ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ ନ ଲଗାଇଲେ ୫ରୁ ୧୦ ହଜାର ଜରିମାନା

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ନ ଲଗାଇଥିଲେ ଜରିମାନା ଗଣିବାକୁ ହେବ । ଯେଉଁ ଯାନବାହନର ଶେଷ ନମ୍ବର ୧,୨,୩, ୪ ହୋଇଥିବ ଏବଂ ସେମାନେ ଯଦି ସେପ୍ଟେମ୍ବର ୩୦ ସୁଦ୍ଧା ଏଚ୍‌ଏସ୍‌ଆର୍‌ପି ଲଗାଇ ନ ଥିବେ ତେବେ ୫ରୁ ୧୦ ହଜାର ଟଙ୍କା ଯାଏ ଜରିମାନା ଦେବାକୁ ହେବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ଅକ୍ଟୋବର ୧ ତାରିଖରୁ ଯାଞ୍ଚ କଡ଼ାକଡ଼ି କରାଯିବ।
ଯେଉଁ ଗାଡ଼ିଗୁଡ଼ିକ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକରଣ ହୋଇଛି ସେଗୁଡ଼ିକରେ ଏଚ୍‌ଏସ୍‌ଆର୍‌ପି ଲଗାଇବା ବାଧ୍ୟତାମୂଳକ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ଯାନବାହନର ଶେଷ ନମ୍ବର ୧,୨,୩ ଓ ୪ ଥିବ ସେଗୁଡ଼ିକ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏଚ୍‌ଏସ୍‌ଆର୍‌ପି କରିବାକୁ କୁହାଯାଇଥିଲା। ଚଳିତ ମାସ ଶେଷ ଯାଏ କୌଣସି ଯାନବାହନରୁ ଜରିମାନା ଆଦାୟ କରାଯିବ ନାହିଁ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ଏହା ପରେ ଇ-ଚାଲାଣ ଓ ଜରିମାନା ଆଦାୟ ହେବ। ପରିବହନ ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି ଯେ ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ୧୦,୬୫,୩୧୨ ଗାଡ଼ି ମାଲିକ ଏଚ୍‌ଏସ୍‌ଆର୍‌ପି ପାଇଁ ସ୍ଲଟ୍‌ ବୁକ୍‌ କରିଛନ୍ତି। ସେଥିରୁ ୫,୯୩,୭୧୭ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲାଗି ସାରିଛି। ସ୍ଲଟ୍‌ ବୁକ୍‌ କରିଥିବା ଗାଡ଼ି ମାଲିକ ଯଦି ଏହି ସମୟ ମଧ୍ୟରେ ଏଚ୍‌ଏସ୍‌ଆର୍‌ପି ନ ଲଗାଇବେ ତେବେ ସେମାନଙ୍କୁ ମୋଟର ଯାନ ଆଇନ ୧୯୮୮ର ସେକ୍ସନ ୧୯୨ ଅନୁଯାୟୀ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଭରଣା କରିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ ଲଗାଇବା ପାଇଁ ୨୦୨୨ ଅଗଷ୍ଟ ୩୧ ତାରିଖକୁ ଡେଡ୍‌ଲାଇନ ରଖାଯାଇଥିଲା। ପରେ ଏହାକୁ ୧ ମାସ ପାଇଁ ବୃଦ୍ଧି କରାଯାଇଛି। ଏହି ସମୟ ଅତିକ୍ରମ ହେଲେ ଗାଡ଼ି ମାଲିକଙ୍କ ଉପରେ ଜରିମାନା ଲାଗୁ ହେବ। ଯେଉଁ ଯାନବାହନଗୁଡ଼ିକର ପଞ୍ଜୀକରଣ ନମ୍ବର ଶେଷ ଅକ୍ଷର ୧ ଓ ୨ ରହିଛି ସେମାନଙ୍କ ପାଇଁ ଏଚ୍‌ଏସ୍‌ଆର୍‌ପି ଲଗାଇବା ନିମନ୍ତେ ଅଗଷ୍ଟ ୩୧ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ୩ ଓ ୪ ସେପ୍ଟେମ୍ବର ୩୦, ୫ ଓ ୬ ଅକ୍ଟୋବର ୩୧ ଏବଂ ୭ ଓ ୮ ନଭେମ୍ବର ୩୦ ଏବଂ ୯ ଓ ୦ ଶେଷ ନମ୍ବର ଥିବା ଗାଡ଼ିଗୁଡ଼ିକ ପାଇଁ ୨୦୨୨ ଡିସେମ୍ବର ୩୧କୁ ଶେଷ ସମୟ ଧାର୍ଯ୍ୟ କରାଯାଇଛି। ଶେଷ ତାରିଖ ଯାଏ ଅପେକ୍ଷା ନ କରି ଗାଡ଼ିମାଲିକମାନେ ଯଥା ଶୀଘ୍ର ନିଜ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲଗାଇବାକୁ ପରାମର୍ଶ ଦିଆଯାଇଛି।
ଯାନ ନିର୍ମାତାଙ୍କ ଦ୍ୱାରା ସ୍ବୀକୃତ ସଂସ୍ଥା ବ୍ୟତୀତ ଅନ୍ୟ କୌଣସି ଡିଲର କିମ୍ବା ବ୍ୟକ୍ତି ଯଦି ଏଚ୍‌ଏସ୍‌ଆର୍‌ପି ଯୋଗାଣ କରିବା ଜଣାପଡ଼ିବ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି। ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି କେବଳ ଗାଡ଼ି ନିର୍ମାତାଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା କିମ୍ବା ଭେଣ୍ଡର ଲଗାଇବେ। ଯାନବାହନ ନିର୍ମାତା ଏହି ନମ୍ବର ପ୍ଲେଟ ଯୋଗାଇ ଦେବେ। ଗାଡ଼ିମାଲିକମାନେ ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ଅନ୍‌ଲାଇନ ପୋର୍ଟାଲ ଜରିଆରେ ବୁକ୍‌ କରିପାରିବେ। ଏହାଦ୍ୱାରା ସ୍ବଚ୍ଛତା ବଜାୟ ରହିପାରିବ। ଡିଲରମାନେ ଅଧିକ ଟଙ୍କା ଦାବି କରିପାରିବେ ନାହିଁ। ଯାନ ନିର୍ମାତାମାନେ ସେହି ପୋର୍ଟାଲକୁ ସ୍ବୀକୃତି ଦେବା ସହ ଗାଡ଼ି ମାଲିକମାନେ କେଉଁ ଡିଲର, କେଉଁ ଜାଗାରେ ଓ କେତେବେଳେ ନମ୍ବର ପ୍ଲେଟ୍‌କୁ ଲଗାଇବେ ତାହା ସୂଚିତ କରିବେ। ଡିଲରମାନେ ନମ୍ବର ପ୍ଲେଟ୍‌ ବଦଳାଇବା ପାଇଁ କେତେ ଟଙ୍କା ନେଉଛନ୍ତି ତାହା ଏକ ଡିସ୍‌ପ୍ଲେ ବୋର୍ଡରେ ଉଲ୍ଲେଖ କରିବେ। ଏଚ୍‌ଏସ୍‌ଆର୍‌ପି ଲଗାଇବା ପରେ ଭେଣ୍ଡରମାନେ ପରିବହନ ଲେଜର କୋଡ୍‌ ପରିବହନ ବିଭାଗ ଓ୍ବେବ୍‌ସାଇଟ ‘ବାହାନ’ ପୋର୍ଟାଲ ସହିତ ଅପ୍‌ଡେଟ ହୋଇଛି କି ନାହିଁ ତାହା ନିଶ୍ଚିତ କରିବେ। ନମ୍ବର ପ୍ଲେଟ୍‌ ପାଇଁ ବୁକ୍‌ କରିଥିବା ଗାଡ଼ି ମାଲିକଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସମସ୍ତ ସୂଚନା ପ୍ରଦାନ କରିବେ। ଯଦି କୌଣସି ଯାନର ବୈଧ ପଞ୍ଜୀକରଣ ସାର୍ଟିିଫିକେଟ ନ ଥିବ କିମ୍ବା ଟିକସ ବାକି ରହିଥିବ ତେବେ ସେମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ଅନୁମତି ମିଳିବ ନାହିଁ। ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମା ଅନୁଯାୟୀ ପଦକ୍ଷେପ ନେବାକୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri