଼ୁଛି। ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟକୁ ଜଷ୍ଟିସ୍‌ ବି.ଭି. ନାଗରତ୍ନ ପ୍ରଶଂସା କରିଛନ୍ତି। ୨୦୨୭ରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଥିବା ଜଷ୍ଟିସ୍‌ ନାଗରତ୍ନ ସେପ୍ଟେମ୍ବର ୧ରେ ଅନ୍ୟ ୨ ମହିଳା ବିଚାରପତିଙ୍କ ସହ ଶପଥ ଗ୍ରହଣ କରିଥିଲେ। ନ୍ୟାୟ ବ୍ୟବସ୍ଥାରେ ଅଧିକ ମହିଳା ସାମିଲ ହେଲେ ବ୍ୟବସ୍ଥାପିକା, କାର୍ଯ୍ୟନିର୍ବାହୀ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଲିଙ୍ଗଗତ ସମାନତା ବଢ଼ିବ ବୋଲି ଜଷ୍ଟିସ୍‌ ନାଗରତ୍ନ କହିଥିଲେ। ସେଥିପାଇଁ ମହିଳା ଆଇନଜୀବୀମାନେ ସବୁବେଳେ ଭଲ କରିବା ଲାଗି ପ୍ରୟାସ ଜାରି ରଖନ୍ତୁ। ସମୟ ବଦଳିବା ସହ ଉକ୍ତ ପ୍ରୟାସ ସେମାନଙ୍କୁ ଆଗକୁ ନେଇଯିବ ବୋଲି ମହିଳା ବିଚାରପତି କହିଥିଲେ।
ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପକ୍ଷରୁ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସିଜେଆଇ କହିଥିଲେ, ସ୍ବାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୂରିଛି। ସବୁ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ଅନୂ୍ୟନ ୫୦ ପ୍ରତିଶତ ହେବା ଆଶା କରାଯାଏ। ତେବେ ବହୁ କଷ୍ଟରେ ଆମେ ସୁପ୍ରିମକୋର୍ଟର ମହିଳା ବିଚାରପତିଙ୍କ ସଂଖ୍ୟା ୧୧ ପ୍ରତିଶତରେ ପହଞ୍ଚାଇପାରିଛେ ବୋଲି ଜଷ୍ଟିସ୍‌ ରମନା କହିଥିଲେ। ସଂରକ୍ଷଣ କାରଣରୁ କେତେକ ରାଜ୍ୟରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ିଥିବାବେଳେ, ଆଇନ ବ୍ୟବସାୟରେ ସେମାନେ ପଛରେ ରହିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri