ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ପୁଣି ସଂଘର୍ଷ, ୫ ମୃତ

ନୂଆଦିଲ୍ଲୀ,୭ା୧୧: ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ଗୁରୁବାର ହୋଇଥିବା ସୀମାପାର ଗୁଳି ବିନିମୟରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ପଟରୁ ଜଣେ ଡାକ୍ତରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଉଭୟ ଦେଶ ଏହି ହିଂସା ପାଇଁ ପରସ୍ପରକୁ ଦାୟୀ କରିଛନ୍ତି।

ଆଫଗାନିସ୍ତାନର ଦକ୍ଷିଣ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡାକ୍ ଜିଲା ଡାକ୍ତରଖାନାର ଜଣେ ଅଧିକାରୀଙ୍କ ଅନୁଯାୟୀ, “ଆଜିର ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ଚାରି ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଏହା ବ୍ୟତୀତ ୬ ଜଣ ଆହତ ହୋଇଛନ୍ତି।” ତେବେ ପାକିସ୍ତାନ ପଟରୁ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

ଏହି ହିଂସା ଏପରି ଏକ ସମୟରେ ଘଟିଛି, ଯେତେବେଳେ ଉଭୟ ଦେଶ ମଧ୍ୟରେ ସାଂଘାତିକ ସଂଘର୍ଷକୁ ଶେଷ କରିବା ଲକ୍ଷ୍ୟରେ ତୁର୍କୀରେ ଯୁଦ୍ଧବିରତି ବୁଝାମଣା ଚାଲିଛି।

ତାଲିବାନ ସରକାରର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଇସ୍ତାନବୁଲରେ ପାକିସ୍ତାନ ପକ୍ଷ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଥିବାବେଳେ ଦୁର୍ଭାଗ୍ୟବଶତଃ ପାକିସ୍ତାନୀ ବାହିନୀ ପୁଣି ଥରେ ସ୍ପିନ୍ ବୋଲଡାକ୍ ଉପରେ ଗୁଳି ଚଳାଇଛି। ସେ କହିଛନ୍ତି ଯେ ଆଲୋଚନା ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ସମ୍ମାନ ଦେଇ ଆଫଗାନ୍ ବାହିନୀ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଖାଇ ନାହିଁ।

ପାକିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରିଛି ଏବଂ ଦୋଷ ଆଫଗାନିସ୍ତାନ ଉପରେ ପକାଇଛି। ପାକିସ୍ତାନର ସୂଚନା ମନ୍ତ୍ରଣାଳୟ କହିଛି, “ଆଫଗାନ୍ ପକ୍ଷରୁ ଗୁଳି ଚଳାଯାଇଥିଲା, ଯାହାର ଜବାବରେ ଆମର ସୁରକ୍ଷା ବାହିନୀ ତୁରନ୍ତ ଏକ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଢଙ୍ଗରେ ଜବାବ ଦେଇଥିଲେ।”

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଇସ୍ତାନବୁଲରେ ହୋଇଥିବା ଆଲୋଚନା ଯୁଦ୍ଧବିରତିର ଚୂଡ଼ାନ୍ତ ବିବରଣୀ ଉପରେ ସହମତି ନ ହୋଇ ଶେଷ ହୋଇଥିଲା। ଉଭୟ ପକ୍ଷ ଶାନ୍ତି ବଜାୟ ରଖିବା ପାଇଁ ଏକ ପର୍ଯ୍ୟବେକ୍ଷଣ ଓ ଯାଞ୍ଚ ପ୍ରଣାଳୀ ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?