୨୩ ଜିଲାରେ ୫୦ ପେପରଲେସ୍‌ କୋର୍ଟ ଆରମ୍ଭ

କଟକ,୪ା୭(କାର୍ତ୍ତିକ ସାହୁ): ରାଜ୍ୟର ୨୩ଟି ଜିଲାରେ ସୋମବାରଠାରୁ ୫୦ଟି ପେପରଲେସ୍‌ କୋର୍ଟ କାର୍ଯ୍ୟକ୍ଷମ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ପେପରଲେସ୍‌ କୋର୍ଟଗୁଡ଼ିକୁ ଉଦ୍‌ଘାଟନ କରି କହିଲେ, ଦ୍ୱିତୀୟ ପର୍ଯ୍ୟାୟରେ ୫୦ଟି ପେପରଲେସ୍‌ କୋର୍ଟ ଆରମ୍ଭ ହୋଇଛି। ଅବଶିଷ୍ଟ ୫୦ଟି ପେପରଲେସ୍‌ କୋର୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ମାସକ ମଧ୍ୟରେ କାର୍ଯ୍ୟକ୍ଷମ ହେବ। କୋଭିଡ୍‌ ମହାମାରୀ ଯୋଗୁ ବିଚାର ବିଭାଗରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ବୃଦ୍ଧି ପାଇଛି। ବିଚାର ବିଭାଗୀୟ ଅଧିକାରୀମାନେ ଅଦାଲତ ପରିଚାଳନାରେ ବୈଷୟିକ ଜ୍ଞାନକୌଶଳକୁ ଅଗ୍ରାଧିକାର ଦେଇଥିବାରୁ ମୁଖ୍ୟ ବିଚାରପତି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ନିଜର ଅଭିଜ୍ଞତା ବର୍ଣ୍ଣନା କରି ମୁଖ୍ୟ ବିଚାରପତି କହିଲେ, ଡିଜିଟାଲ କେସ୍‌ ରେକର୍ଡ ବିଚାରପତିମାନଙ୍କ ମାମଲା ପରିଚାଳନା ପାଇଁ ଅପେକ୍ଷାକୃତ ସହଜ ହୋଇଛି। ଯୁବ ଆଇନଜୀବୀମାନଙ୍କ ପାଇଁ ଡିଜିଟାଲ ଡିଭାଇସ୍‌ରେ ମାମଲାର ସଫ୍ଟ କପି ପ୍ରାପ୍ତ କରିବା ଇ-ମୋଡ୍‌ରେ ବହୁଭାବେ ଫଳପ୍ରଦ ହୋଇପାରୁଛି। ବିଶେଷକରି ଡିଜିଟାଇଜେଶନ୍‌, ଇ-ଫାଇଲିଂ ଏବଂ ପେପରଲେସ୍‌ କୋର୍ଟ ବ୍ୟବସ୍ଥା ଦ୍ୱାରା ନ୍ୟାୟ ପ୍ରଦାନ ପ୍ରକ୍ରିୟା ଅତ୍ୟନ୍ତ ପ୍ରଭାବଶାଳୀ ଓ ସହଜ ହୋଇପାରିଛି ବୋଲି ମୁଖ୍ୟ ବିଚାରପତି କହିଥିଲେ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନ୍‌ଫରମେଶନ୍‌ ଟେକ୍ନୋଲୋଜି କମିଟି ଅଧ୍ୟକ୍ଷ ତଥା ବିଚାରପତି ଶୁଭାଶିଷ ତାଳପତ୍ର କହିଲେ, ବିଚାର ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ଉପକୃତ ହେବେ। ସାଧାରଣ ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ନିମନ୍ତେ ଓଡ଼ିଶା ଜୁଡ଼ିିସିଆରି ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରିଆସୁଛି।
ସଞ୍ଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେବା ଅବସରରେ କହିଲେ, ପାଶ୍ଚାତ୍ୟ ଦେଶଗୁଡ଼ିକ ପେପରଲେସ୍‌ କୋର୍ଟ କାର୍ଯ୍ୟକ୍ଷମ କରିବା ପାଇଁ ସଂଘର୍ଷ କରୁଥିବାବେଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦ୍ୟମ ଯୋଗୁ ଏହା ଜିଲାସ୍ତରରେ କାର୍ଯ୍ୟକ୍ଷମ ହୋଇପାରିଛି। କାର୍ଯ୍ୟକ୍ରମରେ ବିଚାରପତି ବି.ଆର୍‌. ଷଡ଼ଙ୍ଗୀ, ଆଡ୍‌ଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସମେତ ହାଇକୋର୍ଟର ବିଚାରପତିମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲାକୋର୍ଟରୁ ଜିଲା ଜଜ୍‌ ଓ ବିଚାର ବିଭାଗୀୟ ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ।
୨୦୨୨ ସେପ୍ଟେମ୍ବର ୧୭ରେ ରାଜ୍ୟର ୩୦ ଜିଲା ପାଇଁ ୩୪ଟି ପେପର୍‌ଲେସ୍‌ କୋର୍ଟକୁ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦ୍‌ଘାଟନ କରିଥିଲେ। ଗତ ମେ ମାସରେ ଜୁଡିସିଆଲ ଏକାଡେମୀଠାରେ ଅନୁଷ୍ଠିତ ନ୍ୟାଶନାଲ କନ୍‌ଫରେନ୍ସ ଅନ୍‌ ଡିଜିଟାଇଜେଶନ୍‌ର ଉଦ୍‌ଯାପନୀ ସମାରୋହରେ ପ୍ରଧାନ ବିଚାରପତି ଯୋଗଦେଇ ଆଗାମୀ ୩ମାସ ମଧ୍ୟରେ ୧୦୦ ପେପରଲେସ୍‌ କୋର୍ଟ ଖୋଲିବା ନିମନ୍ତେ ଆଶାବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri