ଏହି ୫ଟି ଯୋଗାସନ କରିବା ଦ୍ୱାରା ସୁସ୍ଥ ରହିଥାଏ ହାର୍ଟ

ସ୍ବାସ୍ଥ୍ୟ ଏବଂ ସୁସ୍ଥତା ବଜାୟ ରଖିବା ପାଇଁ ଯୋଗ ହିଁ ନିତ୍ୟାନ୍ତ ଆବଶ୍ୟକ। ଯୋଗ ଅଭ୍ୟାସ ଦ୍ୱାରା ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ଚାପମୁକ୍ତି ଏବଂ ଚିନ୍ତାର ମୁକାବିଲା, ଏବଂ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଏହି ଯୋଗ ଦ୍ୱାରା ହିଁ ଦୂର କରାଯାଇପାରିବ। ତେବେ ହାର୍ଟ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଏହାକୁ ନିଶ୍ଚିତ ଭାବରେ ଆପଣଙ୍କର ବିଶେଷ ଧ୍ୟାନ ଦେବାକୁ ପଡିବ। ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ହାର୍ଟର ସ୍ବାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସୁସ୍ଥ ଖାଦ୍ୟ ଅନୁସରଣ କରିବା ସହ ନିୟମିତ ଯୋଗ ଅଭ୍ୟାସ କରିବା ଜରୁରୀ ଅଟେ। ଆସନ୍ତୁ ୫ଟି ଯୋଗାସନ ବିଷୟରେ ଜାଣିବା ଯାହା ହାର୍ଟ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାର୍ଯ୍ୟ କରେ।

ଭୁଜଙ୍ଗାସନ:

ଏହା ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ଏବଂ ହୃଦୟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ଏହି ଯୋଗାସନ ଦ୍ୱାରା ଛାତି, କାନ୍ଧ ଏବଂ ପେଟ ବିସ୍ତାର କରିବା ସହିତ ଜଡିତ ହୋଇଥାଏ ଏବଂ ଚିନ୍ତାମୁକ୍ତ ଏବଂ ଥକ୍କାପଣରୁ ମୁକ୍ତ କରିଥାଏ। ଏହା ପିଠିକୁ ମଜବୁତ କରେ ଏବଂ ପେଟର ଚର୍ବି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।

ତାଡାସନ:

ଏହାକୁ ନିୟମିତ କରିବା ଦ୍ୱାରା ଚାପ ମୁକ୍ତି କରିବା ସହ ହାର୍ଟକୁ ସୁସ୍ଥ ରଖିଥାଏ। ଏହି ଆସନ ରକ୍ତ ସଞ୍ଚାଳନକୁ ବଢାଇଥାଏ ଏବଂ ପିଠି, ଏବଂ ଗୋଡକୁ ଦୃଢ କରିଥାଏ।

ମାକାରାସନ:

ଏହି ଆସନ ଦ୍ୱାରା ମନ ଏବଂ ଶରୀରକୁ ଆରାମ ମିଳିଥାଏ। ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ମାନସିକ ରୋଗ ସମେତ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ଚିକିତ୍ସା ପାଇଁ ଏହା ଜଣାଶୁଣା। ଏହାସହ ଶ୍ୱାସକ୍ରିୟାକୁ ନିୟମିତ କରିବାରେ ସାହାଯ୍ୟ କରେ।

ଗୋମୁଖାସନ:ଏହି ଆସନ ଉଚ୍ଚ ରକ୍ତଚାପର ଚିକିତ୍ସା କରିବାରେ ସାହାଯ୍ୟ କରେ। ଚାପକୁ ହ୍ରାସ କରେ ଏବଂ ମେରୁଦଣ୍ଡକୁ ମଜବୁତ୍‌ କରେ।

ମାଲାସନ: ଏହି ଆସନ ମନକୁ ସ୍ଥିର ଏବଂ ଶାନ୍ତ ରଖିବାରେ ସାହାର୍ଯ୍ୟ କରିଥାଏ। ଏହା ମଧ୍ୟ ରକ୍ତ ସଞ୍ଚାଳନ ଏବଂ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri