ସୋସିଆଲ ମିଡିଆରେ ଆପଣଙ୍କ ସାଥୀ ଏହି ୫ କାମ କରୁଥିଲେ ହୋଇଯାଆନ୍ତୁ ସତର୍କ, ଘଟିପାରେ ଏଭଳି କିଛି..

ମହାମାରୀ କରୋନା ଯୋଗୁ ଲୋକମାନେ ଅଧିକରୁ ଅଧିକ ସମୟ ଘରେ ଅତିବାହିତ କରୁଛନ୍ତି। ଏପରି ପରିସ୍ଥିତିରେ ସମୟ ବିତାଇବା ପାଇଁ ଇଣ୍ଟରନେଟ୍‌ ବରଦାନ ପାଲଟିଛି। ତେବେ, ସୋସିଆଲ ମିଡିଆର କିଛି ଭୁଲ ଅଭ୍ୟାସ ହେତୁ, ସମ୍ପର୍କ ମଧ୍ୟରେ ମତଭେଦ ଉପୁଜିପାରେ। ଆପଣଙ୍କ ସାଥୀଙ୍କର ଏହି ୫ ଟି ସୋସିଆଲ ମିଡିଆ ଅଭ୍ୟାସ ଥିବା ଯଦି ଆପଣ ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ। ଯେପରିକି

ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା:

ଆଜିକାଲି ମଣିଷ ଡିଜିଟାଲ ସମାଜର ଏକ ଅଂଶ ହୋଇଥିବା ହେତୁ ସୋସିଆଲ ମିଡିଆରେ ସମୟ ବିତାଇବା ସମ୍ପୂର୍ଣ୍ଣ ସ୍ବାଭାବିକ। ହେଲେ ଅଧିକାଂଶ ଲୋକ ନିଜ ଫଲୋଅର୍ସ(ଅନୁଗାମୀ) ଏବଂ ଅନଲାଇନ୍‌ ସାଙ୍ଗମାନଙ୍କୁ ନିଜ ବିଷୟରେ ଅପଡେଟ ଦେବାକୁ ଚାହାଁନ୍ତି। ଏଣୁ ଯଦି ଆପରଙ୍କର ସାଥୀ ସୋସିଆଲ ମିଡିଆରେ ଆବଶ୍ୟକତାଠାରୁ ଅଧିକ ସକ୍ରିୟ, ତେବେ ତୁମେ ସତର୍କ ହେବା ଆବଶ୍ୟକତା ରହିଛି। ଯଦି ଆପଣ ଟିକେ ଅଜବ ଅନୁଭବ କରୁଛନ୍ତି ତେବେ ଏହି ବିଷୟରେ ଆପଣଙ୍କ ସାଥୀ ସହିତ କଥା ହୁଅନ୍ତୁ।

ଉଭୟଙ୍କ ସମ୍ପର୍କ ବିଷୟରେ ଅନେକ ପୋଷ୍ଟ ସେୟାର କରିବା:

ବେଳେବେଳେ ପ୍ରେମ ଦେଖାଇବା ପାଇଁ ସୋସିଆଲ ମିଡିଆରେ ସାଥୀଙ୍କ ବିଷୟରେ ପୋଷ୍ଟ ଶେୟାର କରିବା ସାଧାରଣ କଥା। କିନ୍ତୁ ସୋସିଆଲ ମିଡିଆରେ ଆବଶ୍ୟକତାଠାରୁ ଅଧିକ ଉଭୟଙ୍କ ବିଷୟରେ ଶେୟାର କରିବା ଭୁଲ। ଯଦି ଆପଣଙ୍କର ସାଥୀ ପ୍ରକୃତରେ ତୁମର ଯତ୍ନ ନିଏ, ତେବେ ସେ ନିଶ୍ଚିତ ଭାବରେ ଆପଣଙ୍କ ବ୍ୟକ୍ତିଗତ ଜୀବନର ଯତ୍ନ ନେବ।

ସର୍ଚ୍ଚ ବିଭାଗରେ ଅନ୍ୟ ଲୋକଙ୍କ ସଂଖ୍ୟା ଅଧିକ ରହିବା:

ଯଦି ଆପଣ ସାଥୀଙ୍କ ଉପରେ କୌଣସି ପ୍ରକାରର ସନ୍ଦେହ ରଖୁଛନ୍ତି ଏବଂ ଆପଣ ତାଙ୍କ ଅନ୍‌ଲାଇନ୍‌ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ସର୍ଚ୍ଚ ଇଞ୍ଜିନ ଏବଂ ବଟନ୍‌ଗୁଡ଼ିକ ତୁମକୁ ବହୁତ ସାହାଯ୍ୟ କରିପାରିବ। ଯଦି ତୁମର ସାଥୀ ତୁମକୁ ପ୍ରତାରଣା କରୁଛନ୍ତି, ତା’ହେଲେ ତାଙ୍କର ସର୍ଚ୍ଚ ଅପ୍‌ଶନ୍‌ ଅନ୍ୟ ଲୋକଙ୍କ ସଂଖ୍ୟା ଅଧିକ ରହିଥିବ। ସେମାନଙ୍କ ମଧ୍ୟରେ ଏପରି କିଛି ଲୋକ ମଧ୍ୟ ଥାଇପାରନ୍ତି ଯାହାକୁ ଆପଣଙ୍କ ସାଥୀ ପସନ୍ଦ କରନ୍ତି।

ଲୁଚିଛପି ନିଜ ପୁରୁଣା ପ୍ରେମିକ/ପ୍ରେମିକାଙ୍କ ବିଷୟରେ ଖୋଜିବା:

ଯଦି ଆପଣଙ୍କର ସାଥୀଙ୍କର ପୂର୍ବ ସମ୍ପର୍କଙ୍କ ବିଷୟରେ ଜାଣିବାର ଅଭ୍ୟାସ ରହିଛି ତେବେ ସେ ଅନଲାଇନରେ ତାଙ୍କୁ ଖୋଜିପାରନ୍ତି। ଏହାର ଅର୍ଥ ସେ ସେ ଅତୀତରୁ ସମ୍ପୂର୍ଣ୍ଣରୂପେ ବାହାରି ପାରି ନାହାଁନ୍ତି। ନଚେତ ସେ ଆଉ ଆପଣଙ୍କ ପ୍ରତି ପସନ୍ଦ କରୁନାହାନ୍ତି। ଏହି ପରିସ୍ଥିତିଦ୍ୱୟ ଆପଣଙ୍କ ପାଇଁ ଖରାପ ।

ନିଜର ପୂର୍ବ ପ୍ରେମିକା/ପ୍ରେମିକଙ୍କୁ କଷ୍ଟ ଦେବା ଲାଗି ଫଟୋ ପୋଷ୍ଟ କରିବା:

ଯଦି ଏପରି ଲାଗେ ଯେ, ଆପଣଙ୍କ ସାଥୀ ନିଜର ପୁରୁଣା ପ୍ରେମିକ/ପ୍ରେମିକାଙ୍କୁ ଖରାପ ଲାଗିବା ଲାଗି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ତେବେ ଆପଣ ତାଙ୍କ ସହ କଥା ହୁଅନ୍ତୁ। କଥା ବିଗିଡ଼ିବା ପୂର୍ବରୁ ସାଥୀଙ୍କୁ ଏଭଳି କରିବାରୁ ନିବୃତ ରହିବାକୁ କୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମଟର କୋପ୍ତା

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ଗ୍ରୀନ୍‌ ମଟର, ୨ ଚାମଚ ବେସନ, ୨-୩ଟି ମଧ୍ୟମ ଆକାରର ଟମାଟୋ, ୨ଟି ପିଆଜ, କଞ୍ଚା ଲଙ୍କା, ରସୁଣ, ଅଦା,...

ଗୋଲାପ ପାଖୁଡାରେ ରହିଛି ରୋଗସହ ଲଢିବାର କ୍ଷମତା

ଗୋଲାପ ଫୁଲକୁ ପ୍ରେମର ପ୍ରତିକ ଭାବେ ବିବେଚନା କରାଯାଏ। ଏହା ଦେଖିବାକୁ ଏତେ ମନଲୋଭା ଯେ, ଯେ କେହି ଏହାକୁ ଦେଖିଲେ ମନର ବିଷାଦ ଦୂର...

ଉପକାରୀ ଅପରାଜିତା ଫୁଲ ଚା’

ସାରାଦିନର କାର୍ଯ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା’ର ସେବନ କରନ୍ତୁ। ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ...

ସକାଳ ଖରାରେ ବସନ୍ତୁ ମାତ୍ର ୫ ମିନିଟ୍‌…

ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। -ପ୍ରତିଦିନ ସକାଳେ...

ମହାଶିବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ କାମ, ନଚେତ…

ଆଜି ମହାଶିବରାତ୍ରୀ। ଏହି ପର୍ବକୁ ନେଇ ଉତ୍ସବମୁଖର ହୋଇ ଉଠିଛି ପୂରପଲ୍ଲୀ। କଟକଣା ସତ୍ତ୍ୱେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ପରିଲିକ୍ଷିତ ହେଉଛି। ଏହି ଦିନରେ...

ଏହି ପାଣିକୁ ସକାଳେ ପିଇଲେ କିଡ୍‌ନୀ ଷ୍ଟୋନ୍‌ରୁ ମିଳିବ ମୁକ୍ତି

ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ...

ଚିନ୍ତାଧାରାକୁ ପ୍ରଭାବିତ କରେ ଗଞ୍ଜେଇ

କେମ୍ବ୍ରିଜ୍‌, ୧୮ା୪: ମନୁଷ୍ୟ ସମାଜରେ ଗଞ୍ଜେଇ ବ୍ୟବହାର ହଜାର ହଜାର ବର୍ଷ ପୁରୁଣା। ଅନେକେ ଏହାର ସେବନ ଦ୍ୱାରା ଆନନ୍ଦ ଏବଂ ଉତ୍ସାହିତ ଅନୁଭବ କରୁଥିବାବେଳେ...

ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…

ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ...

Advertisement
Archives

Model This Week