Posted inଜାତୀୟ

୫ ଘଣ୍ଟା ଏନ୍‌କାଉଣ୍ଟର:୨ ନିହତ

ଚଣ୍ଡିଗଡ଼,୨୧ା୭: ପଞ୍ଜାବ ଗାୟକ ସିଦ୍ଧୁ ମୂସଓ୍ବୋଲାଙ୍କ ହତ୍ୟା ଅଭିଯୁକ୍ତ ତଥା ୨ ଶୁଟର ବୁଧବାର ପୋଲିସ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ମୃତ ଗ୍ୟାଙ୍ଗଷ୍ଟର ହେଲେ ଜଗ୍‌ରୂପ ସିଂ ରୂପା ଏବଂ ମନ୍‌ପ୍ରୀତ ମନୁ ଓରଫ ମନ୍ନୁ କୁସା। ଭାରତ-ପାକିସ୍ତାନ ସୀମାରୁ ୧୦ କିଲୋମିଟର ଦୂର ହୁସିଆରପୁରରେ ୫ ଘଣ୍ଟା ଧରି ପୋଲିସ ଏନ୍‌କାଉଣ୍ଟର କରିଥିଲା। କ୍ରସ୍‌ ଫାୟାରିଂରେ ଏକ ନ୍ୟୁଜ୍‌ ଚ୍ୟାନେଲର ଜଣେ କ୍ୟାମେରାମ୍ୟାନ୍‌ଙ୍କ ଗୋଡ଼ରେ ଗୁଳି ବାଜିଛି। ଆଉ ୩ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗ୍ୟାଙ୍ଗଷ୍ଟରଙ୍କ ନିକଟରୁ ଏକ ଏକେ-୪୭ ରାଇଫଲ, ପିସ୍ତଲ, ବିପୁଳ ସଂଖ୍ୟାରେ ବୁଲେଟ ଏବଂ ଏକ ବ୍ୟାଗ୍‌ ମିଳିଛି।
ମେ’ ୨୯ରେ କଂଗ୍ରେସ ନେତା ମୂସଓ୍ବୋଲାଙ୍କୁ ଗୁଳି କରି ହତ୍ୟା କରାଯିବା ପରଠାରୁ ଏଥିରେ ସମ୍ପୃକ୍ତ ୩ ଶୁଟର ଫେରାର ଥିଲେ। ଓ୍ବାଣ୍ଟେଡ୍‌ ତାଲିକାରେ ଥିବା ଏହି ୩ ଜଣଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିଲା। ଜଗ୍‌ରୂପ ଏବଂ ମନ୍‌ପ୍ରୀତ ଡ୍ରଗ୍ସ ପାଇଁ ପଞ୍ଜାବ ଫେରିଥିବା ସୂଚନା ମିଳିବା ପରେ ଉଭୟଙ୍କୁ ଧରିବା ପାଇଁ ପୋଲିସ ଯୋଜନା କରିଥିଲା। ସେମାନେ ଏକ ଫାର୍ମ ହାଉସ୍‌ରେ ଲୁଚି ରହିଥିବାବେଳେ ପୋଲିସ ସେଠାରେ ପହଞ୍ଚି ଚାରିପଟୁ ଘେରାଉ କରିଥିଲା। ଏହି ସମୟରେ ଅଭିଯୁକ୍ତମାନେ ମଧ୍ୟ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ। ୫ ଘଣ୍ଟାର ଅପରେଶନ ପରେ ଅପରାହ୍ନରେ ଏନ୍‌କାଉଣ୍ଟରରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ୨ ମୃତକ ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ ଥିଲେ। ଅନ୍ୟ ଜଣେ ଶୁଟର ଦୀପକ ମୁଣ୍ଡି ଏବେ ମଧ୍ୟ ଫେରାର ଅଛନ୍ତି। ଅଦ୍ୟାବଧି ୮ ଶୁଟରଙ୍କୁ ଗିରଫ କରାଯାଇଛି। ଉକ୍ତ ଅଞ୍ଚଳକୁ ଘେରାଉ କରାଯିବା ସହ ଲୋକଙ୍କୁ ବାହାରକୁ ନ ଆସିବାକୁ କୁହାଯାଇଛି। ଆଣ୍ଟାଇ-ଗ୍ୟାଙ୍ଗଷ୍ଟର ଟାକ୍ସ ଫୋର୍ସ ଏହି ଏନ୍‌କାଉଣ୍ଟର କରିଛି। ଡିଜିପି ଗୌରବ ଯାଦବ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। କାନଡାରୁ ସତିନ୍ଦରଜିତ୍‌ ସିଂ ଓରଫ୍‌ ଗୋଲ୍ଡି ବ୍ରାର୍‌ ଏବଂ ତିହାର ଜେଲରେ ଥିବା ଲରେନ୍ସ ବିଷ୍ଣୋଇ ମୂସଓ୍ବୋଲାଙ୍କ ହତ୍ୟାକାଣ୍ଡର ଯୋଜନା କରିଥିବାବେଳେ ଏହି ଘଟଣାରେ ପଞ୍ଜାବ ସମେତ ଦିଲ୍ଲୀ ଏବଂ ମୁମ୍ବାଇ ପୋଲିସ ମଧ୍ୟ ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri