ଶରୀରର ଏହି ୫ ସ୍ଥାନରେ କଳାଜାଇ ଅଛି କି? ଜାଣନ୍ତୁ କ’ଣ ତାର ଅର୍ଥ, କିଭଳି ହେବ ଭବିଷ୍ୟତ

ଜ୍ୟୋତିଷଶାସ୍ତ୍ରରେ ଶରୀରରେ ଥିବା କଳାଜାଇର ବିଶେଷ ମହତ୍ୱ ରହିଛି। ଏହାକୁ ଦେଖି କୌଣସି ମନୁଷ୍ୟର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରାଯାଇପାରେ। ଶରୀରରେ ଥିବା କଳାଜାଇ ଶୁଭ ଓ ଅଶୁଭ ପରିଣାମ ଦେଇଥାଏ। ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ରହିବା ଶୁଭ ଆଉ କେଉଁଠି ରହିବା ଅଶୁଭ।

-କାନରେ କଳାଜାଇ: ଯଦି କୌଣସି ବ୍ୟକ୍ତିର କାନରେ କଳାଜାଇ ଥାଏ ତେବେ ଏହା ଶୁଭ। ଏଭଳି ଲୋକ ଜୀବନରେ ଭୌତିକ ସୁଖ ଭୋଗ କରିଥାନ୍ତି। ତାଙ୍କୁ ଜୀବନରେ ପ୍ରତିଟି ବଡ଼ ଖୁସି ମିଳିଥାଏ।

-କାନ୍ଧରେ କଳାଜାଇ: ଯେଉଁ ବ୍ୟକ୍ତିଙ୍କ କାନ୍ଧରେ କଳାଜାଇ ଥାଏ, ସେ ଦୃଢ଼ ସଙ୍କଳ୍ପ ନେଉଥିବା ଲୋକ ହୋଇଥାନ୍ତି। ଏହି ଲୋକ ଯେକୌଣସି କାମକୁ ପୂରଣ କରିବାର ଜିଦ୍‌ ଧରିନେଲେ ତାକୁ ପୂରଣ କରନ୍ତି। ଏମାନେ ଆଗକୁ ଯାଇ ବଡ଼ ସଫଳତା ହାସଲ କରନ୍ତି।

-ଅଣ୍ଟାର ବାମପାର୍ଶ୍ୱରେ କଳାଜାଇ: ଯେଉଁ ଲୋକଙ୍କ ଅଣ୍ଟାର ବାମପାର୍ଶ୍ୱରେ କଳାଜାଇ ଥାଏ, ସେ ବହୁତ ଖର୍ଚ୍ଚି ହୋଇଥାନ୍ତି। ହେଲେ ସେମାନଙ୍କ ଜୀବନରେ କେବେହେଲେ ଟଙ୍କାପଇସାର ଅଭାବ ରହି ନ ଥାଏ। ତାଙ୍କ ପାଖରେ ଆୟର ପର୍ଯ୍ୟାପ୍ତ ଉତ୍ସ ଥାଏ।

-ଡାହାଣ ଗାଲରେ କଳାଜାଇ: ଯେଉଁ ଲୋକଙ୍କ ଡାହାଣ ଗାଲରେ କଳାଜାଇ ଥାଏ ତାଙ୍କର ଦାମ୍ପତ୍ୟ ଜୀବନ ସର୍ବଦା ସୁଖଦାୟକ ଥାଏ। ପାର୍ଟନରଙ୍କ ସହ ତାଙ୍କର ସମ୍ପର୍କ ଭଲ ଥାଏ। ଏପରିକି ଏହି ବ୍ୟକ୍ତିମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି।

-ଓଠରେ କଳାଜାଇ: ଯେଉଁ ଲୋକଙ୍କ ଓଠରେ କଳାଜାଇ ଥାଏ ସେ ସର୍ବଦା କିଛି ନା କିଛି ଚିନ୍ତାରେ ଫସି ରହିଥାନ୍ତି। ଏମାନେ କଥା କଥାରେ ଭାଗ୍ୟକୁ ନିନ୍ଦିଥାନ୍ତି। ଏମାନେ ଜୀବନରେ ବେଶ କମ୍‌ ଥର ନିଜର ଉପଲବ୍ଧିରେ ସନ୍ତୁଷ୍ଟ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକାରାତ୍ମକ ଚିନ୍ତାଧାରା ପାଇଁ ଅବସାଦ ଦାୟୀ

ମନରେ ଅନେକ ସମୟରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ। ଏଥିପାଇଁ ପାରିପାର୍ଶ୍ୱିକ ପରିବେଶ ଏବଂ ନିଜର ଦୁର୍ବଳ ମାନସିକତା ଅନେକାଂଶରେ ଦାୟୀ। ଯଦି ଜଣେ ବ୍ୟକ୍ତି ଅଧିକାଂଶ...

ଜୀବନରେ ଖରାପ ସମୟ ଦେଇ ଗତି କରୁଛନ୍ତି କି? ଆପଣାନ୍ତୁ ଚାଣକ୍ୟ କହିଥିବା ଏହି ୫ ଉପାୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ...

ଫ୍ୟାଶନ ଟିପ୍‌ସ

ଋତୁ ଅନୁସାରେ ସବୁବେଳେ ଫ୍ୟାଶନ ଟ୍ରେଣ୍ଡ ବି ବଦଳିଥାଏ। ଏବେ ଖରାଦିନ ଆସିଯାଇଥିବାରୁ ଫ୍ୟାଶନ ଟ୍ରେଣ୍ଡରେ ଅପଡେଟ୍‌ ରହିବାପାଇଁ ଜାଣି ରଖନ୍ତୁ କିଛି ଟିପ୍ସ.. ସମର...

ଶୀତଦିନେ ଗୁଡ ଖାଇଲେ ମିଳେ ଏସବୁ ଫାଇଦା

ଶୀତ ଆରମ୍ଭ ହେଲେ ଖାଦ୍ୟରେ ଗୁଡ଼ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଏହା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ସାଧାରଣତଃ ଶୀତ ଦିନ...

ଗରମ ଚା’ ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ

ଏକ ଗବେଷଣାରୁ ଜଣାପଡ଼ିଛି, ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନସର୍‌ ଆଶଙ୍କା ଦେଖାଦେଇଥାଏ। ଗବେଷଣା ମୁତାବକ, ଯେଉଁ ଲୋକମାନେ ଦୈନନ୍ଦିନ ୭୫ ଡିଗ୍ରୀ ସେଲ୍‌ସିୟସ୍‌...

ରେନ୍‌ବୋ ଇୟରରିଂ

ଡ୍ରେସ ସାଙ୍ଗକୁ ମ୍ୟାଚିଂ ଇୟରରିଂ ପିନ୍ଧିଲେ ଅଧିକ ସୁନ୍ଦର ଦେଖାଯାଏ। ଏବେ ଲାଟେଷ୍ଟ ଡିଜାଇନ୍‌ରେ ରେନ୍‌ବୋ ଇୟରରିଂ ପିନ୍ଧି ଫ୍ୟାଶନ୍‌ ଟ୍ରେଣ୍ଡରେ ସାମିଲ ହେଉଛନ୍ତି ମହିଳା…...

ସ୍ମାର୍ଟ କିଚେନ୍‌

ଆଜିକାଲି ସମସ୍ତେ ମଡ୍ୟୁଲାର କିଚେନ୍‌ ପସନ୍ଦ କରୁଛନ୍ତି। କିଚେନ୍‌ ମଡ୍ୟୁଲାର ହେବା ସହ ଏହାର ଯତ୍ନନେବା ମଧ୍ୟ ଜରୁରୀ। ଏହାର ସଫାସୁତରା ପ୍ରତି ମଧ୍ୟ ଧ୍ୟାନ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି…

ଶରୀର ପାଇଁ ଉଷୁମ ପାଣି ଚିକିତ୍ସା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକିୟା ସ୍ବାଭାବିକ ହେବା ସହିତ ହାର୍ଟଆଟାକ୍‌ ଆଶଙ୍କା ଦୂର...

Advertisement
Archives

Model This Week