ସୋସିଆଲ ମିଡିଆରେ ଆପଣଙ୍କ ସାଥୀ ଏହି ୫ କାମ କରୁଥିଲେ ହୋଇଯାଆନ୍ତୁ ସତର୍କ, ଘଟିପାରେ ଏଭଳି କିଛି..

ମହାମାରୀ କରୋନା ଯୋଗୁ ଲୋକମାନେ ଅଧିକରୁ ଅଧିକ ସମୟ ଘରେ ଅତିବାହିତ କରୁଛନ୍ତି। ଏପରି ପରିସ୍ଥିତିରେ ସମୟ ବିତାଇବା ପାଇଁ ଇଣ୍ଟରନେଟ୍‌ ବରଦାନ ପାଲଟିଛି। ତେବେ, ସୋସିଆଲ ମିଡିଆର କିଛି ଭୁଲ ଅଭ୍ୟାସ ହେତୁ, ସମ୍ପର୍କ ମଧ୍ୟରେ ମତଭେଦ ଉପୁଜିପାରେ। ଆପଣଙ୍କ ସାଥୀଙ୍କର ଏହି ୫ ଟି ସୋସିଆଲ ମିଡିଆ ଅଭ୍ୟାସ ଥିବା ଯଦି ଆପଣ ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ। ଯେପରିକି

ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା:

ଆଜିକାଲି ମଣିଷ ଡିଜିଟାଲ ସମାଜର ଏକ ଅଂଶ ହୋଇଥିବା ହେତୁ ସୋସିଆଲ ମିଡିଆରେ ସମୟ ବିତାଇବା ସମ୍ପୂର୍ଣ୍ଣ ସ୍ବାଭାବିକ। ହେଲେ ଅଧିକାଂଶ ଲୋକ ନିଜ ଫଲୋଅର୍ସ(ଅନୁଗାମୀ) ଏବଂ ଅନଲାଇନ୍‌ ସାଙ୍ଗମାନଙ୍କୁ ନିଜ ବିଷୟରେ ଅପଡେଟ ଦେବାକୁ ଚାହାଁନ୍ତି। ଏଣୁ ଯଦି ଆପରଙ୍କର ସାଥୀ ସୋସିଆଲ ମିଡିଆରେ ଆବଶ୍ୟକତାଠାରୁ ଅଧିକ ସକ୍ରିୟ, ତେବେ ତୁମେ ସତର୍କ ହେବା ଆବଶ୍ୟକତା ରହିଛି। ଯଦି ଆପଣ ଟିକେ ଅଜବ ଅନୁଭବ କରୁଛନ୍ତି ତେବେ ଏହି ବିଷୟରେ ଆପଣଙ୍କ ସାଥୀ ସହିତ କଥା ହୁଅନ୍ତୁ।

ଉଭୟଙ୍କ ସମ୍ପର୍କ ବିଷୟରେ ଅନେକ ପୋଷ୍ଟ ସେୟାର କରିବା:

ବେଳେବେଳେ ପ୍ରେମ ଦେଖାଇବା ପାଇଁ ସୋସିଆଲ ମିଡିଆରେ ସାଥୀଙ୍କ ବିଷୟରେ ପୋଷ୍ଟ ଶେୟାର କରିବା ସାଧାରଣ କଥା। କିନ୍ତୁ ସୋସିଆଲ ମିଡିଆରେ ଆବଶ୍ୟକତାଠାରୁ ଅଧିକ ଉଭୟଙ୍କ ବିଷୟରେ ଶେୟାର କରିବା ଭୁଲ। ଯଦି ଆପଣଙ୍କର ସାଥୀ ପ୍ରକୃତରେ ତୁମର ଯତ୍ନ ନିଏ, ତେବେ ସେ ନିଶ୍ଚିତ ଭାବରେ ଆପଣଙ୍କ ବ୍ୟକ୍ତିଗତ ଜୀବନର ଯତ୍ନ ନେବ।

ସର୍ଚ୍ଚ ବିଭାଗରେ ଅନ୍ୟ ଲୋକଙ୍କ ସଂଖ୍ୟା ଅଧିକ ରହିବା:

ଯଦି ଆପଣ ସାଥୀଙ୍କ ଉପରେ କୌଣସି ପ୍ରକାରର ସନ୍ଦେହ ରଖୁଛନ୍ତି ଏବଂ ଆପଣ ତାଙ୍କ ଅନ୍‌ଲାଇନ୍‌ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ସର୍ଚ୍ଚ ଇଞ୍ଜିନ ଏବଂ ବଟନ୍‌ଗୁଡ଼ିକ ତୁମକୁ ବହୁତ ସାହାଯ୍ୟ କରିପାରିବ। ଯଦି ତୁମର ସାଥୀ ତୁମକୁ ପ୍ରତାରଣା କରୁଛନ୍ତି, ତା’ହେଲେ ତାଙ୍କର ସର୍ଚ୍ଚ ଅପ୍‌ଶନ୍‌ ଅନ୍ୟ ଲୋକଙ୍କ ସଂଖ୍ୟା ଅଧିକ ରହିଥିବ। ସେମାନଙ୍କ ମଧ୍ୟରେ ଏପରି କିଛି ଲୋକ ମଧ୍ୟ ଥାଇପାରନ୍ତି ଯାହାକୁ ଆପଣଙ୍କ ସାଥୀ ପସନ୍ଦ କରନ୍ତି।

ଲୁଚିଛପି ନିଜ ପୁରୁଣା ପ୍ରେମିକ/ପ୍ରେମିକାଙ୍କ ବିଷୟରେ ଖୋଜିବା:

ଯଦି ଆପଣଙ୍କର ସାଥୀଙ୍କର ପୂର୍ବ ସମ୍ପର୍କଙ୍କ ବିଷୟରେ ଜାଣିବାର ଅଭ୍ୟାସ ରହିଛି ତେବେ ସେ ଅନଲାଇନରେ ତାଙ୍କୁ ଖୋଜିପାରନ୍ତି। ଏହାର ଅର୍ଥ ସେ ସେ ଅତୀତରୁ ସମ୍ପୂର୍ଣ୍ଣରୂପେ ବାହାରି ପାରି ନାହାଁନ୍ତି। ନଚେତ ସେ ଆଉ ଆପଣଙ୍କ ପ୍ରତି ପସନ୍ଦ କରୁନାହାନ୍ତି। ଏହି ପରିସ୍ଥିତିଦ୍ୱୟ ଆପଣଙ୍କ ପାଇଁ ଖରାପ ।

ନିଜର ପୂର୍ବ ପ୍ରେମିକା/ପ୍ରେମିକଙ୍କୁ କଷ୍ଟ ଦେବା ଲାଗି ଫଟୋ ପୋଷ୍ଟ କରିବା:

ଯଦି ଏପରି ଲାଗେ ଯେ, ଆପଣଙ୍କ ସାଥୀ ନିଜର ପୁରୁଣା ପ୍ରେମିକ/ପ୍ରେମିକାଙ୍କୁ ଖରାପ ଲାଗିବା ଲାଗି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ତେବେ ଆପଣ ତାଙ୍କ ସହ କଥା ହୁଅନ୍ତୁ। କଥା ବିଗିଡ଼ିବା ପୂର୍ବରୁ ସାଥୀଙ୍କୁ ଏଭଳି କରିବାରୁ ନିବୃତ ରହିବାକୁ କୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri