Posted inଫୁରସତ

ପଥର ହେଉଯାଉଛି ୫ ମାସର ଶିଶୁ: ୨୦ ଲକ୍ଷ ଶିଶୁଙ୍କ ମଧ୍ୟରେ ଜଣଙ୍କୁ ହୁଏ ଏହି ବିରଳ ରୋଗ

ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ପାଞ୍ଚ ମାସର ଶିଶୁ କନ୍ୟା ଜଟିଳ ରୋଗ ସହ ଲଢୁଛନ୍ତି। ସେ ଚଳିତ ବର୍ଷ ଜାନୁଆରୀ ୩୧ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଶରୀର ଧୀରେ ପଥର ହେବାରେ ଲାଗିଛି। ଏହି ରୋଗ ମାଂସପେଶୀକୁ ହାଡରେ ପରିଣତ କରେ। ଏହି ଝିଅର ନାମ ହେଉଛି ଲେକ୍ସି ରୋବିନ୍ସ। ସେ ଯେକୌଣସି ସାଧାରଣ ପିଲା ପରି ଦେଖାଯାଏ। କିନ୍ତୁ ସେ ତାଙ୍କ ଆଙ୍ଗୁଠି ହଲାଇ ପାରୁନାହାନ୍ତି। ଏହାସହ ତାଙ୍କ ଆଙ୍ଗୁଠି ମଧ୍ୟ ବହୁତ ବଡ। ଜନ୍ମର କିଛି ମାସ ପରେ ତାଙ୍କ ମାତାପିତା ତାଙ୍କୁ ଡାକ୍ତରଙ୍କ ନିକଟକୁ ନେଇଯାଇଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଫାଇବ୍ରୋଡିସପ୍ଲାସିଆ ଓସିଫିକାନ୍ସ ପ୍ରୋଗ୍ରେସିଭା (ଏଫ୍‌ଓପି) ନାମକ ଏକ ରୋଗରେ ପୀଡିତ ଅଛନ୍ତି। ଦୁଇ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
ଏପ୍ରିଲରେ କରାଯାଇଥିବା ତାଙ୍କର ଏକ୍ସ-ରେ ଜଣାପଡିଥିଲା ଯେ ତାଙ୍କ ପାଦରେ ଯାଆଁଳା ଆଙ୍ଗୁଠି ଅଛି। ଏଫ୍‌ଓପି ରୋଗ କଙ୍କାଳ ବାହାରେ ହାଡ ସୃଷ୍ଟି କରେ। ଏହି କାରଣରୁ ରୋଗୀ ଚଳପ୍ରଚଳ କରିବାରେ ଅସମର୍ଥ ହୋଇପଡେ। ଏଫ୍‌ଓପିରେ ପୀଡିତ ରୋଗୀଙ୍କ ପାଇଁ କୌଣସି ଚିକିତ୍ସା ନାହିଁ । ଏହିପରି ଲୋକମାନେ ୨୦ ବର୍ଷ ବୟସ ପର୍ଯ୍ୟନ୍ତ ଶଯ୍ୟାରେ ଶୋଇଥା’ନ୍ତି। ସେମାନଙ୍କର ସର୍ବାଧିକ ୪୦ ବର୍ଷ ବଞ୍ଚିଥାନ୍ତି। ଲେକ୍ସି ହେଉ କିମ୍ବା ଅନ୍ୟ କେହି, ସେମାନେ ସାମାନ୍ୟ ଝଟକା ମଧ୍ୟ ସହି ପାରିବେ ନାହିଁ। ପଡିଗଲେ ସେମାନଙ୍କର ଅବସ୍ଥା ଶୀଘ୍ର ଖରାପ ହୋଇଯାଏ। ଏପରି ରୋଗୀମାନେ ମଧ୍ୟ ସନ୍ତାନ ପ୍ରସବ କରିପାରିବେ ନାହିଁ। ସେମାନେ ଇଞ୍ଜେକ୍ସନ, ଟିକା ଏବଂ ଦାନ୍ତ ଚିକିତ୍ସା ମଧ୍ୟ ପାଇପାରିବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri