ଆଜୀବନ କାରାଦଣ୍ଡ ଭୋଗୁଥିବା ୫ କଏଦୀ ମୁକ୍ତ

ଭଦ୍ରକ ଅଫିସ,୯।୮: ରାଜ୍ୟ ଆଇନ ବିଭାଗର ବିଜ୍ଞପ୍ତି ତଥା ରାଜ୍ୟ ଜେଲ୍‌ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ଉପକାରାଗାରରୁ ବୁଧବାର ରାତିରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୫ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା କଏଦମାନେ ହେଲେ ଚାନ୍ଦବାଲି ଥାନା ଅନ୍ତର୍ଗତ କଟିଆ ଓରଫ ବିଶ୍ବଜୟ ପଣ୍ଡା(୬୪), ପିଣ୍ଟୁ ଓରଫ ଚନ୍ଦ୍ର ଶେଖର ପଣ୍ଡା(୫୪), ପଞ୍ଚାନନ ବଳ(୭୨), ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ବାଉଦପୁର ଗ୍ରାମର ସନାତନ ଜେନା(୪୬) ଓ ଭଣ୍ଡାରିପୋଖରୀ ଥାନା ସରସଦା ଗ୍ରାମର କରୁଣାକର ଅରଖ(୫୦)। ଏମାନେ ସମସ୍ତେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲେ। ଭଦ୍ରକ ଅତିରିକ୍ତ ଜିଲା ଜଜଙ୍କ ଆଦେଶକୁ ସେମାନେ ଚ୍ୟାଲେଞ୍ଜ କରି ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା। ଏହାପରେ ସେମାନେ ଜେଲ୍‌ ଦଣ୍ଡ ଭୋଗୁଥିଲେ। ସୂଚନାଯୋଗ୍ୟ, ଚଶାଖଣ୍ଡ ଗ୍ରାମର ଏକ ରାଜନୈତିକ ଗଣ୍ଡଗୋଳରେ ୧୯୮୮ରେ ସଦେଇ ଦାସ ନାମକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ କଟିଆ, ପିଣ୍ଟୁ, ପଞ୍ଚାନନ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେହିପରି ୨୦୦୦ରେ ଭଦ୍ରକ ସହରାଞ୍ଚଳ ଅଧିନସ୍ତ ଜଗନ୍ନାଥପୁର ମାଧିଆ ଡାକୁଆଙ୍କୁ ସନାତନ ଓ ତାଙ୍କର ସହଯୋଗୀ କରୁଣାକର ଅରଖ ତାଙ୍କର ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ରାଜ୍ୟ ସରକାରଙ୍କର ଏକ ଉଚ୍ଚସ୍ତରୀୟ କମିଟି ଆଜୀବନ ଜେଲ୍‌ ଭୋଗୁଥିବା କଏଦୀମାନଙ୍କ ବ୍ୟବହାରିକ ପରିବର୍ତ୍ତନକୁ ଉପଲବ୍ଧି କରି ସେମାନଙ୍କ ଦଣ୍ଡ କୋହଳ କରିବାକୁ ନିଷ୍ପତ୍ତି ନେଇଥାନ୍ତି। ଯାହାଦ୍ୱାରା ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ପୁଣି ଥରେ ସାମିଲ କରାଯାଇପାରିବ। ତେବେ ମଙ୍ଗଳବାର ଜେଲ୍‌ ଆଇଜିଙ୍କ ନିର୍ଦ୍ଦେଶ ମୁତାବକ ବୁଧବାର ସେମାନଙ୍କୁ ମୁକ୍ତ କରିଥିବା ଜେଲ ଅଧିକ୍ଷକ କୁଅଁର ମାରାଣ୍ଡି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri