୫ମାସ ବିତିଲା, ହେଲାନି ସ୍ବତନ୍ତ୍ର ବୈଠକ

ନୟାଗଡ଼,୭ା୧୨(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ମହକୁମାର ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ କରାଗଲାନି ସ୍ବତନ୍ତ୍ର ବୈଠକ। ଏକାଦଶୀରେ ଅନୁଷ୍ଠିତ ସୁନାବେଶରେ ଶ୍ରୀଜୀଉ ରୁପା ଅଳଙ୍କାରରେ ସଜ୍ଜିତ ହେଉଥିବାରୁ ୨୦୨୩ ବାହୁଡ଼ା ଯାତ୍ରା ପରେ ସ୍ବତନ୍ତ୍ର ବୈଠକ କରାଯିବାକୁ ୫ମାସ ତଳେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଥିଲା । ଜୁନ୍‌ ଯାଇ ଡିସେମ୍ବର ହେଲାଣି, ଇତି ମଧ୍ୟରେ ପ୍ରାୟ ୫ମାସ ବିତିଛି । ହେଲେ ପ୍ରଶାସନର ସ୍ବତନ୍ତ୍ର ବୈଠକ କରିବା ନେଇ ମନେ ପଡୁ ନ ଥିବାରୁ ଅନୁରୂପ ଭାବେ ପୁଣି ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ପ୍ରତିବର୍ଷ ସୁନାବେଶରେ ନୟାଗଡ଼ର ଶ୍ରୀଜୀଉ ରୁପା ଅଳଙ୍କାର ପିନ୍ଧୁଛନ୍ତି ା ସୁନାବେଶରେ ରୁପା ଅଳଙ୍କାର ପିନ୍ଧି ଦର୍ଶନ ଦେବାକୁ ନେଇ ଭକ୍ତ ମହଲରେ ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ ପାଇ ଆସୁଛି । ରାଜରାଜୁଡା ସମୟର ଶ୍ରୀଜୀଉଙ୍କ ସୁନା ଅଳଙ୍କାର ଥିଲା। ପ୍ରାୟ ୩୩ ବର୍ଷ ତଳେ ତାହା କୁଆଡ଼େ ଗାଏବ ହୋଇଯାଇଥିଲା। ରାଜରାଜୁଡା ସମୟର ସୁନା ଅଳଙ୍କାରକୁ କେହି ଚତୁରତାର ସହ ଅଦଳବଦଳ କରି ସେହି ସ୍ଥାନରେ ସୁନା କଲେଇ ଅଳଙ୍କାର(ରୁପା ଅଳଙ୍କାରରେ ସୁନାର ପ୍ରଲେପ) ରଖି ହଡପ କରିଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଏହି ଘଟଣାର ଆଜି ପର୍ଯ୍ୟନ୍ତ ପର୍ଦ୍ଦାଫାସ ହୋଇ ପାରିନାହିଁ । ପରବର୍ତ୍ତୀ ସମୟରେ ସୁନାର ପ୍ରଲେପ ଛାଡିଯିବା ପରେ ପୁଣି ସୁନାର ପ୍ରଲେପ ଦିଆଯାଇଥିଲା । ତେବେ ସାଢ଼େ ୪ ବର୍ଷ ହେଲା ଶ୍ରୀଜୀଉଙ୍କ ଅଳଙ୍କାରରେ ଆଉ ପ୍ରଲେପ ଦିଆଯାଉ ନ ଥିବାରୁ ପ୍ରଭୁ ସେହି ସୁନା ରଙ୍ଗଛଡ଼ା ଅଳଙ୍କାର ପିନ୍ଧୁଛନ୍ତି । ଏ ନେଇ ପ୍ରାୟ ୨ବର୍ଷ ତଳେ ଆଲୋଚନା ହୋଇଥିଲା । କଟକର କାରିଗର ୫ ଲକ୍ଷ ଟଙ୍କା ନେଇ ରୁପା ଉପରେ ସୁନା କଲେଇ କରିବାକୁ ରାଜି ହୋଇଥିଲେ । ହେଲେ ପ୍ରଶାସନର ନିଷ୍ପତ୍ତି ଶୀତଳଭଣ୍ଡାରରେ ରହିଗଲା । ସୁନାବେଶରେ ଶ୍ରୀଜୀଉ ସ୍ବର୍ଣ୍ଣ ଅଳଙ୍କାର ପିନ୍ଧୁ ନ ଥିବାରୁ ବାହୁଡା ପରେ ସ୍ବତନ୍ତ୍ର ବୈଠକ କରାଯିବାକୁ ଗତ ଜୁନ୍‌ ୧ରେ ରଥଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଥିଲା । ପୁଣି ମନ୍ଦିର ରୀତିନୀତି ଠିକ୍‌ରେ କରିବା ଓ ମନ୍ଦିରକୁୁ ସହାୟତା ଦେବା ଉଦ୍ଦେଶ୍ୟରେ ସମ୍ପୃକ୍ତ ବୈଠକରେ ଆଲୋଚନା କରାଯିବ ବୋଲି ଜିଲାପାଳ ଓ ଉପଜିଲାପାଳ ସହମତି ପ୍ରକାଶ କରିଥିଲେ।
ଏନେଇ ନୟାଗଡ଼ର ଜଣେ ଭକ୍ତ ଭବାନୀ ଶଙ୍କର ଦାଶ କୁହନ୍ତି, ୧୯୯୦ ପୂର୍ବରୁ ରାଜରାଜୁଡା ସମୟର ଅଳଙ୍କାରକୁ ଗାଏବ କରି ତା’ସ୍ଥାନରେ ଏକା ପ୍ରକାରର ପ୍ରଲେପ ଦିଆ ଅଳଙ୍କାର ରଖାଯାଇଥିଲା। ହେଲେ ଏନେଇ କେହି ଜାଣି ପାରିଲେ ନାହିଁ । ନୟାଗଡ଼ ଦେବୋତ୍ତର ମ୍ୟାନେଜର ଜଗନ୍ନାଥ ସାହୁ ଥିବାବେଳେ ଓଡ଼ଗଁା ରଘୁନାଥଙ୍କ ସୁନାଖଡିକା ଦେଖିବାକୁ ମିଳି ନ ଥିଲା । ତତ୍କାଳୀନ ଉପଜିଲାପାଳ ପୁରୁଷୋତ୍ତମ ପାତ୍ର ସୁନାଖଡିକା କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ। ସୁନା ଖଡିକା ସଫେଇ କରିବାକୁ ଦିଆଯାଇଥିବା ମ୍ୟାନେଜର ସଫେଇ ଦେଇଥିଲେ । ତେବେ ତୁରନ୍ତ ସକାଳ ପାଇଲା ବେଳକୁ ରଘୁନାଥଙ୍କ ପାଖରେ ସୁନାଖଡିକା ଯେପରି ଦେଖିବେ ସେନେଇ ନିର୍ଦ୍ଦେଶ ଦେଇଥିଲେ ଉପଜିଲାପାଳ। ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଦେବୋତ୍ତର ମ୍ୟାନେଜର ଜଗନ୍ନାଥ ସାହୁଙ୍କୁ ତତ୍କାଳୀନ ଉପଜିଲାପାଳ ନିଲମ୍ବିତ କରିଥିଲେ । ସେହି ସମୟରେ ନୟାଗଡ଼ ଜଗନ୍ନାଥ ମହାପ୍ରଭୁଙ୍କ ସୁନା ଅଳଙ୍କାରରୁ ପ୍ରଲେପ ଛାଡିଥିବା ଦେଖିବାକୁ ମିଳିଥିଲା । ପରେ ଠାକୁରଙ୍କ ସମସ୍ତ ଅଳଙ୍କାର ରୁପା ବୋଲିି ଜଣାପଡିଥିଲା । ତେବେ ଗୋଟେ କଥା ସ୍ପଷ୍ଟ ହୋଇଥିଲା ଯେ ଠାକୁରଙ୍କ ରାଜରାଜୁଡା ସମୟର ଅଳଙ୍କାରକୁ ଅତି ଚତୁରତାର ସହ ଗାଏବ କରାଯାଇଥିଲା, ଯାହାକି ଅଦ୍ୟାବଧି ରହସ୍ୟାବୃତ୍ତ ହୋଇରହିଛି । ଏଭଳିସ୍ଥଳେ ପ୍ରଶାସନର ନିଷ୍ପତ୍ତି ଅନୁସାରେ ସ୍ବତନ୍ତ୍ର ବୈଠକ କରାଯାଇ ଶ୍ରଜୀଉଙ୍କ ସୁନା ପ୍ରଲେପ ଓ ମନ୍ଦିରର ଅସୁବିଧାକୁ ତୁରନ୍ତ ଦୂର କରିବା ଦରକାର । ଭକ୍ତ ପ୍ରମୋଦ ପଟ୍ଟନାୟକ କୁହନ୍ତି, ନୟାଗଡ଼ର ଶ୍ରୀଜୀଉଙ୍କ ରୁପା ଅଳଙ୍କାର ଉପରେ ସୁନାର ପ୍ରଲେପ ଦିଆଯାଇଥିବା ଆମେ ଜାଣିବାକୁ ପାଇଛୁ। ସୁନାର ପ୍ରଲେପ ଛାଡିଯିବା ପରେ ସୁନାବେଶରେ ଶ୍ରୀଜୀଉ ରୁପା ଅଳଙ୍କାର ପରିଧାନ କରିବା ଘଟଣା କଷ୍ଟ ଦେଇଛି। ରୁପା ଅଳଙ୍କାର ଉପରେ ସୁନାର କଲେଇ କରିବାକୁ ୫ ବର୍ଷ ତଳେ ୫ରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। ଏ ସଂକ୍ରାନ୍ତରେ ଚଳିତ ବର୍ଷ ବାହୁଡ଼ା ଯାତ୍ରା ଶେଷ ପରେ ସ୍ବତନ୍ତ୍ର ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଜିଲାପାଳ ଓ ଉପଜିଲାପାଳଙ୍କ ଉପସ୍ଥିତିରେ ସୁନା କଲେଇ ସମ୍ପର୍କରେ ଆଲୋଚନା କରାଯାଇ ଏହାର ଆକଳନ ହେବ । ସୁନାର କଲେଇ ପାଇଁ ଭକ୍ତମାନଙ୍କ ସହଯୋଗ ନେଇ ୨୦୨୪ରେ ଠାକୁର ସୁନା ବେଶରେ ଦର୍ଶନ ଦେବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯିବାକୁ ମତ ପ୍ରକାଶ ପାଇଥିଲା। ତେବେ ଏ ଦିଗରେ ପ୍ରଶାସନ ସହ ଆଲୋଚନା କରାଯାଇ ତୁରନ୍ତ ସ୍ବତନ୍ତ୍ର ବୈଠକ ଡକାଯିବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri