Posted inଜାତୀୟ

କର୍ମଚାରୀଙ୍କୁ ୫ ମିନିଟ ଯୋଗ ବ୍ରେକ୍‌…

ନୂଆଦିଲ୍ଲୀ,୪।୯: ଏବେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ୫ ମିନିଟର ଯୋଗ ବ୍ରେକ୍‌ ମିଳିବ। ଏନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ସମସ୍ତ ମନ୍ତ୍ରଣାଳୟକୁ ଓ୍ବାଇ-ବ୍ରେକ୍‌ ଆପ୍‌ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ କିଭଳି ଏହି ଆପ୍‌କୁ ସମସ୍ତ କର୍ମଚାରୀ ଡାଉନଲୋଡ୍‌ କରିପାରିବେ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

ଏହି ଆପ୍‌କୁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି। ଏହି ଆଣ୍ଡ୍ରଏଡ୍‌ ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ୍‌ କରାଯାଇ ପାରିବ। କର୍ମକ୍ଷେତ୍ରରେ ଯୋଗ ବ୍ରେକ୍‌ ଦ୍ୱାରା ଶାରୀରିକ କ୍ଷମତା ବଢ଼ିବା ସହିତ କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି ହୋଇପାରିବ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ସହିତ କାର୍ଯ୍ୟ ଯୋଗୁ ସୃଷ୍ଟି ହେଉଥିବା ମାନସିକ ଚାପ ଓ ବିସାଦ ଦୂର ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ମୋଦି ମାସ୍କର ଚାହିଦା

ଭୋପାଳ,୧୬।୬: କରୋନା ମହାମାରୀକୁ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ପୂର୍ବରୁ ମେଡିସିନ ଷ୍ଟୋରରେ ଏହି ମାସ୍କ ଉପଲବ୍ଧ ହେଉଥିବା ବେଳେ ଏବେ...

ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ଫେରିଲେ ୫୩ ଭାରତୀୟ

ନୂଆଦିଲ୍ଲୀ,୧୭।୩(ପି.ଟି.): ସର୍ବାଧିକ କରୋନା ପ୍ରଭାବିତ ମଧ୍ୟପ୍ରାଚ୍ୟ ଦେଶ ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆଉ ୫୩ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ମହାନ୍‌ ଏୟାର ବିମାନରେ ଆସିଥିବା...

କରୋନା ସଂକ୍ରମଣରୁୁ ନିଜ ଶିଶୁକୁ ବଞ୍ଚାଇବାକୁ ଯଶୋଦା ପାଲଟିଲେ ୨ମା’

ଗାଙ୍ଗଟକ୍‌,୧୫।୬: ଭଗବାନ କୃଷ୍ଣଙ୍କୁ ମା’ ଦେବକୀ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କୁ ମାତୃତ୍ୱର ସ୍ନେହ ଯଶୋଦାଙ୍କଠାରୁ ମିଳିଥିଲା। ତେବେ ବିଶ୍ୱ ମହାମାରୀରେ କିଛି ଏଭଳି କାହାଣୀ...

ଥରୁର ମାନୁ ନାହାନ୍ତି ଦଳୀୟ ନିୟମ!

କନ୍ନୁର,୨୭ ।୧୨: କେରଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସୁଧାକରନ କହିଛନ୍ତି କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କୁ ପାର୍ଟିର ନିୟମ ଭାଙ୍ଗିବାର କୌଣସି ଅଧିକାର ନାହିଁ...

ରାଗିଲେ ମାୟାବତୀ: ସମାଜବାଦୀ ପାର୍ଟିକୁ ହରାଇବାକୁ ଭାଜପାକୁ ଦେବେ ଭୋଟ

ଲକ୍ଷ୍ନୌ,୨୯ ।୧୦: ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଗୁରୁବାର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ଦଳ ଲୋକ ସଭା...

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି ଯୋଗୀ

ଲକ୍ଷ୍ନୋ,୨୬।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳ ରବିବାର ସନ୍ଧ୍ୟାରେ ସମ୍ପ୍ରସାରଣ ହେବ। ଏନେଇ ରାଜ୍ୟପାଳ ଆନନ୍ଦିବେନ ପଟେଲ ଲକ୍ଷୋ୍ନରେ ପହଞ୍ଚି ସାରିଛନ୍ତି। ପ୍ରାୟ ୭ରୁ ୮...

ଭୋଟରଙ୍କ ଚୌକା-ଛକାରେ ଶତକ ପୂରଣ କଲା ଭାଜପା: ମୋଦି

କୋଲକାତା,୧୨।୪: ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଚଳିତ ବିଧାନସଭା ନିର୍ବାଚନରେ ପରାଜିତ ହେବ। ରାଜ୍ୟର ଭୋଟରଙ୍କ ଚୌକା...

ନବଜାତକଙ୍କୁ ସଂକ୍ରମଣରୁ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି କଲର କୋଡ ବେଡସିଟ୍‌

ନାସିକ,୧୯।୮: ମହାରାଷ୍ଟ୍ର ନାସିକର ସିଭିଲ ହସ୍ପିଟାଲରେ ନବଜନ୍ମିତ ଶିଶୁଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ସ୍ପେଶାଲ ନିଉ ବର୍ଣ୍ଣ କେୟାର ୟୁନିଟ(ଏସ୍‌ଏନ୍‌ସିୟୁ)ରେ ସପ୍ତାହରେ ଭିନ୍ନ ଭିନ୍ନ...

Advertisement
Archives

Model This Week