ସାଢ଼େ ୭ ଲକ୍ଷରୁ ଫେରିଛି ୫ ଲକ୍ଷ ୩୮ ହଜାର

ଅନୁଗୋଳ ଅଫିସ, ୨୦ା୯ – ଅନୁଗୋଳ ଜିଲାରେ ବଢ଼ୁଛି ସାଇବର ଠକେଇ। ଏହି ଠକମାନେ କେତେବେଳେ ନିଜକୁ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଫୋନ ମାଧ୍ୟମରେ ଏଟିଏମ୍‌ ପିନ୍‌ ମାଗି ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି ତ ଆଉ କେତେବେଳେ ଫେକ୍‌ ଲିଙ୍କ୍‌ ପଠାଇ ଗୋଟିଏ କ୍ଲିକ୍‌ରେ ହଜାର ହଜାର ଟଙ୍କା ଉଠାଇ ନେଉଛନ୍ତି। ଜିଲାର ବିଭିନ୍ନ ଥାନାରେ ଏଭଳି ଅଭିଯୋଗର ତାଲିକା ଲମ୍ବୁଥିବା ବେଳେ କେବଳ ଗତ ୯ ମାସରେ ୧୧ଟି ଘଟଣାରେ ୭ ଲକ୍ଷ ୫୨ ହଜାର ୬ ଟଙ୍କାର ଠକେଇ ହୋଇଛି। ତେବେ ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁ ଠକେଇର ଶିକାର ଆକାଉଣ୍ଟଧାରୀମାନେ ୫ ଲକ୍ଷ ୩୮ ହଜାର ୧୭୫ ଟଙ୍କା ଫେରି ପାଇପାରିଛନ୍ତି। ଏପରି କି ସମ୍ପୃକ୍ତ ୧୧ଜଣଙ୍କ ମଧ୍ୟରୁ ୪ଜଣ ସମସ୍ତ ଅର୍ଥ ଫେରସ୍ତ ପାଇଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଜିଲାର ଅନ୍ୟ ଥାନା ଅପେକ୍ଷା ଅନୁଗୋଳ ଥାନାରେ ସର୍ବାଧିକ ସାଇବର ଠକେଇ ନେଇ ଅଭିଯୋଗ ପଞ୍ଜୀକୃତ ହୋଇଛି। ଗତ ଫେବୃୟାରୀ ମାସରେ ଅନୁଗୋଳ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୪୩ ହଜାର ୯୯୦ ଟଙ୍କା ଠକେଇ ହୋଇଥିଲା। ଏତଲା ପରେ ପୋଲିସ ଏ ନେଇ ପଦକ୍ଷେପ ନେଇଥିଲା। ଫଳରେ ତାଙ୍କ ଆକାଉଣ୍ଟକୁ ୩୬ ହଜାର ୯୯୦ ଟଙ୍କା ଫେରସ୍ତ ମିଳିଛି। ସେହିପରି ମାର୍ଚ୍ଚ ମାସରେ ୬୫ ହଜାର ୧୭୦ ଟଙ୍କା ଗାଏବ ମାମଲାରେ ଆକାଉଣ୍ଟଧାରୀଙ୍କୁ ୩୯ ହଜାର ୧୮୦ ଟଙ୍କା ଫେରସ୍ତ ମିଳିପାରିଛି। ଏପ୍ରିଲ ମାସରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ଉଠାଇ ନିଆଯାଇଥିଲା। ଏହାର ତଦନ୍ତ ପରେ ସମ୍ପୃକ୍ତ ବ୍ୟକ୍ତି ୧୦ ହଜାର ୯୩ ଟଙ୍କା ଫେରି ପାଇଛନ୍ତି। ଜୁଲାଇ ମାସରେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ୪୯ ହଜାର ୯୯୮ ଟଙ୍କା ହରାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ୨୪ ହଜାର ୯୯୮ ଟଙ୍କା ଫେରସ୍ତ ଆସିଛି। ସେହିମାସରେ ଅନ୍ୟ ଜଣେ ବ୍ୟକ୍ତି ୧ ଲକ୍ଷ ୯ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ପୋଲିସର ପଦକ୍ଷେପ ଯୋଗୁ ସେ ୮୫ ହଜାର ୯୯୯ ଟଙ୍କା ପାଇପାରିଛନ୍ତି। ୫୪ ହଜାର ୭୫ ଟଙ୍କା ଠକାମିର ଶିକାର ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ପୂରା ଟଙ୍କା ଫେରସ୍ତ ପାଇଛନ୍ତି। ସେହିପରି କୋଲିୟରୀ ଥାନାରେ ଏପରି ୩ଟି ମାମଲା ହୋଇଥିଲା। ଜାନୁୟାରୀ ମାସରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୮୯ ହଜାର ୯୯୯ ଟଙ୍କା ଉଠାଇ ନିଆଯାଇଥିଲା। ଉକ୍ତ ମାମଲାରେ ଆକାଉଣ୍ଟଧାରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିଛି। ମେ ମାସରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ପୂରା ୪୬ ହଜାର ୯୪୨ ଟଙ୍କା ପାଇଛନ୍ତି। ଜୁଲାଇ ମାସରେ ୧ ଲକ୍ଷ ୧୦ ହଜାର ଟଙ୍କା ହରାଇଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୫୦ ହଜାର ଟଙ୍କା ଫେରି ଆସିଛି। ଏନ୍‌ଟିପିସି ଥାନା ଅଞ୍ଚଳର ଜଣେ ଆକାଉଣ୍ଟଧାରୀ ୪୯ ହଜାର ୯୯୯ ଟଙ୍କା ଠକାମିର ଶିକାର ହୋଇଥିବାବେଳେ ସମୂର୍ଣ୍ଣ ଟଙ୍କା ଫେରିପାଇଛନ୍ତି। ୧ ଲକ୍ଷ ୨ ହଜାର ୮୩୩ ଟଙ୍କା ଠକେଇ ହୋଇଥିବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଥିବା ବେଳେ ଉକ୍ତ ମାମଲାରେ ୪୯ ହଜାର ୯୦୦ ଟଙ୍କା ଫେରସ୍ତ ମିଳିଥିବା ଏସ୍‌ପି ମୀନା ପ୍ରକାଶ କରିଛନ୍ତି। ଦିନକୁ ଦିନ ସାଇବର ଅପରାଧୀମାନେ ଅଧିକରୁ ଅଧିକ ଲୋକଙ୍କୁ ଟାର୍ଗେଟ୍‌ କରୁଥିବାରୁ ଏ ନେଇ ସତର୍କ ତଥା ସଚେତନ ରହିବା ପାଇଁ ଏସ୍‌ପି ଜିଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ମୋବାଇଲ ମାଧ୍ୟମରେ କାହାକୁ ନିଜ ଏଟିଏମ୍‌ ପିନ୍‌ ସହ ସିସିଭି ନମ୍ବର ଏବଂ ଓଟିପି ପ୍ରଦାନ ନ କରିବାକୁ କହିଛନ୍ତି। ସେହିପରି ମୋବାଇଲରେ କୌଣସି ଆପ୍‌ ବ୍ୟବହାର କରୁଥିଲେ ଅଜଣା ଲୋକଙ୍କୁ କିଛି ବି ତଥ୍ୟ ପ୍ରଦାନ ନ କରିବାକୁ ଏସ୍‌ପି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri