୪୫ ମିନିଟ୍‌ ଫସି ରହିଲେ ସୁରକ୍ଷାକର୍ମୀଙ୍କ ସହ ୫ ପର୍ଯ୍ୟଟକ

ଭୁବନେଶ୍ୱର (ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୧୮ା୩ (ଡି.ଏନ୍‌.ଏ.): ଧଉଳି ଶାନ୍ତିସ୍ତୂପରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ଟଳିଯାଇଛି। ପାହାଡ଼ ଉପରକୁ ଯିବାଆସିବା ଲାଗି ରହିଥିବା ଲିଫ୍ଟ ଅଧାରୁ ଅଟକିଯିବାରୁ ଏହା ଭିତରେ ୫ ପର୍ଯ୍ୟଟକ ଓ ଜଣେ ସୁରକ୍ଷା କର୍ମୀ ୪୫ ମିନିଟ୍‌ ଧରି ଫସି ରହିଥିଲେ। ସେମାନେ ଅଣନିଃଶ୍ୱାସୀ ହୋଇପଡିବା ସହ ଅସୁସ୍ଥ ଅନୁଭବ କରୁଥିଲେ। ତେବେ ଦାୟିତ୍ୱରେ ଥିବା କର୍ମଚାରୀ ପହଞ୍ଚତ୍ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଲିଫ୍ଟ ବନ୍ଦ ହେବାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି କିମ୍ବା ଆବଶ୍ୟକତାଠାରୁ ଅଧିକ ଲୋକ ଯିବାରୁ ଏଭଳି ସମସ୍ୟା ଉପୁଜିଥିବା ଅନୁମାନ କରାଯାଉଛି। ୫ ପର୍ଯ୍ୟଟକଙ୍କ ମଧ୍ୟରୁ ୨ଜଣ ପଶ୍ଚିମବଙ୍ଗର ହୋଇଥିବାବେଳେ ଅନ୍ୟ ୩ଜଣ ରାଜସ୍ଥାନର ବୋଲି ଜଣାପଡିଛି।
ସୂଚନାନୁଯାୟୀ, ୫ଜଣ ପର୍ଯ୍ୟଟକ ପୂର୍ବାହ୍ନ ୧୧ଟାରେ ଧଉଳି ବୁଲିବାକୁ ଆସିଥିଲେ। ବୁଲାବୁଲି ସାରି ଅପରାହ୍ନ ସାଢ଼େ ୧୨ଟା ପରେ ଲିଫ୍ଟରେ ତଳକୁ ଓହ୍ଲାଉଥିଲେ। ଉକ୍ତ ଲିଫ୍ଟରେ ଜଣେ ସୁରକ୍ଷା କର୍ମୀ ଥିଲେ। ଲିଫ୍ଟଟି ତଳକୁ ଖସିବାବେଳେ ହଠାତ୍‌ ଅଧାରୁ ଅଟକି ଯାଇଥିଲା। ଏହାପରେ ପର୍ଯ୍ୟଟକମାନେ ଚିତ୍କାର କରି ବଞ୍ଚାଓ ବଞ୍ଚାଓ ବୋଲି ଡାକ ପକାଇଥିଲେ। ଏଥିସହ ଜରୁରିକାଳୀନ ସାଇରନ୍‌ ମଧ୍ୟ ବଜାଇଥିଲେ। ଚିତ୍କାର ଓ ସାଇରନ୍‌ ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ଓ ଦୋକାନୀ ଲିଫ୍ଟ ପାଖକୁ ଦୌଡ଼ି ଆସିଥିଲେ ମଧ୍ୟ କିଛି କରିପାରି ନ ଥିଲେ। ସୁରକ୍ଷାକର୍ମୀଙ୍କୁ ଖୋଜିଥିଲେ ମଧ୍ୟ ସେ ଉକ୍ତ ଲିଫ୍ଟ ଭିତରେ ପର୍ଯ୍ୟଟକଙ୍କ ସହ ଫସି ରହିଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଧଉଳି ଥାନା ପୋଲିସ ପହଞ୍ଚତ୍ବା ସହ ଲିଫ୍ଟ ଦାୟିତ୍ୱରେ ଥିବା ଅନ୍ୟ କର୍ମଚାରୀଙ୍କୁ ଡକାଇଥିଲେ। ୪୫ ମିନିଟ ପରେ ଏକ ପେଚକସ ସାହାଯ୍ୟରେ ଲିଫ୍ଟର ଲକ୍‌କୁ ଖୋଲି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ନିକଟରେ ଶାନ୍ତିସ୍ତୂପ ଧଉଳି ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଉକ୍ତ ଲିଫ୍ଟ ନିର୍ମାଣ କରାଯାଇଥିଲା। ହେଲେ ଏଥିରେ ସମସ୍ତେ ଯିବା ଆସିବା କରିବା ସହ କ୍ଷମତାଠାରୁ ଅଧିକ ଭାର ଲାଗି ଏହି ଲିଫ୍ଟଟି ବାରମ୍ବାର ଅଚଳ ହୋଇପଡି ଏପରି ଘଟଣା ଘଟୁଛି। ତେବେ ସୁରକ୍ଷା କର୍ମୀମାନେ କାହିଁକି ସାଧାରଣ ପର୍ଯ୍ୟଟକଙ୍କୁ ଲିଫ୍‌ଟରେ ଓ ଅଧିକ ସଂଖ୍ୟାରେ ଯିବାକୁ ଅନୁମତି ଦେଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri