ଫେରିବା ଅପେକ୍ଷାରେ ୫ ଛାତ୍ର

ଚମ୍ପୁଆ/ପାଟଣା/ଯୋଡ଼ା/ବାରିପଦା ଅଫିସ,୨୬।୨(ଡି.ଏନ୍‌.ଏ./ସ୍ବ.ପ୍ର.)କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ୫ ଡାକ୍ତରୀ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ସ୍ବଦେଶ ଫେରାଇ ଆଣିବାକୁ ସେମାନଙ୍କ ମାତାପିତା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଚମ୍ପୁଆ ଅଞ୍ଚଳର ଶୁଭମ କୁମାର ସାହୁଙ୍କୁ ଫେରାଇ ଆଣିବା ପାଇଁ ବାପା ଦିଲ୍ଲୀପ କୁମାର ସାହୁ ସରକାରଙ୍କୁ ନିବେଦନ କରିଥିବା ଜଣାଯାଇଛି। ଶୁଭମ ୨୦୧୮ରେ ୟୁକ୍ରେନର ଭିନିତ୍‌ସିଆକୁ ଡାକ୍ତରୀ ପାଠ ପଢିବାକୁ ଯାଇଥିବା ବେଳେ ବର୍ତ୍ତମାନ ସେ ୪ର୍ଥ ବର୍ଷର ଛାତ୍ର। ସେ ନ୍ୟାଶନାଲ୍‌ ମେଡିକାଲ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିବା ବେଳେ ସାଙ୍ଗମାନଙ୍କ ସହ ଏକ ଫ୍ଲାଟରେ ରହୁଛନ୍ତି। ପାଟଣାର ସ୍ବାଧୀନ ବିଶ୍ୱାଳ ୟୁକ୍ରେନର ଖାରକିଭ ନ୍ୟାଶନାଲ ମେଡ଼ିକାଲ ୟୁନିଭର୍ସିଟିରେ ଡାକ୍ତରୀ ପଢିବାକୁ ଯାଇ ସେଠାରେ ଫଶିଛନ୍ତି। ସ୍ବାଧୀନଙ୍କ ବାପା ସୁକାନ୍ତ ବିଶ୍ୱାଳ ପାଟଣା ବ୍ଲକ ଯମୁନା ପଶି ପଞ୍ଚାୟତରେ କୃଷି ବିଭାଗ ସୁପରଭାଇଜର ଭାବେ କାର୍ଯ୍ୟ କରୁଛନ୍ତି। ସେ ପାଟଣା ବ୍ଲକ ଖୀରେଇଟାଙ୍ଗିରୀରେ ଭଡ଼ା ଘରେ ଅବସ୍ଥାନ କରୁଥିବା ବେଳେ ସୁକାନ୍ତଙ୍କ ମୂଳ ଘର ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଖଜିରାକଟା ଗଁାରେ। ଯୋଡ଼ା ସହରର ଛାତ୍ର ସତ୍ୟବ୍ରତ ସାହୁ ୟୁକ୍ରେନ ଦେଶର ଖାକିବ ସହରରେ ରହି ଡାକ୍ତରୀ ପାଠ ପଢୁଛନ୍ତି। ତାଙ୍କ ବାପା ଗଣେଶ ଚନ୍ଦ୍ର ସାହୁ କହିଛନ୍ତି ଆମେମାନେ ପୁଅକୁ ନେଇ ଭୟଭୀତ ଅଛୁ। ସତ୍ୟବ୍ରତ ଘରକୁ ଖବର ଦେଇ କହିଛନ୍ତି ଯେ, ଶୁକ୍ରବାର ଭୋର୍‌ ସମୟରେ ପ୍ରଚଣ୍ଡ ବୋମା ମାଡ଼ ଶବ୍ଦରେ ଘରଦ୍ୱାର ଥରିଯାଇଥିଲା। ସମସ୍ତେ ଡରିଯାଇଥିଲେ। ସେହିପରି ମୟୂରଭଞ୍ଜ ଜିଲା ବାରିପଦା ପୌରପାଳିକାର ୧୦ନଂ. ୱାର୍ଡ କାଳିମନ୍ଦିର ସାହିର ଛାତ୍ର ପୀୟୂଷ ଦାସ ଓ ୨୬ନଂ. ୱାର୍ଡ ମୁର୍ଗାବାଡି ଅଞ୍ଚଳର ସୁମନ ଘୋଷ ୟୁକ୍ରେନରେ ଫସି ରହିଛନ୍ତି। ପୀୟୂଷ ୫ମ ବର୍ଷ ଓ ସୁମନ ୪ର୍ଥ ବର୍ଷର ଡାକ୍ତରୀ ଛାତ୍ର ା ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଉଭୟଙ୍କ ପରିବାର ଲୋକେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri