ବୈଜ୍ଞାନିକଙ୍କଠାରୁ ୫ ଲକ୍ଷ ଠକେଇ

ଭୁବନେଶ୍ୱର,୨ା୯(ବ୍ୟୁରୋ) : ଋଣ କରାଇ ଦେବା ନାଁରେ ଲୋକଙ୍କଠାରୁ ଲୁଟୁଛନ୍ତି ଘରୋଇ ବ୍ୟାଙ୍କ୍‌ କର୍ମଚାରୀ। ସେମାନେ ଜଣେ ବୈଜ୍ଞାନିକଙ୍କଠାରୁ ମଧ୍ୟ ୫ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ଏୟାରପୋର୍ଟରେ ଥିବା ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଅଶୋକ କୁମାର ମଲ୍ଲିକ। ସେ ଏନେଇ ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ଖୋଳତାଡ଼ ଆରମ୍ଭ କରିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବା ସହ ସମସ୍ତ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ଅଶୋକ ଏୟାରଫିଲ୍ଡ ଥାନା ଭିମଟାଙ୍ଗୀ ଅଞ୍ଚଳରେ ପରିବାର ସହ ରୁହନ୍ତି। ୨୦୧୬ରେ ତାଙ୍କ ସ୍ତ୍ରୀ ପଡୋଶୀ ମହିଳାଙ୍କ ସହିତ ମିଶିି ଏସ୍‌ଏଚ୍‌ଜି ଗ୍ରୁପ୍‌ କରିଥିଲେ। ଏହି ଗ୍ରୁପ୍‌ ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ୨୪ ପ୍ରତିଶତ ସୁଧରେ ୪ ଲକ୍ଷ ୧୯ ହଜାର ୫୭୩ ଟଙ୍କା ଲୋନ୍‌ ନେଇଥିଲେ। ଏହି ଲୋନ୍‌ ଟଙ୍କା ଅଶୋକଙ୍କ ଦରମା ଆକାଉଣ୍ଟରୁ କଟୁଥିଲା। ୨୦୧୮ରେ ଶହୀଦନଗର ଥିବା ଏକ ଘରୋଇ ବ୍ୟାଙ୍କ୍‌ର ଜଣେ କର୍ମଚାରୀ ଅଶୋକଙ୍କୁ ଭେଟି କମ୍‌ ସୁଧରେ ଲୋନ୍‌ କରାଇ ଦେବାକୁ କହିଥିଲେ। ଏପରି କି ତାଙ୍କ ବ୍ୟାଙ୍କ୍‌ରୁ ଅଢେଇ ଲକ୍ଷ ଟଙ୍କା ଲୋନ୍‌ ଉଠାଇ ପୂର୍ବ ଫାଇନାନ୍ସ ସଂସ୍ଥାକୁ ଶୁଝି ଦେବାକୁ କହିଥିଲେ। ଅଶୋକ ତାଙ୍କୁ ବିଶ୍ୱାସ କରି ନିଜର ଇଲେକ୍ଟ୍ରି ବିଲ, ଆଧାରକାର୍ଡ ସହ ସମସ୍ତ ଦସ୍ତଖତ ଦେଇଥିଲେ। ସମସ୍ତ କାଗଜପତ୍ର ନେବାପରେ ଉକ୍ତ ବ୍ୟକ୍ତିଜଣକ ଅଢେଇ ଲକ୍ଷ ଟଙ୍କାର ଏକ ଚେକ୍‌ ସଙ୍ଗେ ସଙ୍ଗେ ଧରାଇଥିଲେ। ଅଶୋକ ଲୋନ୍‌ ନେଇଥିବା ଅଢେଇ ଲକ୍ଷ ପାଇଁ ମାସକୁ ଇଏମ୍‌ଆଇ ୬ହଜାର ୬ଶହ ଟଙ୍କା ଦେବାକୁ ପଡୁଥିଲା। ୨୦୧୯ରେ ଉକ୍ତ ଘରୋଇ ବ୍ୟାଙ୍କ୍‌ର କୋଲକାତା ମୁଖ୍ୟ ଶାଖାରୁ ଅଶୋକଙ୍କୁ ଫୋନ୍‌ କଲ୍‌ ଆସିଥିଲା। ତାଙ୍କର ମାସିକ ଇଏମ୍‌ଆଇ ୧୭ ହଜାର ୫୫୦ ଟଙ୍କା ହୋଇଥିବାବେଳେ ୬ହଜାର ୬ଶହ ଟଙ୍କା ଜମା କରୁଥିବାରୁ ଲୋନ୍‌ ଡିଫଲ୍ଟ ହୋଇଥିବା କହିଥିଲେ। ଏହାଶୁଣି ଅଶୋକ ଶହୀଦନଗରସ୍ଥିତ ଉକ୍ତ ଘରୋଇ ବ୍ୟାଙ୍କ୍‌କୁ ଯାଇ ଯାଞ୍ଚ କରିବା ପରେ ତାଙ୍କ ନାମରେ ୮ଲକ୍ଷ ଟଙ୍କା ଲୋନ୍‌ ହୋଇଥିବା ଜାଣିବାକୁ ପାଇଲେ। ଉକ୍ତ ବ୍ୟାଙ୍କ୍‌ କର୍ମଚାରୀଜଣକ ଅଶୋକଙ୍କ ଅଜାଣତରେ ତାଙ୍କ ନାମରେ ୮ଲକ୍ଷ ଟଙ୍କା ଲୋନ୍‌ କରି ତାଙ୍କୁ ଅଢେଇ ଲକ୍ଷ ଟଙ୍କା ଦେଇ ବାକି ୫ ଲକ୍ଷରୁ ଅଧିକ ଟଙ୍କା ନିଜେ ହଡ଼ପ କରିନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri