୫ ଜିଲା ପରିଷଦ ଜୋନ୍‌ରେ କଡ଼ା ଟକ୍କର

ବାଲେଶ୍ୱର ଅଫିସ,୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଆସନ୍ତା ୨୪ତାରିଖରେ ବାଲେଶ୍ୱର ସଦର ବ୍ଲକର ୫ଟି ଜିଲାପରିଷଦ ଜୋନ୍‌ ଓ ୩୭ ପଞ୍ଚାୟତରେ ନିର୍ବାଚନ ହେବ। ୧ଲକ୍ଷ ୪୬ହଜାର ୪୨୮ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ବିଜେଡି, ଭାଜପା ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଏଥର ବିଜେଡି ସଦରରେ ଦଳର କିଛି ପ୍ରମୁଖ ଚେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପା ମଧ୍ୟ ପୂର୍ବ ସ୍ଥିତି ଫେରାଇବାକୁ ଭରପୂର ପ୍ରୟାସ କରୁଛି। ନିଜର ପତିଆରାକୁ ଜାରି ରଖିବା ପାଇଁ ଭାଜପା ଆପ୍ରାଣ ଚେଷ୍ଟା କରୁଛି। ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ ତାଙ୍କର ପତିଆରା ବୃଦ୍ଧି ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି। ୨୯ ନଂ. ଜୋନ୍‌ରେ ବିଜେଡିରୁ ଜିଲା ପରିଷଦ ପ୍ରାର୍ଥୀ ହୋଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଓ ଭାଜପାରୁ ବିଜୟ କୁମାର ନାୟକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କଂଗ୍ରେସ ପ୍ରାର୍ଥୀ ଗୟାପ୍ରସାଦ ଦାସ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି।
ସେହିପରି ୨୫ନଂ. ଜିଲାପରିଷଦ ଆସନରୁ ବିଜେଡିର ସଞ୍ଜୟ ଦାସ, ଭାଜପାରୁ ଗୟାଧର ବେହେରା, କଂଗ୍ରେସରୁ କୃଷ୍ଣ ଦାସ, ୨୬ ନମ୍ବର ଜିଲାପରିଷଦ ଆସନରେ ବିଜେଡିରୁ ସୋନାଲି ବିଶ୍ୱାଳ, ଭାଜପାରୁ ଝୁନୁଲତା ସ୍ବାଇଁ ଓ କଂଗ୍ରେସରୁ ରିଙ୍କି ରାଉତ, ୨୭ନମ୍ବର ଜିଲାପରିଷଦ ଆସନରେ ବିଜେଡିରୁ ବନଲତା ସେଠୀ, ଭାଜପାରୁ ଅର୍ଚ୍ଚନା ସାମଲ ଓ କଂଗ୍ରେସରୁ ରେଣୁବାଳା ଘଡ଼େଇ, ୨୮ ନମ୍ବର ଜିଲାପରିଷଦ ଆସନରେ ବିଜେଡିରୁ ସଞ୍ଜୟ କୁମାର ସେଠୀ, ଭାଜପାରୁ ସନ୍ତୋଷ ସେଠୀ ଓ କଂଗ୍ରେସରୁ କରୁଣାକର ଜେନା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସବୁଠି ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି। ବିଜେଡି ଗ୍ରାମାଞ୍ଚଳ ଓ ମିଶନ ଶକ୍ତିର ଉତ୍‌ଥାନକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟକୁ ପାଥେୟ କରି ପ୍ରଚାର ଆଗେଇ ନେଉଛନ୍ତି। ଅନ୍ୟପକ୍ଷରେ ଉଭୟ ଦଳର ନେତା ସ୍ଥାନୀୟ ଅଞ୍ଚଳର ବିକାଶ ନାମରେ ମେଞ୍ଚା ମେଞ୍ଚା ପ୍ରତିଶ୍ରୁତି ଭୋଟରଙ୍କୁ ଦେଉଛନ୍ତି।
ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ବ୍ଲକରୁ ୨୮ ନମ୍ବର ଆସନକୁ ବାଦ୍‌ ଦେଲେ ବାକି ୪ଟି ଜିଲାପରିଷଦ ଆସନ ଭାଜପା ଖାତାକୁ ଯାଇଥିଲା ଏବଂ ଏହାର ଫାଇଦା ଉଠାଇ ୨୦୧୯ ବିଧାନସଭା ନିର୍ବାଚନରେ ଭାଜପାରୁ ମଦନମୋହନ ଦତ୍ତ ବିଜୟୀ ହୋଇଥିଲେ। ତାଙ୍କର ଦେହାନ୍ତ ପରେ ୨୦୨୦ ଉପନିର୍ବାଚନରେ ଭାଜପା ବଦଳରେ ଲୋକେ ବିଜେଡିକୁ ଜିତାଇଥିଲେ। ବିଧାୟକ ଭାବେ ସ୍ବରୂପ କୁମାର ଦାସ ନିର୍ବାଚିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେବା ସହ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ପଠାଇଥିଲେ। ସେସବୁ ସଫଳ କରିବାରେ ବିଧାୟକ ଦାସ କେତେ ସଫଳ ହୋଇଛନ୍ତି ଏବଂ ନିର୍ବାଚନ ପରେ ଗ୍ରାମାଞ୍ଚଳବାସୀଙ୍କ ସହ ସେ କେତେ ଯୋଡ଼ି ହୋଇଛନ୍ତି ତାହା ଏବେ ପରୀକ୍ଷାର ବେଳ। ସେଥିଲାଗି ବିଧାୟକ ଦାସ ଦିନରାତି ଏକ କରି ଆଗାମୀ ନିର୍ବାଚନରେ ନିଜର ପତିଆରା ବଜାୟ ରଖିବାକୁ ଉଦ୍ୟମ ଚଳାଇଛନ୍ତି। ଅନ୍ୟପକ୍ଷରେ ୨୯ନଂ. ଜୋନ୍‌ରେ ବିଜେଡିର ଜିଲାପରିଷଦ ପ୍ରାର୍ଥୀ ହୋଇଥିବା ପ୍ରଧାନ ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ ସଦର ବ୍ଲକରେ ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ସେ ବିଭିନ୍ନ ପଞ୍ଚାୟତରେ କେତେଦୂର ବିକାଶମୂଳକ କାମକୁ ସଫଳ କରାଇଛନ୍ତି ଏବଂ ଦଳୀୟ ସଙ୍ଗଠନକୁ ମଜବୁତ କରିଛନ୍ତି ତାଙ୍କ ପାଇଁ ମଧ୍ୟ ପରୀକ୍ଷା ଦେବାର ସମୟ ଆସିଛି। ସେହିପରି ଭାଜପା ମଧ୍ୟ ଦଳର ରାଜ୍ୟ ଯୁବମୋର୍ଚ୍ଚା ଉପାଧ୍ୟକ୍ଷ ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏହି ନିର୍ବାଚନ ଲଢୁଛି। ୫ଟି ଜୋନ୍‌ରେ ଯେଉଁମାନେ ସବୁ ପ୍ରାର୍ଥୀ ହୋଇଛନ୍ତି ସେମାନେ ଗତଥର ନିର୍ବାଚନର ସ୍ଥିତି ଫେରାଇବାକୁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ପ୍ରାର୍ଥୀମାନେ ୨୨ବର୍ଷ ଧରି ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ବିରୋଧରେ ଘରକୁ ଘର ବୁଲି ପ୍ରଚାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରି ନିଜ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି। ତେବେ କାହା ଅକ୍ତିଆରରେ ଏହି ୫ ଜିଲାପରିଷଦ ଆସନ ରହିବ ତାହା ଫଳାଫଳ ଆସିଲେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଦଳିଦେଲା ହାତୀ

ଖଇରା,୪ା୬(ଡି.ଏନ୍‌.ଏ.): ହାତୀ ଦଳିଦେବାରୁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ କଇଥଗଡ଼ିଆ ଗ୍ରାମର ସଜନୀ ସିଂ(୫୨) ଶନିବାର ପ୍ରାଣ ହରାଇଛନ୍ତି। ସଜନୀ ସକାଳେ ମୟୂରଭଞ୍ଜର ବଡ଼ହୁଡ଼ି...

ଝିଅ କଳା ବୋଲି ତଡ଼ି ଦେଲେ ବାପା

ରୂପସା/ବସ୍ତା/ଲଙ୍ଗଳେଶ୍ୱର, ୧୬।୯(ଡି.ଏନ.ଏ.):ଝିଅର ରଙ୍ଗ କଳା ବୋଲି ବାପା ନିଷ୍ଠୁରତାର ସୀମା ଟପିଯାଇଛନ୍ତି। ଝିଅ ସହ ମା’ଙ୍କୁ ଘରୁ ତଡି ଦେଇଛନ୍ତି। ସେମାନେ ଅସହାୟ ଅବସ୍ଥାରେ ଘର...

ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା

ବାହାନଗା, ୪ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଗ୍ରାମରେ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା ଦେଖାଦେଇଛି।...

ପ୍ରବାସୀଙ୍କୁ ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ବିଡିଓଙ୍କ ନିଲମ୍ବନ ଦାବିରେ ବ୍ଲକ ସମ୍ମୁଖରେ ବିକ୍ଷୋଭ

ଲଙ୍ଗଳେଶ୍ୱର, ୨୭।୫(ଡି.ଏନ.ଏ.)-ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା ଇତିମଧ୍ୟରେ ୧୩ ଦିନ ପୂରିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦ କରି...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୯ ଶହ କେଜି ବିରଳ ପ୍ରଜାତିର ମଗର: ଦେଖିବାକୁ ଲୋକଙ୍କ ଭିଡ଼

ଭୋଗରାଇ,୨।୩(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସମୁଦ୍ର ମୁହାଣରୁ ସୋମବାର ଏକ ବିରଳ ପ୍ରଜାତିର ମଗର ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ଯାହାର ଓଜନ ୯ ଶହ...

ପାଟଣା ଅବକାରୀ ବିଭାଗର ଚଢ଼ାଉ: ୧୧୩ ଲିଟର ଦେଶୀ ମହୁଲି ଜବତ, ୪ ଗିରଫ

ପାଟଣା,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ପାଟଣା ଥାନା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ବ୍ୟାପକ ଅବକାରୀ ଚଢ଼ାଉ କରାଯାଇଛି।...

ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ହେଲେ ୨ ଝିଅ

ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ଜିଲା ସୋରର କସ୍ତୁରବା କନ୍ୟାଶ୍ରମରୁ ଚମ୍ପଟ ହୋଇଥିବା ୨ ଝିଅଙ୍କୁ ଶନିବାର ଉଦ୍ଧାର କରାଯାଇଛି। ଉକ୍ତ ୨ ଝିଅ ବାଲେଶ୍ବର...

ଦୂଷିତ ପାଣି ପିଉଛନ୍ତି ଲୋକେ

ତେଲକୋଇ, ୧୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ମୁଖ୍ୟାଳୟର ହାଲପୋଡି ଗ୍ରାମରେ ଉକତ୍ଟ ଜଳ ସମସ୍ୟା ଦେଖାଦେଇଛି । ଗଭୀର କୂପ ଓ ପୋଖରୀ ଶୁଖି ଯାଇଥିବା...

Advertisement
Archives

Model This Week