୫ ଜିଲା ପରିଷଦ ଜୋନ୍‌ରେ କଡ଼ା ଟକ୍କର

ବାଲେଶ୍ୱର ଅଫିସ,୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଆସନ୍ତା ୨୪ତାରିଖରେ ବାଲେଶ୍ୱର ସଦର ବ୍ଲକର ୫ଟି ଜିଲାପରିଷଦ ଜୋନ୍‌ ଓ ୩୭ ପଞ୍ଚାୟତରେ ନିର୍ବାଚନ ହେବ। ୧ଲକ୍ଷ ୪୬ହଜାର ୪୨୮ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ବିଜେଡି, ଭାଜପା ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଏଥର ବିଜେଡି ସଦରରେ ଦଳର କିଛି ପ୍ରମୁଖ ଚେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପା ମଧ୍ୟ ପୂର୍ବ ସ୍ଥିତି ଫେରାଇବାକୁ ଭରପୂର ପ୍ରୟାସ କରୁଛି। ନିଜର ପତିଆରାକୁ ଜାରି ରଖିବା ପାଇଁ ଭାଜପା ଆପ୍ରାଣ ଚେଷ୍ଟା କରୁଛି। ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ ତାଙ୍କର ପତିଆରା ବୃଦ୍ଧି ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି। ୨୯ ନଂ. ଜୋନ୍‌ରେ ବିଜେଡିରୁ ଜିଲା ପରିଷଦ ପ୍ରାର୍ଥୀ ହୋଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଓ ଭାଜପାରୁ ବିଜୟ କୁମାର ନାୟକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କଂଗ୍ରେସ ପ୍ରାର୍ଥୀ ଗୟାପ୍ରସାଦ ଦାସ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି।
ସେହିପରି ୨୫ନଂ. ଜିଲାପରିଷଦ ଆସନରୁ ବିଜେଡିର ସଞ୍ଜୟ ଦାସ, ଭାଜପାରୁ ଗୟାଧର ବେହେରା, କଂଗ୍ରେସରୁ କୃଷ୍ଣ ଦାସ, ୨୬ ନମ୍ବର ଜିଲାପରିଷଦ ଆସନରେ ବିଜେଡିରୁ ସୋନାଲି ବିଶ୍ୱାଳ, ଭାଜପାରୁ ଝୁନୁଲତା ସ୍ବାଇଁ ଓ କଂଗ୍ରେସରୁ ରିଙ୍କି ରାଉତ, ୨୭ନମ୍ବର ଜିଲାପରିଷଦ ଆସନରେ ବିଜେଡିରୁ ବନଲତା ସେଠୀ, ଭାଜପାରୁ ଅର୍ଚ୍ଚନା ସାମଲ ଓ କଂଗ୍ରେସରୁ ରେଣୁବାଳା ଘଡ଼େଇ, ୨୮ ନମ୍ବର ଜିଲାପରିଷଦ ଆସନରେ ବିଜେଡିରୁ ସଞ୍ଜୟ କୁମାର ସେଠୀ, ଭାଜପାରୁ ସନ୍ତୋଷ ସେଠୀ ଓ କଂଗ୍ରେସରୁ କରୁଣାକର ଜେନା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସବୁଠି ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି। ବିଜେଡି ଗ୍ରାମାଞ୍ଚଳ ଓ ମିଶନ ଶକ୍ତିର ଉତ୍‌ଥାନକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟକୁ ପାଥେୟ କରି ପ୍ରଚାର ଆଗେଇ ନେଉଛନ୍ତି। ଅନ୍ୟପକ୍ଷରେ ଉଭୟ ଦଳର ନେତା ସ୍ଥାନୀୟ ଅଞ୍ଚଳର ବିକାଶ ନାମରେ ମେଞ୍ଚା ମେଞ୍ଚା ପ୍ରତିଶ୍ରୁତି ଭୋଟରଙ୍କୁ ଦେଉଛନ୍ତି।
ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ବ୍ଲକରୁ ୨୮ ନମ୍ବର ଆସନକୁ ବାଦ୍‌ ଦେଲେ ବାକି ୪ଟି ଜିଲାପରିଷଦ ଆସନ ଭାଜପା ଖାତାକୁ ଯାଇଥିଲା ଏବଂ ଏହାର ଫାଇଦା ଉଠାଇ ୨୦୧୯ ବିଧାନସଭା ନିର୍ବାଚନରେ ଭାଜପାରୁ ମଦନମୋହନ ଦତ୍ତ ବିଜୟୀ ହୋଇଥିଲେ। ତାଙ୍କର ଦେହାନ୍ତ ପରେ ୨୦୨୦ ଉପନିର୍ବାଚନରେ ଭାଜପା ବଦଳରେ ଲୋକେ ବିଜେଡିକୁ ଜିତାଇଥିଲେ। ବିଧାୟକ ଭାବେ ସ୍ବରୂପ କୁମାର ଦାସ ନିର୍ବାଚିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେବା ସହ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ପଠାଇଥିଲେ। ସେସବୁ ସଫଳ କରିବାରେ ବିଧାୟକ ଦାସ କେତେ ସଫଳ ହୋଇଛନ୍ତି ଏବଂ ନିର୍ବାଚନ ପରେ ଗ୍ରାମାଞ୍ଚଳବାସୀଙ୍କ ସହ ସେ କେତେ ଯୋଡ଼ି ହୋଇଛନ୍ତି ତାହା ଏବେ ପରୀକ୍ଷାର ବେଳ। ସେଥିଲାଗି ବିଧାୟକ ଦାସ ଦିନରାତି ଏକ କରି ଆଗାମୀ ନିର୍ବାଚନରେ ନିଜର ପତିଆରା ବଜାୟ ରଖିବାକୁ ଉଦ୍ୟମ ଚଳାଇଛନ୍ତି। ଅନ୍ୟପକ୍ଷରେ ୨୯ନଂ. ଜୋନ୍‌ରେ ବିଜେଡିର ଜିଲାପରିଷଦ ପ୍ରାର୍ଥୀ ହୋଇଥିବା ପ୍ରଧାନ ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ ସଦର ବ୍ଲକରେ ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ସେ ବିଭିନ୍ନ ପଞ୍ଚାୟତରେ କେତେଦୂର ବିକାଶମୂଳକ କାମକୁ ସଫଳ କରାଇଛନ୍ତି ଏବଂ ଦଳୀୟ ସଙ୍ଗଠନକୁ ମଜବୁତ କରିଛନ୍ତି ତାଙ୍କ ପାଇଁ ମଧ୍ୟ ପରୀକ୍ଷା ଦେବାର ସମୟ ଆସିଛି। ସେହିପରି ଭାଜପା ମଧ୍ୟ ଦଳର ରାଜ୍ୟ ଯୁବମୋର୍ଚ୍ଚା ଉପାଧ୍ୟକ୍ଷ ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏହି ନିର୍ବାଚନ ଲଢୁଛି। ୫ଟି ଜୋନ୍‌ରେ ଯେଉଁମାନେ ସବୁ ପ୍ରାର୍ଥୀ ହୋଇଛନ୍ତି ସେମାନେ ଗତଥର ନିର୍ବାଚନର ସ୍ଥିତି ଫେରାଇବାକୁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ପ୍ରାର୍ଥୀମାନେ ୨୨ବର୍ଷ ଧରି ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ବିରୋଧରେ ଘରକୁ ଘର ବୁଲି ପ୍ରଚାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରି ନିଜ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି। ତେବେ କାହା ଅକ୍ତିଆରରେ ଏହି ୫ ଜିଲାପରିଷଦ ଆସନ ରହିବ ତାହା ଫଳାଫଳ ଆସିଲେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri