୫୦ ଲକ୍ଷ ଟପିଲା କୋଭିଡ୍‌ ମୃତ୍ୟୁ

ଓ୍ବଶିଂଟନ, ୨।୧୧: ସାରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀ ଜନିତ ମୃତ୍ୟୁସଂଖ୍ୟା ଇତିମଧ୍ୟରେ ୫୦ ଲକ୍ଷ ଅତିକ୍ରମ କରିଛି। ୨ ବର୍ଷରୁ କମ୍‌ ସଙ୍କଟ କାଳରେ କେବଳ ଦରିଦ୍ର ଦେଶଗୁଡ଼ିକ ଯେ ବିପର୍ଯ୍ୟସ୍ତ ହୋଇଛନ୍ତି ତାହା ନୁହେଁ, ଉନ୍ନତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଥିତ୍ବା ଧନୀ ଦେଶଗୁଡ଼ିକ ମଧ୍ୟ ନୟାନ୍ତ ହୋଇପଡ଼ିଛନ୍ତି। ମୃତ୍ୟୁସଂଖ୍ୟାର ପାଖାପାଖି ୫୦ ପ୍ରତିଶତ ଆମେରିକା, ୟୁରୋପୀୟ ସଂଘ, ବ୍ରିଟେନ ଏବଂ ବ୍ରାଜିଲ ଭଳି ଉଚ୍ଚ ମଧ୍ୟବିତ୍ତ ଏବଂ ଉଚ୍ଚ ଆୟକାରୀ ଦେଶରେ ହୋଇଛି। କେବଳ ଆମେରିକାରେ ମହାମାରୀ ସର୍ବାଧିକ ୭,୬୬,୨୯୯ ଜୀବନ ନେଇଛି। ଏହା ପଛକୁ ବ୍ରାଜିଲ ଓ ତୃତୀୟ ସ୍ଥାନରେ ଭାରତ ରହିଛି। ବ୍ରାଜିଲରେ ୬,୦୭,୮୬୦ ଜଣ ଓ ଭାରତରେ ୪,୫୮,୪୭୦ ଜଣଙ୍କ ମୃତ୍ୟୁ ହୋଇଛି।
ହପ୍‌କିନ୍ସ ୟୁନିଭର୍ସିଟିର ଆକଳନ ଅନୁଯାୟୀ ମହାମାରୀଜନିତ ମୃତ୍ୟୁସଂଖ୍ୟା ଲସ୍‌ ଏଞ୍ଜେଲସ୍‌ ଏବଂ ସାନ୍‌ ଫ୍ରାନ୍ସିସ୍କୋର ମିଳିତ ଜନସଂଖ୍ୟା ସହ ସମାନ। ଅସ୍‌ଲୋର ଶାନ୍ତି ଗବେଷଣା ପ୍ରତିଷ୍ଠାନର ଆକଳନ ଅନୁଯାୟୀ କରୋନାରେ ଯେତିକି ଲୋକଙ୍କ ମୃତ୍ୟୁ ଘଟିଛି, ୧୯୫୦ରୁ ବିଭିନ୍ନ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧରେ ପ୍ରାୟ ସେତିକି ଲୋକଙ୍କ ଜୀବନ ଯାଇଛି। ବିଶ୍ୱର ଅଧିକାଂଶ ଗରିବ ଦେଶରେ ସୀମିତ କୋଭିଡ୍‌ ପରୀକ୍ଷା, ରୋଗୀ ହସ୍ପିଟାଲକୁ ନ ଯାଇ ଘରେ ପ୍ରାଣ ହରାଇବା କାରଣରୁ ଅନେକ ମହାମାରୀ ମୃତ୍ୟୁ ହିସାବ ମଧ୍ୟକୁ ଆସିପାରିନାହିଁ। ଭାରତରେ ମଧ୍ୟ ଏଭଳି ସ୍ଥିତି ଦେଖାଦେଇଛି।
ଏବେ ରୁଷିଆ, ୟୁକ୍ରେନ ଓ ଅନ୍ୟ ୟୁରୋପୀୟ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶରେ ଟିକାଦାନ ହାର ଯଥେଷ୍ଟ କମ୍‌ ରହିଥିବାରୁ ଚିନ୍ତାର କାରଣ ପାଲଟିଛି। ୟୁକ୍ରେନରେ ମାତ୍ର ୧୭ ପ୍ରତିଶତ ଟିକା ନେଇଥିବାବେଳେ ଆର୍ମେନିଆରେ ୭ ପ୍ରତିଶତଙ୍କୁ ଟିକା ଦିଆଯାଇଛି। ଗରିବ ଦେଶରେ ଏହି ହାର ଆହୁରି କମ୍‌। ମହାମାରୀରେ ଧନୀ ଦେଶ ବେଶି ପ୍ରଭାବିତ ହୋଇଥିଲେ। ଆଇସିଏପି ନିର୍ଦ୍ଦେଶକ ଡ. ଓ୍ବାଫା ଏଲ୍‌-ସଦରଙ୍କ ମତରେ ଧନୀ ଦେଶଗୁଡ଼ିକରେ ଲୋକଙ୍କ ଆୟୁଷ ଅଧିକ ହୋଇଥିବାରୁ ସେଠାରେ ବୃଦ୍ଧ, କ୍ୟାନ୍‌ସର ପୀଡ଼ିତ ଏବଂ ନର୍ସିଂହୋମରେ ରହୁଥିବା ଲୋକଙ୍କ ଅନୁପାତ ଅଧିକ, ଯେଉଁମାନଙ୍କ ପାଇଁ କୋଭିଡ୍‌-୧୯ ଅଧିକ ବିପଦ ଥିଲା। ଅନ୍ୟପକ୍ଷରେ ଗରିବ ଦେଶରେ ପିଲା, କିଶୋର ଏବଂ ଯୁବତୀ ଯୁବକଙ୍କ ଅନୁପାତ ଅଧିକ ଯେଉଁମାନଙ୍କ ଉପରେ ମହାମାରୀ ଗୁରୁତର ପ୍ରଭାବ ପକାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri