୫୦ ଲକ୍ଷ ଟପିଲା କୋଭିଡ୍‌ ମୃତ୍ୟୁ

ଓ୍ବଶିଂଟନ, ୨।୧୧: ସାରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀ ଜନିତ ମୃତ୍ୟୁସଂଖ୍ୟା ଇତିମଧ୍ୟରେ ୫୦ ଲକ୍ଷ ଅତିକ୍ରମ କରିଛି। ୨ ବର୍ଷରୁ କମ୍‌ ସଙ୍କଟ କାଳରେ କେବଳ ଦରିଦ୍ର ଦେଶଗୁଡ଼ିକ ଯେ ବିପର୍ଯ୍ୟସ୍ତ ହୋଇଛନ୍ତି ତାହା ନୁହେଁ, ଉନ୍ନତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଥିତ୍ବା ଧନୀ ଦେଶଗୁଡ଼ିକ ମଧ୍ୟ ନୟାନ୍ତ ହୋଇପଡ଼ିଛନ୍ତି। ମୃତ୍ୟୁସଂଖ୍ୟାର ପାଖାପାଖି ୫୦ ପ୍ରତିଶତ ଆମେରିକା, ୟୁରୋପୀୟ ସଂଘ, ବ୍ରିଟେନ ଏବଂ ବ୍ରାଜିଲ ଭଳି ଉଚ୍ଚ ମଧ୍ୟବିତ୍ତ ଏବଂ ଉଚ୍ଚ ଆୟକାରୀ ଦେଶରେ ହୋଇଛି। କେବଳ ଆମେରିକାରେ ମହାମାରୀ ସର୍ବାଧିକ ୭,୬୬,୨୯୯ ଜୀବନ ନେଇଛି। ଏହା ପଛକୁ ବ୍ରାଜିଲ ଓ ତୃତୀୟ ସ୍ଥାନରେ ଭାରତ ରହିଛି। ବ୍ରାଜିଲରେ ୬,୦୭,୮୬୦ ଜଣ ଓ ଭାରତରେ ୪,୫୮,୪୭୦ ଜଣଙ୍କ ମୃତ୍ୟୁ ହୋଇଛି।
ହପ୍‌କିନ୍ସ ୟୁନିଭର୍ସିଟିର ଆକଳନ ଅନୁଯାୟୀ ମହାମାରୀଜନିତ ମୃତ୍ୟୁସଂଖ୍ୟା ଲସ୍‌ ଏଞ୍ଜେଲସ୍‌ ଏବଂ ସାନ୍‌ ଫ୍ରାନ୍ସିସ୍କୋର ମିଳିତ ଜନସଂଖ୍ୟା ସହ ସମାନ। ଅସ୍‌ଲୋର ଶାନ୍ତି ଗବେଷଣା ପ୍ରତିଷ୍ଠାନର ଆକଳନ ଅନୁଯାୟୀ କରୋନାରେ ଯେତିକି ଲୋକଙ୍କ ମୃତ୍ୟୁ ଘଟିଛି, ୧୯୫୦ରୁ ବିଭିନ୍ନ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧରେ ପ୍ରାୟ ସେତିକି ଲୋକଙ୍କ ଜୀବନ ଯାଇଛି। ବିଶ୍ୱର ଅଧିକାଂଶ ଗରିବ ଦେଶରେ ସୀମିତ କୋଭିଡ୍‌ ପରୀକ୍ଷା, ରୋଗୀ ହସ୍ପିଟାଲକୁ ନ ଯାଇ ଘରେ ପ୍ରାଣ ହରାଇବା କାରଣରୁ ଅନେକ ମହାମାରୀ ମୃତ୍ୟୁ ହିସାବ ମଧ୍ୟକୁ ଆସିପାରିନାହିଁ। ଭାରତରେ ମଧ୍ୟ ଏଭଳି ସ୍ଥିତି ଦେଖାଦେଇଛି।
ଏବେ ରୁଷିଆ, ୟୁକ୍ରେନ ଓ ଅନ୍ୟ ୟୁରୋପୀୟ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶରେ ଟିକାଦାନ ହାର ଯଥେଷ୍ଟ କମ୍‌ ରହିଥିବାରୁ ଚିନ୍ତାର କାରଣ ପାଲଟିଛି। ୟୁକ୍ରେନରେ ମାତ୍ର ୧୭ ପ୍ରତିଶତ ଟିକା ନେଇଥିବାବେଳେ ଆର୍ମେନିଆରେ ୭ ପ୍ରତିଶତଙ୍କୁ ଟିକା ଦିଆଯାଇଛି। ଗରିବ ଦେଶରେ ଏହି ହାର ଆହୁରି କମ୍‌। ମହାମାରୀରେ ଧନୀ ଦେଶ ବେଶି ପ୍ରଭାବିତ ହୋଇଥିଲେ। ଆଇସିଏପି ନିର୍ଦ୍ଦେଶକ ଡ. ଓ୍ବାଫା ଏଲ୍‌-ସଦରଙ୍କ ମତରେ ଧନୀ ଦେଶଗୁଡ଼ିକରେ ଲୋକଙ୍କ ଆୟୁଷ ଅଧିକ ହୋଇଥିବାରୁ ସେଠାରେ ବୃଦ୍ଧ, କ୍ୟାନ୍‌ସର ପୀଡ଼ିତ ଏବଂ ନର୍ସିଂହୋମରେ ରହୁଥିବା ଲୋକଙ୍କ ଅନୁପାତ ଅଧିକ, ଯେଉଁମାନଙ୍କ ପାଇଁ କୋଭିଡ୍‌-୧୯ ଅଧିକ ବିପଦ ଥିଲା। ଅନ୍ୟପକ୍ଷରେ ଗରିବ ଦେଶରେ ପିଲା, କିଶୋର ଏବଂ ଯୁବତୀ ଯୁବକଙ୍କ ଅନୁପାତ ଅଧିକ ଯେଉଁମାନଙ୍କ ଉପରେ ମହାମାରୀ ଗୁରୁତର ପ୍ରଭାବ ପକାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri