୫ ହଜାର ମୃତ, ୧୦,୦୦୦ ନିଖୋଜ

ତ୍ରିପୋଲି,୧୩ା୯: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ଏଥିରେ ପ୍ରାୟ ୫,୦୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦,୦୦୦ରୁ ଊର୍ଦ୍ଧ୍ୱ ନିଖୋଜ ହୋଇଯାଇଛନ୍ତି। ରବିବାର ରାତିରେ ଆସିଥିବା ଭୂମଧ୍ୟସାଗରୀୟ ଝଡ଼ ‘ଡାନିଏଲ୍‌’ ଲିବ୍ୟାର ପୂର୍ବାଞ୍ଚଳ ସହରଗୁଡ଼ିକୁ ଜଳମଗ୍ନ କରିଦେଇଛି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ଡେର୍ନା ସହର, ଯେଉଁଠି ଲଗାଣ ବର୍ଷାଜନିତ ବନ୍ୟା ଯୋଗୁ ଡ୍ୟାମ୍‌ଗୁଡ଼ିକ ଭୁଶୁଡ଼ିପଡ଼ିଛି। ଯେଉଁଆଡ଼େ ଚାହିଁଲେ କୁଢ଼ କୁଢ଼ ମୃତଦେହ ଭାସୁଛି। ବିପନ୍ନଙ୍କ ଆର୍ତ୍ତ ଚିତ୍କାରରେ ଫାଟିପଡ଼ୁଛି ସହର। ହସ୍ପିଟାଲ ବାରଣ୍ଡାଗୁଡ଼ିକରେ ଲୋକେ ଗଡ଼ୁଛନ୍ତି, ଯାହାଙ୍କ ମଧ୍ୟରୁ ଅଧିକାଂଶ ମୃତ। ଡେର୍ନାକୁ ବିପର୍ଯ୍ୟୟପ୍ରବଣ ଅଞ୍ଚଳ ରୂପେ ଘୋଷଣା କରାଯାଇଥିବା ଲିବ୍ୟାର ପୂର୍ବାଞ୍ଚଳ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ଓଥମନ୍‌ ଅବ୍‌ଦୁଲଜଲିଲ ସୂଚନା ଦେଇଛନ୍ତି।
କେବଳ ଡେର୍ନାରେ ୩,୦୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିଥିବା ଆମ୍ବୁଲାନ୍ସ ଆଣ୍ଡ୍‌ ଏମର୍ଜେନ୍ସି ଅଟରିଟି ପକ୍ଷରୁ କୁହାଯାଇଛି। ଲିବ୍ୟାର ଇଣ୍ଟରନ୍ୟାଶନାଲ ଫେଡେରେଶନ୍‌ ଅଫ୍‌ ରେଡ୍‌ କ୍ରସ୍‌ ଏବଂ ରେଡ୍‌ କ୍ରସ୍‌ ସୋସାଇଟି ପ୍ରତିନିଧି ତମେର ରାମାଦାନ୍‌ କହିଛନ୍ତି, ଏହି ଅଭୂତପୂର୍ବ ବନ୍ୟାରେ ୧୦,୦୦୦ ଲୋକ ନିଖୋଜ ହୋଇଯାଇଛନ୍ତି। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ। ଉତ୍ତର ଆଫ୍ରିକାର ଅପରପାର୍ଶ୍ୱରେ ଘଟିଥିବା ଭୂକମ୍ପଠାରୁ ଲିବ୍ୟା ସ୍ଥିତି ଆହୁରି ଖରାପ ହୋଇଯାଇଛି। ଲିବ୍ୟା ପୂର୍ବାଞ୍ଚଳ ସରକାରର ପ୍ରଧାନମନ୍ତ୍ରୀ ଓସାମା ହମାଦ କହିଛନ୍ତି, ବନ୍ୟା ଯୋଗୁ ୨ଟି ଡ୍ୟାମ୍‌ ଭୁଶୁଡ଼ିବା ପରେ ବହୁ ଲୋକ ଭାସିଯାଇଛନ୍ତି। ଲୋକେ ବିପର୍ଯ୍ୟୟର ଦୃଶ୍ୟକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରୁଛନ୍ତି। ବଡ଼ ବଡ଼ କୋଠାଗୁଡ଼ିକ ଭୁଶୁଡ଼ି ପାଣିରେ ଭାସିଯାଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଅନ୍ତର୍ଜାତୀୟ ସହାୟତା ଜରୁରୀ ହୋଇପଡ଼ିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଓଥମନ୍‌ ଅବ୍‌ଦୁଲଜଲିଲ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା, ସରକାରୀ କର୍ମଚାରୀ, ସ୍ବେଚ୍ଛାସେବୀମାନେ ନିୟୋଜିତ ହୋଇଛନ୍ତି। କିନ୍ତୁ ଉପଯୁକ୍ତ ମାଧ୍ୟମ ଅଭାବରୁ ଉଦ୍ଧାରକାର୍ଯ୍ୟ ଧିମେଇଯାଇଛି। ବନ୍ୟା ପ୍ରଭାବିତ ବୟଦା, ସୁସା, ମାର୍ଜ ଏବଂ ଶାହଟ୍ଟ ସହରରେ ମଧ୍ୟ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ପରିବାର ବାସହରା ହୋଇ ପୂର୍ବ ଲିବ୍ୟାର ନେ୍‌ଘାଜିସ୍ଥିତ ସ୍କୁଲ ଓ ସରକାରୀ ଅଫିସଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଇଜିପ୍ଟ, ଟ୍ୟୁନିସିଆ, ଅଲ୍‌ଜେରିଆ, ତୁର୍କୀ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ମାନବୀୟ ସହାୟତା ତଥା ଉଦ୍ଧାରକାରୀ ଟିମ୍‌ଗୁଡ଼ିକୁ ପଠାଇଛି। ଆମେରିକା ସର୍ବାଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସହାୟତା ପହଞ୍ଚାଇବା ପାଇଁ ଜାତିସଂଘ ଓ ଲିବ୍ୟା ଅଧିକାରୀମାନଙ୍କ ସହ ଯୋଗାଯୋଗ କରୁଥିବା ଓ୍ବାଶିଂଟନ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରବିନ୍ଦ୍ର ଜାଡେଜାଙ୍କୁ ଖୋଜିଥିବା କୋଚ୍‌ଙ୍କଠାରୁ ଶିଖିଥିଲେ କ୍ରିକେଟ, ଏବେ ପାକିସ୍ତାନଠାରୁ ବିଜୟ ଛଡ଼ାଇ ଆଣି ଚର୍ଚ୍ଚାରେ Mohit Ulva

ନୂଆଦିଲ୍ଲୀ,୧୪।୧୧: ଭାରତ ଏବଂ ପାକିସ୍ତାନ କ୍ରିକେଟ୍ କହିଲେ ସାଧାରଣତଃ ସିନିୟର୍ ପୁରୁଷ କ୍ରିକେଟ୍ ଦଳର ମୁକାବିଲାକୁ ବୁଝାଯାଏ, କିନ୍ତୁ ଆଗାମୀ ଦିନରେ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର…

ଲୁଚାଇ ରଖିଥିଲେ ମାଓବାଦୀ: ମାଟିତଳୁ ମିଳିଲା ବିସ୍ଫୋରକ

ନୂଆପଡ଼ା,୧୪ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଥାନା ଅନ୍ତର୍ଗତ ପାଟଧରା ଓ ଗର୍ଜନପାଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଯବାନଙ୍କ ସହ ମାଓବାଦୀ ନିହତ ହୋଇଥିଲେ। ହେଲେ…

ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଲା ସହାୟତା

ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ଦ୍ୱାରା ପୁରୀଠାରେ ପ୍ରତିଷ୍ଠିତ ନୀଳାଚଳ ସାରସ୍ବତ ସଙ୍ଘ କେନ୍ଦ୍ର ଆସନ ମନ୍ଦିର ବୀରତୁଙ୍ଗ ସହାୟତାରେ…

ଜୟପୁରରେ ବଡ଼ ଧରଣର ଲୁଟ୍‌

ଜୟପୁର,୧୪ା୧୧(ପବନ ପାଣିଗ୍ରାହୀ)- କୋରାପୁଟ ଜିଲା ଜୟପୁର ସହରରେ ଜଣକ ଘର ଭିତରେ ପଶି ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ୧୮ ଲକ୍ଷ…

ଫୋନ୍‌ ଟ୍ୟାପିଂ ଅଭିଯୋଗ ଉପରେ ସାମ୍‌ ପିତ୍ରୋଡାଙ୍କ ବଡ଼ ବୟାନ: ପ୍ରଧାନମନ୍ତ୍ରୀ ଏପରି…

ନୂଆଦିଲ୍ଲୀ,୧୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫୋନ୍‌କୁ ଟ୍ୟାପିଂ କରିଥିତ୍ବା ନେଇ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ରାଜନୈତିକ ଝଡ଼ ସୃଷ୍ଟି…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି, ସତର୍କ କଲା ଜଳସମ୍ପଦ ବିଭାଗ

ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ବୁଧବାରଠାରୁ ଶନିବାର ଯାଏଁ ପ୍ରବଳ ପବନ ଓ ବର୍ଷା ହେବା ନେଇ…

ସାନଖେମୁଣ୍ଡି ବିଦ୍ୟାଳୟ ପାଇଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଅଞ୍ଚଳ ପାଇଁ ଗୌରବ

ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପି.ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଭାଲିଆଝୋଳା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ…

୨୦ ଲକ୍ଷ ହେରଫେର: ଏନ୍‌ଏସି ସହକାରୀ ହିସାବ ରକ୍ଷକ ଗିରଫ

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସିର ସହକାରୀ ହିସାବରକ୍ଷକ ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ସନ୍ଦିପ ଚନ୍ଦ୍ରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?